ETV Bharat / sports

ICC Men's Cricket World Cup 2023: ରାମୋଜୀ ଫିଲ୍ମ ସିଟିରେ ଆଇସିସି ବିଶ୍ୱକପ୍ ଟ୍ରଫି ପ୍ରଦର୍ଶିତ

ରାମୋଜୀ ଫିଲ୍ମ ସିଟି ପରିସରରେ ଆଇସିସି ବିଶ୍ବ କପ୍ ଟ୍ରଫିକୁ ଫିଲ୍ମସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବେରୀ ଓ ଗଣମାଧ୍ୟମ ସଂସ୍ଥା ଇନାଡୁ ନିର୍ଦ୍ଦେଶିକା ସାହାରି ଉନ୍ମୋଚନ କରିଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 20, 2023, 8:23 PM IST

Updated : Sep 21, 2023, 7:13 AM IST

ICC Men's Cricket World Cup 2023 :ରାମୋଜୀ ଫିଲ୍ମ ସିଟିରେ  ଆଇସିସି ବିଶ୍ବ କପ୍ ଟ୍ରଫି ପ୍ରଦର୍ଶିତ

ହାଇଦ୍ରାବାଦ: ଭାରତରେ ଆୟୋଜନ ହେବ କ୍ରିକେଟ ବିଶ୍ବକପ । ଅକ୍ଟୋବର 5 ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ବର୍ତ୍ତମାନ ଟ୍ରଫି ପରିକ୍ରମା କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଆଜି ଟ୍ରଫି ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିଥିଲା । ରାମୋଜୀ ଫିଲ୍ମ ସିଟିରେ ଆଇସିସି ବିଶ୍ବ କପ୍ ଟ୍ରଫି ପ୍ରଦର୍ଶିତ ହୋଇଥିଲା । ରାମୋଜୀ ଫିଲ୍ମ ସିଟିର କ୍ୟାରମ ଗାର୍ଡେନ ପରିସରରେ ଏହାକୁ ଫିଲ୍ମସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବେରୀ ଓ ଗଣମାଧ୍ୟମ ସଂସ୍ଥା ଇନାଡୁ ନିର୍ଦ୍ଦେଶିକା ସାହାରି ଏହି ଟ୍ରଫିକୁ ଉନ୍ମୋଚନ କରିଥିଲେ । ଏହାସହିତ ଉନ୍ମୋଚନ କାର୍ଯ୍ୟକ୍ରମରେ ଇନାଡୁ ପରିଚାଳନା ନିର୍ଦ୍ଦେଶିକ ସିଏଚ କିରଣ, ଇଟିଭି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବାପିନାଇଡୁଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ କେବଳ କିଛି ନିର୍ଦ୍ଦିଷ୍ଟ ବିଶିଷ୍ଟ ବ୍ୟକ୍ତିବିଶେଷ ମଞ୍ଚ ଉପରକୁ ଯାଇ ଟ୍ରଫି ସହ ଫଟୋ ନେଇଥିଲେ ।

ଅନ୍ୟପଟେ ଆଇସିସି ଟ୍ରଫି ହ୍ୟାଣ୍ଡଲିଂ ପ୍ରୋଟୋକଲ ଅନୁସାରେ, ବିଶ୍ବକପ ବିଜୟୀ ଟିମ ଓ ଟୁର୍ଣ୍ଣାମେଣ୍ଟରେ ଅଶଂଗ୍ରହଣ କରିଥିବା ଖେଳାଳୀମାନେ ହିଁ ଏହି ଟ୍ରଫିକୁ ସ୍ପର୍ଶ କରିପାରିବେ ଓ ହାତରେ ଉଠାଇ ପାରିବେ । ରାମୋଜୀ ଗ୍ରୁପର ପ୍ରାୟ ସମସ୍ତ ସଂସ୍ଥାରେ କାର୍ଯ୍ୟରତ ଥିବା ଅଧିକାରୀ ଓ କର୍ମଚାରୀମାନେ ଆଜି ସଂଧ୍ୟାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ନିର୍ଦ୍ଦିଷ୍ଟ ଗାଇଡଲାଇନ ଅନୁସାରେ ବେଶ ଉତ୍ସାହର ସହ ସମସ୍ତେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ ..ICC World Cup Trophy Tour: ରାମୋଜୀ ଫିଲ୍ମ ସିଟିରେ ଟ୍ରଫି, ଏହି ସମୟରେ ଦେଖି ପାରିବେ ଫ୍ୟାନ୍ସ

ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମସିଟିରେ କ୍ରିକେଟ ବିଶ୍ବକପ୍‌କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାପୂର୍ବରୁ ବିଶ୍ବକପ ଟ୍ରଫି ଅନେକ ଦେଶ ପରିକ୍ରମା କରିବା ପରେ ଭାରତ ଫେରିଛି । ଏହାପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଟ୍ରଫିକୁ ପରିକ୍ରମା କରାଯାଉଛି । ଏହି କ୍ରମରେ ଟ୍ରଫି ଆଜି ହାଇଦ୍ରାବାଦ ଆସି ପହଞ୍ଚିଥିଲା । ଅପରାହ୍ଣ 4ଟାରୁ 6ଟା ମଧ୍ୟରେ ପ୍ରଶଂସକ ଏଠାରେ କ୍ରିକେଟ ବିଶ୍ବକପ୍‌ ଟ୍ରଫି ଦେଖି ଥିଲେ । ଏଥିପାଇଁ ରାମୋଜୀ ଫିଲ୍ମ ସିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବିଶ୍ବକପ୍‌ରେ ଅକ୍ଟୋବର 8 ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ ।। 2013 ପରେ ଭାରତ କୌଣସି ICC ଟ୍ରଫି ଜିତି ପାରିନି। ଏଥର 2011 ଇତିହାସ ପୁଣି ଭାରତ ଦୋହରାଇବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ବିଶ୍ବକପ ଟ୍ରଫିର ଦାମ ହେଉଛି 40 ହଜାର ପାଉଣ୍ଡ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ 30, 85, 320 ରହିଛି । 11 କେଜି ବିଶିଷ୍ଟ ଏହି ଟ୍ରଫିକୁ ପ୍ଲାଟୋନିକ୍‌ ଡାମେନସନ୍‌ସରେ ତିଆରି କରାଯାଇଛି ।

ତେବେ କହିରଖୁଛି ଯେ, ହାଇଦ୍ରାବାଦରେ ବିଶ୍ୱକପର 3ଟି ମ୍ୟାଚ ଖେଳାଯିବ । କିନ୍ତୁ ଭାରତ ତାର ଗୋଟିଏ ବି ମ୍ୟାଚ ଖେଳିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2023, 7:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.