ETV Bharat / sports

ICC Womens Player of the Month: ହରମନପ୍ରୀତ କୌର ପ୍ରଥମ ଭାରତୀୟ ବିଜେତା

author img

By

Published : Oct 10, 2022, 5:15 PM IST

ପାକିସ୍ତାନର ମହମ୍ମଦ ରିଜୱାନ ଓ ଟିମ ଇଣ୍ଡିଆ କ୍ୟାପଟେନ ହରମନପ୍ରୀତ କୌର ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ICC Player of the Month : ହରମନପ୍ରୀତ କୌର ଓ ମହମ୍ମଦ ରିଜୱାନଙ୍କୁ ICC ପୁରସ୍କାର

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ବର୍ଷ ୨୦୨୨ ସେପ୍ଟମ୍ବର ମାସ ପାଇଁ ଉଭୟ ମହିଳା ଏବଂ ପୁରୁଷ ଦଳର ଆଇସିସି ପ୍ଲେୟର ଅଫ ଦି ମନ୍ଥ ଘୋଷଣା କରିଛି । ପୁରୁଷ ଦଳର ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜୱାନ (Mohammad Rizwan) ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବିବେଚିତ ହୋଇଥିବାବେଳେ ମହିଳା ଦଳର ଟିମ ଇଣ୍ଡିଆ କ୍ୟାପଟେନ ହରମନପ୍ରୀତ କୌର (Harmanpreet Kaur) ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି ।

ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ଚଳିତ ବର୍ଷ ସେପ୍ଟେମ୍ବର ମାସ ବହୁତ ସ୍ମରଣୀୟ ରହିଥିଲା । ଭାରତୀୟ ମହିଳା କ୍ରିକେଟ ଦଳ ହରମନପ୍ରୀତ କୌରଙ୍କ ନେତୃତ୍ବରେ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇ ୩-୦ ରେ ସିରିଜ କ୍ଲିନସ୍ବିପ କରିବାରେ ସଫଳ ହୋଇଥିଲା । ଦୀର୍ଘ ୨୩ ବର୍ଷ ପରେ ତଥା ୧୯୯୯ ମସିହା ପରେ ଭାରତ ପ୍ରଥମ ଥର ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ ହାତେଇଥିଲା । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟିକା ହରମନପ୍ରୀତ କୌର ତିନୋଟି ମ୍ୟାଚରେ ୨୨୧ ରନ କରିଥିଲେ । ପ୍ରଥମ ଦିନିକିଆରେ ୭୪ ରନର ଇନିଂସ ଖେଳିଥିଲେ ।

ସେହିପରି ଦ୍ବିତୀୟ ଦିନିକିଆରେ ୧୧୧ ବଲରୁ ୧୪୩ ରନର ଜବରଦସ୍ତ ଇନିଂସ ଖେଳିଥିଲେ ହରମନପ୍ରୀତ କୌର । ଆଇସିସିର ଏହି ପୁରସ୍କାର ଦୌଡରେ ଭାରତର ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା, ଅଧିନାୟିକା ହରମନପ୍ରୀତ କୌର ଏବଂ ବାଂଲାଦେଶ ବ୍ୟାଟର ନିଗାର ସୁଲତାନା ରହିଥିଲେ । ଶେଷରେ ହରମନପ୍ରୀତ କୌର ଏହି ପୁରସ୍କାର ହାତେଇବାରେ ସଫଳ ହୋଇପାରିଛନ୍ତି ।

ସେପଟେ ଆଇସିସି ମେନ୍ସ ପ୍ଲେୟାର ଅଫ ଦି ମନ୍ଥ ଦୌଡରେ ଅକ୍ଷର ପଟେଲ, ଅଷ୍ଟ୍ରେଲିଆ ଅଲରାଉଣ୍ଡର କ୍ୟାମରନ ଗ୍ରୀନ ଏବଂ ପାକିସ୍ତାନର ୱିକେଟ କିପର ବ୍ୟାଟର ମହମ୍ମଦ ରିଜୱାନ ରହିଥିଲେ । ଶେଷରେ ମହମ୍ମଦ ରିଜୱାନ ଆଇସିସି ପ୍ଲେୟର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ରିଜୱାନ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୭ ଟିକିଆ ଟି୨୦ ସିରିଜରେ ୩୦୦ରୁ ଉର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.