ETV Bharat / sports

ICC ODI World Cup 2023: ଭାରତରେ ICC ପ୍ରତିନିଧି ଦଳ, ସମସ୍ତ ଷ୍ଟାଡିୟମ୍‌ର ହେବ ଅନୁଧ୍ୟାନ - ଭାରତରେ ପହଞ୍ଚିଛନ୍ତି ଆଇସିସି ପ୍ରତିନିଧି ଦଳ

ଦିନିକିଆ ବିଶ୍ବକପ୍‌ ୨୦୨୩ ଆୟୋଜନ ପୂର୍ବରୁ ଭାରତରେ ପହଞ୍ଚିଛନ୍ତି ଆଇସିସି ପ୍ରତିନିଧି ଦଳ । ବିଶ୍ବକପ୍‌ ଆୟୋଜନ ହେବାକୁ ଥିବା ସମସ୍ତ ଷ୍ଟାଡିୟମ୍‌ ବୁଲି ପ୍ରସ୍ତୁତି ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରୁଛନ୍ତି ଏହି ଆଇସିସି ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

ଭାରତରେ ଆଇସିସି ପ୍ରତିନିଧି ଦଳ
ଭାରତରେ ଆଇସିସି ପ୍ରତିନିଧି ଦଳ
author img

By

Published : Jul 30, 2023, 10:25 PM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ମହାକୁମ୍ଭ । ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଆୟୋଜନ ହେବ ଦିନିକିଆ ବିଶ୍ବକପ୍‌ ୨୦୨୩ । ଏହି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ଦେଶର ୧୦ଟି ସହରରେ ଖେଳାଯିବ । ଏହା ପୂର୍ବରୁ ଦଳଗୁଡ଼ିକ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଗୌହାଟୀ ଓ ଥିରୁବନନ୍ତପୁରମ୍‌ରେ ଅଭ୍ୟାସ ମ୍ୟାଚ୍‌ ଖେଳିବେ । ତେବେ ସମ୍ପୂର୍ଣ୍ଣ ବିଶ୍ବକପ୍‌ ପାଇଁ ୧୨ଟି ଷ୍ଟାଡିୟମ୍‌ର ପ୍ରସ୍ତୁତି ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ ପାଇଁ ICCର ଏକ ପ୍ରତିନିଧି ଦଳ ଭାରତରେ ପହଞ୍ଚିଛି । ସମସ୍ତ ୧୨ଟି ଷ୍ଟାଡିୟମ୍‌ ଗସ୍ତ କରି ଏହାର ଅନୁଧ୍ୟାନ କରିବେ ICCର ପ୍ରତିନିଧି ।

ଭାରତ ଆସିଥିବା ICC ପ୍ରତିନିଧି ଦଳରେ ନିରାପତ୍ତା, କାର୍ଯ୍ୟକ୍ରମ ଆୟୋଜନ ଓ ପ୍ରସାରଣ ବିଶେଷଜ୍ଞ ରହିଛନ୍ତି । ପ୍ରଥମେ ଏହି ଦଳ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ ଅନୁଧ୍ୟାନ କରିଥିଲେ । ଏନେଇ ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍‌ (ଏମ୍‌ସିଏ)ର ସଭାପତି ଅମୋଲ କାଲେ କହିଛନ୍ତି, "ଆମର ସମସ୍ତ ପ୍ରସ୍ତୁତି ନେଇ ICC ପ୍ରତିନିଧି ଖୁସି ପ୍ରକଟ କରିଛନ୍ତି । କେବଳ ଟିକେଟ ବ୍ୟବସ୍ଥା ନେଇ ନିଷ୍ପତ୍ତି ବାକି ରହିଛି । ଟିକଟର ଦର କଣ ରହିବ, ତାହା ନିଷ୍ପତି କରି ବିସିସିଆଇକୁ ଜଣାଇ ଦେବୁ ।" ଏହାପରେ ICC ଦଳ ଚେନ୍ନାଇର ଚେପକ୍ ଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ । ସେଠାରେ ମଧ୍ୟ ସମସ୍ତ ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ । ପରେ ସେମାନେ ଥିରୁଅନନ୍ତପୁରମ୍‌ର ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମ୍‌ ଓ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବୁଲି ଦେଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଫୋକସରେ ଡ୍ରେନେଜ୍‌ ସିଷ୍ଟମ, ବର୍ଷା ହେଲେ କଭର ହେବ ଗ୍ରାଉଣ୍ଡ

ସେମାନେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ମଧ୍ୟ ଗସ୍ତ କରିଥିଲେ । ଏହି ଷ୍ଟାଡିୟମ୍‌ରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ସହ ଭାରତ-ପାକିସ୍ତାନ ମୁକାବିଲା ଏବଂ ଫାଇନାଲ ମ୍ୟାଚ୍‌ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ ହେବ । ତେବେ ଆସନ୍ତାକାଲି ଅର୍ଥାତ ୩୧ ତାରିଖରେ ସେମାନେ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ଦେଖିବେ । ପରେ ICCର ଏହି ଦଳ ଦିଲ୍ଲୀ, ଧର୍ମଶାଳା, ଲକ୍ଷ୍ନୌ, କୋଲକାତା ଓ ଗୌହାଟୀ ଗସ୍ତ କରି ସେଠାକାର ଷ୍ଟାଡିୟମ୍‌ର ସ୍ଥିତି ଅନୁଧ୍ୟାନ କରିବେ । ଶେଷରେ ସେମାନେ ପୁଣେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଷ୍ଟାଡିୟମ ଅନୁଧ୍ୟାନ ପରେ ICC ଦଳର ପରାମର୍ଶ ଅନୁସାରେ ଷ୍ଟାଡିୟମ୍‌​ରେ ଆବଶ୍ୟକ ବ୍ୟବସ୍ଥା କରାଯିବ । ICC ପ୍ରତିନିଧି ଦଳଙ୍କ ସହ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଧୀରଜ ମାଲହୋତ୍ରା ସମସ୍ତ ଷ୍ଟାଡିୟମ ଗସ୍ତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.