ETV Bharat / sports

ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ରେ ଦେଖିବାକୁ ମିଳିବ ଧୋନୀ-କପିଲ ଦେବଙ୍କ ଝଲକ, ଜାଣନ୍ତୁ ଆଉ କାହାକୁ ନିମନ୍ତ୍ରଣ କରିଛି ଆଇସିସି

author img

By ETV Bharat Odisha Team

Published : Nov 17, 2023, 10:31 PM IST

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ଦର୍ଶକଙ୍କୁ ଦେଖିବାକୁ ମିଳିବ ଏମ୍‌ଏସ୍‌ ଧୋନୀଙ୍କ ଝଲକ । କପିଲ ଦେବଙ୍କ ସହ ସମସ୍ତ ବିଶ୍ବକପ୍‌ ବିଜୟୀ ଅଧିନାୟକଙ୍କୁ ନିମନ୍ତ୍ରଣ କଲା ଆଇସିସି । ଅଧିକ ପଢ଼ନ୍ତୁ

ଫାଇନାଲ୍‌ରେ ଦେଖିବାକୁ ମିଳିବ ଧୋନୀ-କପିଲ ଦେବଙ୍କ ଝଲକ

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ର ସବୁଠାରୁ ବିଗ୍‌ ଫାଇଟ୍‌ ପାଇଁ ସଜେଇ ହୋଇସାରିଛି ମହାମଞ୍ଚ । ପ୍ରସ୍ତୁତ ହୋଇ ସାରିଛନ୍ତି ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ । ଆଗାମୀ ୧୯ ତାରିଖ (ରବିବାର) ଫାଇନାଲ୍‌ ଫାଇଟ୍‌ରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ସର୍ବଶ୍ରେଷ୍ଠ ଦଳ । ବିଶ୍ବର ସର୍ବବୃହତ କ୍ରିକେଟ୍‌ ଷ୍ଟାଡିୟମ୍‌ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ଐତିହାସିକ ଫାଇନାଲ୍‌ ମ୍ୟାଚ୍‌ । ଅନେକ ଭିଭିଆଇପି ଏହି ହାଇ ଭୋଲ୍‌ଟେଜ୍ ଫାଇନାଲ୍‌ ଏନକାଉଣ୍ଟର୍‌ରେ ଯୋଗଦେବାର ସମ୍ଭାବନା ରହିଛି ।

ରିପୋର୍ଟ ଅନୁଯାୟୀ ଆଇସିସି ଗତ ସମସ୍ତ ବିଶ୍ବକପ୍‌ର ବିଜେତା ଅଧିନାୟକମାନଙ୍କୁ ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ନିମନ୍ତ୍ରଣ କରିଛି । ତେଣୁ ଭାରତର ଦୁଇ ବିଶ୍ବ ବିଜୟୀ ଅଧିନାୟକ କପିଲ ଦେବ ଏବଂ ଏମ୍‌ଏସ୍‌ ଧୋନୀ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ, ଯୁବରାଜ ସିଂହ ଏବଂ ଅନ୍ୟ ଭାରତୀୟ କ୍ରିକେଟରମାନେ ମଧ୍ୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ତେବେ ଏହି ଖବର ପରେ ପ୍ରଶଂସକମାନେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବକପ୍‌ ବିଜୟୀ ଅଧିନାୟକ ଇମ୍ରାନ ଖାନଙ୍କୁ ଟ୍ରୋଲ୍ କରୁଛନ୍ତି । କାରଣ ସେ ୧୯୯୨ରେ ପାକିସ୍ତାନ ପାଇଁ ବିଶ୍ଵକପ୍‌ ଜିତିଥିଲେ । ହେଲେ ସେ ଏବେ ଜେଲରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ'

ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର ସମ୍ଭାବନା ରହିଛି । ଏପରିକି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନି ଓ ଡେପୁଟି ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହାସହିତ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୁଖ୍ୟ ଜାକା ଅଶ୍ରଫ ମଧ୍ୟ ଏହି ଫାଇନାଲ ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଗତ ମାସରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପରି ଫାଇନାଲ୍‌ରେ ମଧ୍ୟ ଦର୍ଶକଙ୍କ ଖୁବ ମନୋରଞ୍ଜନ ହେବ । ଏହି ମ୍ୟାଚ୍‌ରେ ଗୀତିକାର ପ୍ରୀତମ ଚକ୍ରବର୍ତ୍ତୀ ସାମିଲ ହୋଇପାରନ୍ତି । ଏହା ବ୍ୟତୀତ ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଟିମ୍ ମଧ୍ୟ ଫାଇନାଲ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଏହାର ଏୟାର ଶୋ' ପ୍ରଦର୍ଶନ କରିବେ । ଭେଟେରାନ ଷ୍ଟାର ଅମିତାଭ ବଚ୍ଚନ, ରଜନୀକାନ୍ତ, କମଲ ହାସନ, ମୋହନଲାଲ, ଭେଙ୍କଟେଶ, ନାଗାର୍ଜୁନ ଏବଂ ରାମ ଚରଣ ପ୍ରମୁଖ ଟିମ୍ ଇଣ୍ଡିଆକୁ ସମର୍ଥନ କରୁଥିବା ଦେଖିବାକୁ ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.