ETV Bharat / sports

ICC T20i Team of the Year 2022: ସ୍ଥାନ ପାଇଲେ କୋହଲି, SKY ଓ ପାଣ୍ଡ୍ୟା - ଟି୨୦ ଟିମ ଅଫ୍‌ ଦି ଇୟର ୨୦୨୨

ଟି୨୦ ଟିମ ଅଫ୍‌ ଦି ଇୟର ୨୦୨୨ (ICC T20I Team of the Year 2022) ଘୋଷଣା କରିଛି ଆଇସିସି । ଭାରତରୁ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଏହି ଆଇସିସି ଟି୨୦ ଟିମ୍‌ରେ ସ୍ଥାନ ପାଇଛି । ଇଂଲଣ୍ଡ ଦଳର ଅଧିନାୟକ ଜୋସ ବରଲରଙ୍କୁ ଏହି ଦଳର ଅଧିନାୟକ କରାଯାଇଛି । ଅଧିକ ପଢ଼ନ୍ତୁ

ICC T20I Team of the Year 2022
ଆଇସିସି ଟି୨୦ ଟିମ ଅଫ୍‌ ଦି ଇୟର ୨୦୨୨
author img

By

Published : Jan 24, 2023, 7:26 AM IST

ICC T20I Team of the Year 2022
ICC T20I Team of the Year 2022

ହାଇଦ୍ରାବାଦ: ସୋମବାର ଟି୨୦ ଟିମ ଅଫ୍‌ ଦି ଇୟର ୨୦୨୨ (ICC T20I Team of the Year 2022) ଘୋଷଣା କରିଛି ICC । ଏଥିରେ ୩ ଜଣ ଭାରତୀୟ କ୍ରିକେଟରଙ୍କୁ ସ୍ଥାନ ମିଳିଛି । ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଏହି ICC ଟି୨୦ ଟିମ୍‌ରେ ସ୍ଥାନ ପାଇଛି । ଟି୨୦ ଚମ୍ପିଆନ ଇଂଲଣ୍ଡ ଦଳର ଅଧିନାୟକ ଜୋସ ବରଲରଙ୍କୁ ଏହି ଦଳର ଅଧିନାୟକ କରାଯାଇଛି । ଏହି ଦଳରେ ଅନ୍ୟ ଖେଳାଳିଙ୍କ ମଧ୍ୟରେ ପାକିସ୍ତାନର ବ୍ୟାଟର ମହମ୍ମଦ ରିଜ୍ବାନ ଓ ବୋଲର ହାରିଶ ରୌଫ, ନ୍ୟୁଜିଲାଣ୍ଡର ବ୍ୟାଟର ଗ୍ଲେନ୍‌ ଫିଲିପ୍ସ, ଜିମ୍ବାୱେ ଅଲରାଉଣ୍ଡର ସିକନ୍ଦର ରାଜା, ଇଂଲଣ୍ଡର ସାମ୍‌ କରନ୍‌, ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଓ ଆୟରଲାଣ୍ଡର ଦ୍ରୁତ ବୋଲର ଜୋସ ଲିଟିଲଙ୍କ ନାମ ସାମିଲ ଅଛି ।

  • The ICC Men's T20I Team of the Year 2022 is here 👀

    Is your favourite player in the XI? #ICCAwards

    — ICC (@ICC) January 23, 2023 " class="align-text-top noRightClick twitterSection" data=" ">

୧. ଜୋସ ବଟଲର(ଇଂଲଣ୍ଡ): ଜୋସ ବଟଲରଙ୍କ ପାଇଁ ଜଣେ ଖେଳାଳି ଓ ଅଧିନାୟକ ବର୍ଷ ୨୦୨୨ ଶୁଭଙ୍କର ଥିଲା । ୧୫ ମ୍ୟାଚ୍‌ରେ ବଟଲର ୧୬୦.୪୧ର ଧୂଆଁଧାର ଷ୍ଟ୍ରାଇକ୍‌ ରେଟରେ ୪୬୨ ରନ୍‌ ସଂଗ୍ରହ କରିଥିଲେ । ଜୁନ ୨୦୨୨ରେ ମୋର୍ଗାନଙ୍କ ଅବସର ପରେ ଜୋସ ବଟଲରଙ୍କୁ ଇଂଲଣ୍ଡର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା । ତେବେ ଅଧିନାୟକ ପଦ ସମ୍ଭାଳିବାର ପ୍ରଥମ ବର୍ଷ ହିଁ ସେ ନିଜ ଦଳକୁ ଆଇସିସି ଟି୨୦ ବିଶ୍ବକପ ୨୦୨୨ର ଚାମ୍ପିଆନ କରାଇଥିଲେ ।

୨. ମହମ୍ମଦ ରିଜ୍ବାନ(ପାକିସ୍ତାନ): ୨୦୨୧ ବର୍ଷ ଆରମ୍ଭରୁ ୨୦୨୨ ବର୍ଷ ଶେଷ ପର୍ଯ୍ୟନ୍ତ ରିଜ୍ବାନ ନିଜର ସବୁଠାରୁ ଭଲ ଫର୍ମରେ ନଜର ଆସିଥିଲେ । ଏହି ଦୁଇ ବର୍ଷରେ ସେ ୯୯୬ ରନ ସଂଗ୍ରହ କରିବା ସହିତ ଟି୨୦ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ ସଂଗ୍ରହ କରିବା ସୂଚୀରେ ସେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୨୦୨୨ରେ ସେ ଟି୨୦ କ୍ରିକେଟରେ ୧୦ ଅର୍ଦ୍ଧଶତକ ହାସଲ କରିବା ସହିତ ବିଶ୍ବକପରେ ପାକିସ୍ତାନ ପାଇଁ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ବ୍ୟାଟରଙ୍କ ମଧ୍ୟରୁ ଜଣେ ଥିଲେ ।

୩. ବିରାଟ କୋହଲି(ଭାରତ): ୨୦୧୯ ପରଠାରୁ ଫର୍ମରେ ନଥିବା କିଙ୍ଗ କୋହଲି ୨୦୨୨ରେ ପୁରୁଣା ଲୟକୁ ଫେରିଥିଲେ । ସେ ୨୦୨୨ ଟି୨୦ ଏସିଆ କପରେ ମାତ୍ର ୫ ମ୍ୟାଚ୍‌ରୁ ୨୭୬ ରନ ସଂଗ୍ରହ କରି ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟରେ ରହିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ବିପକ୍ଷରେ ୨୦୦ ଷ୍ଟ୍ରାଇକ୍‌ ରେଟରେ ୧୨ ଚୌକା ଓ ୬ ଛକା ସହିତ ମାତ୍ର ୬୧ ବଲରୁ ୧୨୨ରନ ସଂଗ୍ରହ କରିଥିଲେ । କେବଳ ଏସିଆ କପ ନୁହେଁ, ଟି୨୦ ବିଶ୍ବକପରେ ମଧ୍ୟ ସେ ନିଜର ଦମଦାର ଫର୍ମ ଦେଖାଇଥିଲେ । ଏଥିରେ ମଧ୍ୟ ସେ ୩ ଅର୍ଦ୍ଧଶତକ ସହିତ ୨୯୬ ରନ ସଂଗ୍ରହ କରିଥିଲେ ।

୪. ସୂର୍ଯ୍ୟକୁମାର ଯାଦବ(ଭାରତ): ୨୦୨୨ରେ ନିଜର ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି କ୍ରିକେଟର ଅଫ ଦି ଇୟର ଭାବେ ଚୟନ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ସେ ଟି୨୦ କ୍ରିକେଟ ଇତିହାସରେ ଗୋଟିଏ ବର୍ଷରେ ୧୦୦୦ରୁ ଅଧିକା ରନ ସଂଗ୍ରହ କରିବାରେ ଦ୍ବିତୀୟ କ୍ରିକେଟର ହୋଇଛନ୍ତି । ସେ ୨୦୨୨ରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହିତ ୧୮୭.୪୩ ଷ୍ଟ୍ରାଇକ ରେଟରେ ୧୧୬୪ ରନ ସଂଗ୍ରହ କରିଛନ୍ତି । ୨୦୨୨ରେ ସବୁଠାରୁ ଅଧିକ ଛକା (୬୮) ମାରିବା ସହିତ କ୍ରିକେଟ ଇତିହାସରେ ନିଜର ନାମ ଲେଖାଇଛନ୍ତି ।

୫. ଗ୍ଲେନ ଫିଲିପ୍ସ(ନ୍ୟୁଜିଲାଣ୍ଡ): ଗ୍ଲେନ ଫିଲିପ୍ସ କେବଳ ବ୍ୟାଟିଂ ନୁହେଁ, ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ନିଜର ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି । ଫିଲିପ୍ସ ୨୦୨୨ରେ ୨୧ ଟି୨୦ ମ୍ୟାଚ୍‌ ଖେଳି ୧୫୬.୩୩ ଷ୍ଟ୍ରାଇକ ରେଟରେ ୭୧୬ ରନ ସଂଗ୍ରହ କରିଛନ୍ତି । ୨୦୨୨ ଟି୨୦ ବିଶ୍ବକପରେ ସେ ୧୫୮.୨୬ ଷ୍ଟ୍ରାଇକ ରେଟରେ ୨୦୧ ରନ ସ୍କୋର କରିଥିଲେ ।

୬. ସିକନ୍ଦର ରାଜା (ଜିମ୍ବାୱେ): ସିକନ୍ଦର ରାଜା ଏହି ବର୍ଷ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ଫର୍ମରେ ଥିଲେ । ସେ ୨୦୨୨ରେ ୭୩୫ ରନ ସଂଗ୍ରହ କରି ଜିମ୍ବାୱେ ପାଇଁ ସବୁଠାରୁ ଅଧିକା ରନ ସ୍କୋରର ଥିଲେ । ଏହାସହ ୬.୧୩ ଇକୋନୋମି ସହିତ ୨୫ ୱିକୋଟ ହାସଲ କରି ଏଥିରେ ମଧ୍ୟ ଶୀର୍ଷରେ ରହିଥିଲେ ।

୭. ହାର୍ଦ୍ଦିକ ପାଣ୍ଡ୍ୟା (ଭାରତ): ଆଘାତ କାରଣରୁ ଦୀର୍ଘ ଦିନରୁ କ୍ରିକେଟରୁ ଦୂରରେ ଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୨ରେ ଦମଦାର ଷ୍ଟାଇଲରେ କମବ୍ୟାକ କରିଥିଲେ । ଏହି ବର୍ଷ ସେ ବ୍ୟାଟିଂରେ ୬୦୭ ରନ ବନାଇଥିବା ବେଳେ ଟି୨୦ରେ ୨୦ଟି ୱିକେଟ ମଧ୍ୟ ହାସଲ କରିଥିଲେ ।

୮. ସାମ କରନ (ଇଂଲଣ୍ଡ): ୨୦୨୨ ଟି୨୦ ବିଶ୍ବକପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କାରଣରୁ ସାମ କରନ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ଏହି ବିଶ୍ବକପ ଇଂଲଣ୍ଡକୁ ଜିତାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ସେ ୬ଟି ମ୍ୟାଚ୍‌ ଖେଳି ୧୩ ୱିକେଟ ହାସଲ କରିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କେବଳ ୧୦ରନ ବ୍ୟୟରେ ୫ ୱିକେଟ ହାସଲ କରି ଇତିହାସ ରଚିଥିଲେ ।

୯. ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା): ଏସିଆ କପ ୨୦୨୨ରେ ସେ ଶ୍ରାଲଙ୍କାକୁ ଚମ୍ପିଆନ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ଏସିଆ କପରେ ୬ ମ୍ୟାଚ୍‌ରେ ୯ ୱିକେଟ ହାସଲ କରିଥିଲେ ।

୧୦.ହାରିଶ ରୌଫ (ପାକିସ୍ତାନ): ୨୦୨୨ରେ ପାକିସ୍ତାନ କ୍ରିକେଟ ଦଳ ଭଲ ପ୍ରଦର୍ଶନ କରିଥିଲା । ଏସିଆ କପ ଫାଇନାଲ ଓ ଟି୨୦ ବିଶ୍ବକପ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିଥିଲା । ହାରିଶ ରୌଫ ପାକିସ୍ତାନ ଦଳର ଏହି ଦୁଇ ଅଭିଯାନରେ ମହତ୍ବପୂର୍ଣ୍ଣ ଖେଳାଳି ଭାବେ ପ୍ରଦର୍ଶନ କରିଥିଲେ ।

୧୧.ଜୋସ ଲିଟଲ (ଆୟରଲାଣ୍ଡ): ୨୦୨୨ରେ ସବୁଠାରୁ ଅଧିକ ୱିକେଟ ହାସଲ କରିଥିବା ବୋଲରଙ୍କ ମଧ୍ୟରେ ଜୋସ ଲିଟିଲ ଦ୍ବିତୀୟରେ ରହିଛନ୍ତି । ଏହି ବାମହାତି ଦ୍ରୁତ ବୋଲର ୨୦୨୨ରେ ୩୯ ୱିକେଟ ହାସଲ କରିଥିଲେ । ସେଥି ମଧ୍ୟରୁ କେବଳ ଟି୨୦ ବିଶ୍ବକପରେ ୧୧ଟି ୱିକେଟ ନିଜ ନାମରେ କରିଥିଲେ ଲିଟିଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.