ଦୁବାଇ: କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଶୁକ୍ରବାର କ୍ରିକେଟ ନିୟମରେ କିଛି ପରିବର୍ତ୍ତନ କରିଛି । ଧୀମା ବୋଲିଂ(slow over-rate) ପାଇଁ ଦଣ୍ଡ କଠୋର ହୋଇଥିବାବେଳେ, ଦ୍ବିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ଡ୍ରିଙ୍କ୍ସ ପାଇଁ ଅତିରିକ୍ତ ବିକଳ୍ପ ନିୟମ ହୋଇଛି । ଏହି ନୂଆ ନିୟମ ଚଳିତ ମାସରୁ ଲାଗୁହେବ ।
ଜାନୁଆରୀ ୧୬ରେ ସବିନା ପାର୍କରେ ୱେଷ୍ଟଇଣ୍ଡିଜ ଓ ଆୟରଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ରୁ ଏହି ନିୟମ ଲାଗୁ ହେବ । ଫଳରେ ଏଣିକି ଟି-୨୦ ମ୍ୟାଚ୍ରେ ଧିମା ଓଭର ରେଟ୍ କରିବା ଏବେ ଟିମଗୁଡ଼ିକୁ ଆହୁରି ମହଙ୍ଗା ପଡ଼ିବ। ପୂର୍ବରୁ ମ୍ୟାଚ୍ ପରେ ଧିମା ଓଭର ପାଇଁ ଦଣ୍ଡ ମିଳୁଥିଲା। ମାତ୍ର ଏବେ ମ୍ୟାଚ୍ ମଝିରେ ହିଁ ଫିଲ୍ଡିଂ ଟିମକୁ ଦଣ୍ଡ ଭୋଗିବାକୁ ପଡିବ ।
ଏହାମଧ୍ୟ ପଢନ୍ତୁ: ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍
- ICC ପକ୍ଷରୁ ଘୋଷଣା କରାଯାଇଛି ଯେ, "ପ୍ଲେଇଂ କଣ୍ଡିସନର ଓଭର ରେଟ୍ ଅଧିନିୟମ ୧୩.୮ରେ ଏହି ଦଣ୍ଡ ବ୍ୟବସ୍ଥା ଅନୁଯାୟୀ,ଫିଲ୍ଡିଂ କରୁଥିବା ଟିମ ଇନିଂସର ଶେଷ ଓଭରର ପ୍ରଥମ ବଲ୍ ଧାର୍ଯ୍ୟ କିମ୍ବା ପୁନଃଧାର୍ଯ୍ୟ ହୋଇଥିବା ସମୟ ଅନୁସାରେ ପକାଇବେ ।
ଯଦି ଟିମ ଏପରି ସ୍ଥିତିରେ ନଥିବ, ତେବେ ଇନିଂସର ଅବଶିଷ୍ଟ ଓଭରରେ ସେମାନଙ୍କୁ ମନ୍ଥର ବୋଲିଂ ପାଇଁ ଦଣ୍ଡିତ କରାଯିବ। ନୂଆ ନିୟମ ଅନୁଯାୟୀ, ଇନିଂସର ବାକି ଓଭର ଗୁଡ଼ିକରେ ବୋଲିଂ କରୁଥିବା ଟିମକୁ ୩୦ ଗଜ ବାହାରେ ଜଣେ କମ ଖେଳାଳିଙ୍କ ସହ ଫିଲ୍ଡିଂ କରିବାକୁ ପଡ଼ିବ। ଉକ୍ତ ଖେଳାଳି ୩୦ ଗଜ ଭିତରେ ହିଁ ରହିବେ।"
ଏହାମଧ୍ୟ ପଢନ୍ତୁ: ଜୋହାନ୍ସବର୍ଗରେ ଜିତିଲା ଦକ୍ଷିଣ ଆଫ୍ରିକା, ଭାଙ୍ଗିଲା ଭାରତର ଅପରାଜେୟ ରେକର୍ଡ
ICCର କୋଡ୍ ଅଫ୍ କଣ୍ଡକ୍ଟର ୨.୨ ଧାରା ଅନୁଯାୟୀ, ଧିମା ଓଭର ରେଟ୍ ପାଇଁ ଏପରି କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ICC ଧିମା ଓଭର ରେଟ୍ ପାଇଁ ଟିମ ଓ କ୍ୟାପଟେନଙ୍କ ଉପରେ ଆର୍ଥିକ ଦଣ୍ଡ ଲଗାଉଥିଲା। ନୂଆ ନିୟମ ପରେ ମଧ୍ୟ ପୁରୁଣା ନିୟମ ବଳବତ୍ତର ରହିବ ।
- ସେହିପରି ୨.୩୦ ସେକେଣ୍ଡ ସମୟ ଅବଧିର ବିକଳ୍ପ ଡ୍ରିଙ୍କ୍ସ ବ୍ରେକ୍ ମଧ୍ୟ ରହିବ । ଦୁଇ ଇନିଂସ୍ର ମଧ୍ୟ ଭାଗରେ ଟିମମାନେ ଚାହିଁଲେ ଏହି ଫାଇଦା ଉଠାଇ ପାରିବେ। ଉଭୟ ମହିଳା ଓ ପୁରୁଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଏହା ଲାଗୁ ହେବ।
ANI