ETV Bharat / sports

ICC ODI Rankings: ତୃତୀୟ ସ୍ଥାନ ବଜାୟ ରଖିଲା ଭାରତ

author img

By

Published : Jul 18, 2022, 7:50 PM IST

ଇଂଲଣ୍ଡ ବିପକ୍ଷ ସିରିଜ ଜିତିବା ପରେ ଭାରତୀୟ ଟିମ ICC ଦିନିକିଆ ମାନ୍ୟତାରେ ତୃତୀୟ ସ୍ଥାନରେ ନିଜ ସ୍ଥାନ ମଝବୁତ କରିଛି । ଭାରତ 109 ରେଟିଂ ସହିତ ଆଇସିସି ମାନ୍ୟତା ତାଲିକାରେ ତୃତୀୟ ସ୍ଥାନରେ ରହିଛି ରୋହିତ ବାହିନୀ । ଅଧିକ ପଢନ୍ତୁ

ICC ODI Rankings : ନିଜର ତୃତୀୟ ସ୍ଥାନ ବଜାୟ ରଖିଲା ଭାରତ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ସିରିଜ ଜିତିବା ପରେ ଭାରତ ଆଇସିସି (International Cricket Council) ଦିନିକିଆ ମାନ୍ୟତାରେ ନିଜର ତୃତୀୟ ସ୍ଥାନକୁ ପୁଣି ଥରେ ମଜବୁତ କରିଛି । ଭାରତ 109 ରେଟିଂ ସହିତ ଆଇସିସି ମାନ୍ୟତା ତାଲିକାରେ ତୃତୀୟ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ 106 ରେଟିଂ ସହିତ ଚତୁର୍ଥ ସ୍ଥାନରେ ରହିଛି ।

ନ୍ୟୁଜିଲାଣ୍ଡ 128 ରେଟିଂ ସହିତ ତାଲିକାରେ ଶୀର୍ଷ ସ୍ଥାନରେ ଓ 2019 ବିଶ୍ବକପ ବିଜେତା ଇଂଲଣ୍ଡ 121 ରେଟିଂରେ ଦ୍ବିତୀୟ ସ୍ଥାନରେ ରହିଛି । ଏ ସପ୍ତାହରେ ଦିନିକିଆ ସିରିଜ ନିର୍ଦ୍ଧାରିତ ହେବା ପରେ ICC ଦିନିକିଆ ମାନ୍ୟତାରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ଆଇସିସି ଦିନିକିଆ ମାନ୍ୟତାରେ 6 ନମ୍ବରରେ ଦକ୍ଷିଣ ଆଫ୍ରିକା ସହିତ ଇଂଲଣ୍ଡ ତିନୋଟି ଦିନିକିଆ ସିରିଜ ଖେଳିବାକୁ ଯାଉଛି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଆସନ୍ତା 22 ତାରିଖ(ଶୁକ୍ରବାର)ଠାରୁ ଆରମ୍ଭ ହେବାକୁ ଯାଉଛି । ସିରିଜରେ ତିନୋଟି ଦିନିକିଆ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ ଭାରତ । ଭାରତ ଏହି ସିରିଜ ବିଜୟ ସହ ଆଇସିସି ମାନ୍ୟତାର ଉପରକୁ ଉଠିବା ଲକ୍ଷ୍ୟରେ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.