ଦୁବାଇ: ଟି-୨୦ ବିଶ୍ବକପ ପୂର୍ବରୁ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳୁଛି ଟିମ ଇଣ୍ଡିଆ । ICC ଏକାଡେମୀ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ଯାସ ମ୍ୟାଚ୍ ଖେଳୁଛି ବିରାଟ ବାହିନୀ । ଟସ୍ ଜିତି କ୍ୟାପଟେନ ବିରାଟ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ ।
ଉଭୟ ଭାରତ ଓ ଇଂଲଣ୍ଡ ସେମାନଙ୍କ ମୁଖ୍ୟ ମ୍ୟାଚ୍ ପୂର୍ବରୁ ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍ ଖେଳିବା ନେଇ ସୂଚୀ ରହିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ ଖେଳିବାର ସୂଚ ରହିଥିବାବେଳେ, ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ଅଭ୍ୟାସ ମ୍ୟାଚ୍ ସୂଚୀ ରହିଛି ।
ଉଭୟ ଟିମ ସୁପର ୧୨ ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବେ । ଭାରତର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ସହ ରହିଛି । ଅକ୍ଟୋବର ୨୪ରେ ଏହି ହାଇଭୋଲଟେଜ୍ ଲଢେଇ ଖେଳାଯିବ । ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୨୩ରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଇଆନ ମୋର୍ଗାନଙ୍କ ଟିମ ।
-
Hello & welcome from Dubai for #TeamIndia's first warm-up game against England 👋
— BCCI (@BCCI) October 18, 2021 " class="align-text-top noRightClick twitterSection" data="
🚨 Toss Update 🚨
India have won the toss and elected to bowl.#INDvENG #T20WorldCup pic.twitter.com/pxeCNoGj2C
">Hello & welcome from Dubai for #TeamIndia's first warm-up game against England 👋
— BCCI (@BCCI) October 18, 2021
🚨 Toss Update 🚨
India have won the toss and elected to bowl.#INDvENG #T20WorldCup pic.twitter.com/pxeCNoGj2CHello & welcome from Dubai for #TeamIndia's first warm-up game against England 👋
— BCCI (@BCCI) October 18, 2021
🚨 Toss Update 🚨
India have won the toss and elected to bowl.#INDvENG #T20WorldCup pic.twitter.com/pxeCNoGj2C
ଭାରତୀୟ ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ଋଷଭ ପନ୍ତ(ୱିକେଟ କିପର), ରୋହିତ ଶର୍ମା, କେଏଲ ରାହୁଲ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରାହ, ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ ।
ଇଂଲଣ୍ଡ ସ୍କ୍ବାଡ୍: ଜସ୍ ବଟଲର(ୱିକେଟ କିପର), ଇଆନ ମୋର୍ଗାନ(କ୍ୟାପଟେନ୍), ଡେୱିଡ ମଲାନ, ଜେସନ ରୟ, ଲିଆମ ଲିଭିଂଷ୍ଟୋନ, ଜନ୍ନି ବେୟାରଷ୍ଟୋ, ମୋଇନ ଅଲୀ, କ୍ରିସ୍ ୱର୍କ୍ସ, ଡେଭିଡ ୱିଲି, ମାର୍କ ଉଡ୍, ଆଦିଲ ରସିଦ, କ୍ରିସ୍ ଜୋର୍ଡାନ, ତିମାଲ ମିଲ୍ସ, ସାମ ବିଲିଙ୍ଗ୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ