ETV Bharat / sports

ICC T20 ରାକିଂରେ ଦ୍ବିତୀୟ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର - ଆଇସିସି ଟି20 ମାନ୍ୟତା

ସଦ୍ୟ ପ୍ରକାଶିତ ଆଇସିସି ଟି-ଟ୍ବେଣ୍ଟି ମାନ୍ୟତା ତାଲିକାରେ ଦ୍ବିତୀୟ ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର ଯାଦବ ଓ 19ତମ ସ୍ଥାନରେ ଶ୍ରେୟାସ ଆୟର । ଅଧିକ ପଢନ୍ତୁ

ICC T20 ରାକିଂରେ ଦ୍ବିତୀୟ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

author img

By

Published : Aug 11, 2022, 12:00 PM IST

ଦୁବାଇ: ଆଇସିସି (International Cricket Council) ପକ୍ଷରୁ ପ୍ରକାଶ ପାଇଛି ଟି-ଟ୍ବେଣ୍ଟି ମାନ୍ୟତା ତାଲିକା । ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ବ୍ୟାଟର ଶ୍ରେୟସ ଆୟର ଉପରକୁ ଉଠିଛନ୍ତି । 6ଟି ସ୍ଥାନ ଉପରକୁ ଉଠି 19ତମ ସ୍ଥାନରେ ପହଞ୍ଚିଛନ୍ତି ଆୟର । ସେହିପରି ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପୂର୍ବ ପରି ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ 5 ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପଞ୍ଚମ ମ୍ୟାଚ୍‌ରେ ଶ୍ରେୟସ 40 ବଲ୍‌ରେ ବିସ୍ଫୋରକ 64 ରନ୍‌ର ଇଂନିସ ଖେଳିଥିଲେ । ଫଳରେ 4-1ରେ ସିରିଜ ବିଜୟୀ ହୋଇଥିଲା ଭାରତ । ଏହି ପ୍ରଦର୍ଶନ ଆଧାରରେ ଶ୍ରେୟସଙ୍କ ମାନ୍ୟତାରେ ଉନ୍ନତି ହୋଇଛି । 578 ପଏଣ୍ଟ ସହ 6ଟି ସ୍ଥାନ ଉପରକୁ ଜମ୍ପ କରିଛନ୍ତି ଆୟର ।

ସୂର୍ଯ୍ୟକୁମାର ଯାଦବ 805 ପଏଣ୍ଟ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବ୍ୟାଟର ରିଚା ହେଣ୍ଚ୍ରିକ୍ସ ଆୟର୍ଲାଣ୍ଡ ବିପକ୍ଷ ସରିଜରେ ଦମଦାର ପ୍ରଦର୍ଶନ ପାଇଁ 13ତମ ସ୍ଥାନକୁ ଉଠିଛନ୍ତି । ସେହିପରି ବୋଲିଂ ତାଲିକାରେ ଦୁଇ ସ୍ପିନର ରବି ବିଷ୍ଣୋଇ ଓ କୁଲଦୀପ ଯାଦବ ଲମ୍ବା ଡିଆଁ ମାରିଛନ୍ତି । ଇଣ୍ଡିଜ ବିପକ୍ଷ ଟି-20ରେ ଦୁଇଟି ମ୍ୟାଚ୍‌ ଖେଳି 6ଟି ୱିକେଟ ନେଇ 50ଟି ସ୍ଥାନ ଉପରକୁ ଉଠି 44ତମ ସ୍ଥାନ ଅଧିକାର କରିଛନ୍ତି ବିଷ୍ଣୋଇ ।

କୁଲଦୀପ ଅନ୍ତିମ ମ୍ୟାଚ୍‌ରେ 3ଟି ୱିକେଟ ନେଇ 58ଟି ସ୍ଥାନ ଉପରକୁ ଉଠି 87ତମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ 10ତମ ସ୍ଥାନକୁ ଉଠି 18 ତମ ସ୍ଥାନରେ ରହିଛନ୍ତି । ଫାଷ୍ଟ ବୋଲର ଲୁଙ୍ଗି ନିଗିଡି 23 ଓ ନ୍ୟୁଜିଲାଣ୍ଡର ଲୋକି ଫର୍ଗୁସନ 31ତମ ସ୍ଥାନ ଉପରକୁ ଉଠିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.