ETV Bharat / sports

ICC ODI Rankings: କ୍ୟାରିୟରର ଶ୍ରେଷ୍ଠ ରାଙ୍କରେ ଗିଲ, ଟପ୍-୧୦ରେ ୩ ଭାରତୀୟ

author img

By ETV Bharat Odisha Team

Published : Sep 13, 2023, 10:04 PM IST

ଆଇସିସି ଦିନିକିଆ ମାନ୍ୟତାରେ ଭାରତୀୟଙ୍କ କମାଲ । କ୍ୟାରିୟରର ଶ୍ରେଷ୍ଠ ଉଚ୍ଚରେ ଶୁଭମନ ଗିଲ । ସଦ୍ୟତମ ସୂଚୀ ଅନୁସାରେ ବାବର ଆଜମଙ୍କ ପରେ ଆଇସିସି ବ୍ୟାଟର ରାଙ୍କିଂର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଗିଲ୍‌ । ରୋହିତ-କୋହଲିଙ୍କର ମଧ୍ୟ ହୋଇଛି ପ୍ରମୋସନ । ଅଧିକ ପଢ଼ନ୍ତୁ

ICC ODI Rankings
ICC ODI Rankings

ଦୁବାଇ: ଚଳିତବର୍ଷ ଦିନିକିଆ ଫର୍ମାଟ୍‌ରେ ଖେଳାଯାଉଛି ଏସିଆ କପ୍‌ ୨୦୨୩ । ଯେଉଁଥିପାଇଁ ପ୍ରତି ମ୍ୟାଚ୍‌ ପରେ ଆଇସିସି ଏହାର ମାନ୍ୟତା ତାଲିକାରେ ଅଦଳବଦଳ କରୁଛି । ତେବେ ନିକଟରେ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍‌ ଫାଇନାଲ୍‌ରେ ପ୍ରବେଶ କରିସାରିଛି ଭାରତ । ଏହା ସହିତ ଭାରତୀୟ ଯୁବ ଓପନର ଶୁଭମନ ଗିଲ୍‌ଙ୍କୁ ମିଳିଛି ବଡ଼ ସଫଳତା । ଆଇସିସି ଦିନିକିଆ ବ୍ୟାଟର ରାଙ୍କିଂରେ ଗିଲ୍‌ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । କେବଳ ଗିଲ୍‌ ନୁହନ୍ତି, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଏହି ତାଲିକାରେ ପ୍ରମୋସନ ହୋଇଛି ।

ICC ODI Rankings
ICC ODI Rankings

ଏସିଆ କପ୍‌ରେ ଭାରତର ଯୁବ ଓପନର ଶୁଭମନ ଗିଲ୍‌ ଏଯାଏଁ ଦୁଇଟି ଅର୍ଦ୍ଧଶତକ ସହ ୧୫୪ ରନ ସଂଗ୍ରହ କରିଛନ୍ତି । ଏଭଳି ପ୍ରଦର୍ଶନ ଫଳରେ ସେ ଆଇସିସି ବ୍ୟାଟର ରାଙ୍କିଂର ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଏହା ତାଙ୍କ ଦିନିକିଆ କ୍ୟାରିୟର ଶ୍ରେଷ୍ଠ ସ୍ଥାନ । ପ୍ରଥମ ସ୍ଥାନରେ ରହିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ୮୬୩ ପଏଣ୍ଟ ସହ ଏହି ତାଲିକାର ଶୀର୍ଷରେ ରହିଥିବାବେଳେ ଗିଲଙ୍କ ରେଟିଂ ପଏଣ୍ଟ ରହିଛି ୭୫୯ । ଅର୍ଥାତ ବାବରଙ୍କ ଠାରୁ ମାତ୍ର ୧୦୩ ପଏଣ୍ଟ ପଛରେ ରହିଛନ୍ତି ଗିଲ୍‌ । ସେହିପରି ବିରାଟ କୋହଲି ୨ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ଓ ରୋହିତ ଶର୍ମା ନବମ ସ୍ଥାନରେ ପହଞ୍ଚିଛନ୍ତି । ରୋହିତ ଏସିଆ କପ୍‌ରେ ବିସ୍ଫୋରକ ବ୍ୟାଟିଂ ସହିତ କ୍ରମାଗତ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବିରାଟ ମଧ୍ୟ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୨୨ ରନର ଧୂଆଁଧାର ଇନିଂସ ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ICC ODI Rankings: ଟପ୍-୩ରେ ଗିଲ୍‌, କ୍ୟାରିୟରର ଶ୍ରେଷ୍ଠ ରାଙ୍କ୍‌ରେ ଈଶାନ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ଆଇସିସି ରାଙ୍କିଂର ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି । ୨୦୧୯ ଜାନୁଆରୀ ପରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ବ୍ୟାଟର ଏକା ସାଙ୍ଗରେ ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି । ୨୦୧୯ ଜାନୁଆରୀରେ ଶିଖର ଧାୱନଙ୍କ ସହ ରୋହିତ ଶର୍ମା ଓ କୋହଲି ଆଇସିସି ବ୍ୟାଟର ରାଙ୍କିଂର ଟପ୍‌ ୧୦ରେ ରହିଥିଲେ । ଅନ୍ୟପକ୍ଷରେ ପାକିସ୍ତାନର ଇମାମ୍‌ ଉଲ୍‌ ହକ୍‌ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ଓ ଫଖର ଜମାନ ୩ଟି ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଛନ୍ତି । ସେହିଭଳି ବୋଲିଂ ରାଙ୍କିଂରେ କୁଲଦୀପ ଯାଦବ ମଧ୍ୟ ଉପରକୁ ଉଠିଛନ୍ତି । ସେ ପାକିସ୍ତାନ ବିପକ୍ଷରେ ୫ ଓ ଶ୍ରୀଲଙ୍କା ବିପକ୍ଷରେ ୪ ୱିକେଟ ଦଖଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.