ETV Bharat / sports

ଜୁନ 28 ମଧ୍ୟରେ ଟି-20 ବିଶ୍ବକପ ଆୟୋଜନ ନିଷ୍ପତ୍ତି ନେବ ଭାରତ - ଅନ୍ତର୍ଜାତୀୟ କ୍ରିକେଟ ପରିଷଦ

ଫଟାଫଟ କ୍ରିକେଟର ମେଗା ଇଭେଣ୍ଟ ଟି-20 ବିଶ୍ବକପ ଆୟୋଜନ ନେଇ ଚୁଡାନ୍ତ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ 28 ପର୍ଯ୍ୟନ୍ତ ସମୟ ଦେଇଛି ଆଇସିସି । ଅଧିକ ପଢନ୍ତୁ...

ICC gives India time till June 28 to decide on T20 WC: BCCI Sources
ଜୁନ 28 ମଧ୍ୟରେ ଟି20 ବିଶ୍ବକପ ଆୟୋଜନ ନିଷ୍ପତି ନେବ ଭାରତ
author img

By

Published : Jun 1, 2021, 9:43 PM IST

ନୂଆଦିଲ୍ଲୀ: ଟି-20 ବିଶ୍ବକପ ନେଇ ବଡ ନିଷ୍ପତ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଫଟାଫଟ କ୍ରିକେଟର ମେଗା ଇଭେଣ୍ଟ ଟି-20 ବିଶ୍ବକପ ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତୂ ନେବାକୁ ଜୁନ 28 ପର୍ଯ୍ୟନ୍ତ ବିସିସିଆଇକୁ ସମୟ ଦେଇଛି ଆଇସିସି । ମହାମାରୀ କୋରୋନା ସଂକ୍ରମଣର ଭୟାଭୟତା ମଧ୍ୟରେ ଭାରତରେ ବିଶ୍ବକପ ଭଳି ମେଗା ଇଭେଣ୍ଟର ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି ।

ଆଇସିସି ବୋର୍ଡ ବୈଠକ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ବୈଠକରେ ଯୋଗ ଦେଇଥିଲେ । ଚଳିତ ବର୍ଷ ଟି-20 ବିଶ୍ବକପ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବା ନେଇ ସୂଚୀ ରହିଛି ।

ସୂଚନା ଅନୁଯାୟୀ, ବିଶ୍ବକପ ଆୟୋଜନ ନେଇ ଚୁଡାନ୍ତ ନିଷ୍ପତ୍ତି ନେବାକୁ ଆଇସିସିକୁ ଗୋଟିଏ ମାସ ସମୟ ମାଗିଥିଲା ବିସିସିଆଇ । ଏଥିରେ ଆଇସିସି ବୋର୍ଡ ସହମତି ପ୍ରକାଶ କରିଛି । ଜୁନ 28 ମଧ୍ୟରେ ଚୁଡାନ୍ତ ନିଷ୍ପତ୍ତି ନେବାକୁ ସମୟ ଦେଇଛି ଆଇସିସି । ଆସନ୍ତା ମାସରେ ଆଇସିସିର ପରବର୍ତ୍ତୀ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିସିସିଆଇ ଶେଷ ନିଷ୍ପତ୍ତି ଜଣାଇବ ବୋଲି କୁହାଯାଇଛି ।

ତେବେ ଯଦି, ବିସିସିଆଇ ଏହି ଇଭେଣ୍ଟକୁ କୋରୋନା ସଂକ୍ରମଣ କାରଣରୁ ଭାରତରେ ଆୟୋଜନ କରିବାକୁ ଅକ୍ଷମ ହୁଏ, ତେବେ ଟୁର୍ଣ୍ଣାମେଣ୍ଟ ୟୁଏଇକୁ ସ୍ଥାନାନ୍ତର ହୋଇପାରେ । ୟୁଏଇରେ ଆଇପିଏଲ ଆୟୋଜନ ଅକ୍ଟୋବର 10 ସୁଦ୍ଧା ସାରିବାକୁ ଯୋଜନା କରିଛି ବୋର୍ଡ । ଏହାପରେ ବିଶ୍ବକପ ଆୟୋଜନ କରିପାରେ ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.