ETV Bharat / sports

ICC ODI Rankings: ଦ୍ୱିତୀୟ ସ୍ଥାନକୁ ଖସିଲେ ବୁମରା - ଦ୍ବିତୀୟ ସ୍ଥାନକୁ ଖସିଲେ ଫାଷ୍ଟ ବୋଲର ଜଶପ୍ରିତ ବୁମରା

ଆଇସିସି ଦିନିକିଆ ମାନ୍ୟତାରେ ନିଜର ପ୍ରଥମ ସ୍ଥାନରୁ ଦ୍ବିତୀୟ ସ୍ଥାନକୁ ଖସିଲେ ଫାଷ୍ଟ ବୋଲର ଜଶପ୍ରିତ ବୁମରା । ଲେଗ ସ୍ପିନର ୟୁଜିବେନ୍ଦ୍ର ଚହଲ ଚାରି ପାଦ ଆଗକୁ ବଢି 16 ମାନ୍ୟତାରେ ରହିଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ 13 ପାଦ ଆଗକୁ ବଢି 8 ନମ୍ବର ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ

ICC ODI Rankings: ଦ୍ବିତୀୟ ସ୍ଥାନକୁ ଖସିଲେ ବୁମରା

author img

By

Published : Jul 20, 2022, 10:51 PM IST

ହାଇଦ୍ରାବାଦ: ଆଇସିସି ଦିନିକିଆ ମାନ୍ୟତାରେ ନିଜର ପ୍ରଥମ ସ୍ଥାନରୁ ଦ୍ବିତୀୟ ସ୍ଥାନକୁ ଖସିଲେ ଫାଷ୍ଟ ବୋଲର ଜଶପ୍ରିତ ବୁମରା । ନୂତନ ଭାବରେ ଜାରି କରାଯାଇଥିବା ଆଇସିସି ବୋଲର ଦିନିକିଆ ମାନ୍ୟତାରେ ନ୍ୟୁଜଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ପୁଣି ଥରେ ନିଜର ପ୍ରଥମ ସ୍ଥାନ ଜାହିର କରିବାରେ ସଫଳ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ବୁମରା ଚୂଡାନ୍ତ ଏକଦଶରୁ ବାଦ ରହିଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ଦିଆଯାଇଥିଲା ।

ସେହିପରି ଭାରତର ଅନ୍ୟ କ୍ରିକେଟର ମାନେ ମଧ୍ୟ ନୂତନ ଭାବରେ ଜାରି କରାଯାଇଥିବା ଆଇସିସି ଦିନିକିଆ ମାନ୍ୟତାରେ ନିଜର ସ୍ଥାନ ପରିବର୍ତ୍ତନ କରିବାରେ ସଫଳ ରହିଛନ୍ତି । ଲେଗ ସ୍ପିନର ୟୁଜିବେନ୍ଦ୍ର ଚହଲ ଚାରି ପାଦ ଆଗକୁ ବଢି 16 ମାନ୍ୟତାରେ ରହିଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ 13 ପାଦ ଆଗକୁ ବଢି 8 ନମ୍ବର ସ୍ଥାନରେ ରହିଛନ୍ତି ।

ସେହିପରି ଇଂଲିଶ କ୍ରିକେଟର ବେନ ଷ୍ଟୋକ୍ସ ଟପ ଟେନରୁ ବାଦ ପଡିଛନ୍ତି । ନିକଟରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚରେ ବେନ ଷ୍ଟୋକ୍ସଙ୍କର ପ୍ରଦର୍ଶନ ଏତେଟା ଆଖି ଦୃଶିଆ ନ ଥିଲା ତେଣୁ ସେ ନୂତନ ଭାବରେ ଜାରି କରାଯାଇଥିବା ଆଇସିସି ଦିନିକିଆ ମାନ୍ୟତାରେ ଟପ ଟେନରୁ ବାହାରି ଗୋଟେ ସ୍ଥାନ ତଳକୁ ଖସି 11 ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.