ETV Bharat / sports

ଟି୨୦ ବିଶ୍ବକପ: ସ୍କ୍ବାଡ୍‌ରେ ସ୍ଥାନ ନମିଳିବା ପରେ ନାଖୁସ୍‌ ତାହିର

author img

By

Published : Sep 10, 2021, 10:24 PM IST

ଟି୨୦ ବିଶ୍ବକପ ପାଇଁ ଘୋଷିଣ ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରେ ଭେଟେରାନ ଲେଗ ସ୍ପିନର ଇମ୍ରାନ ତାହିରଙ୍କୁ ସ୍ଥାନ ମିଳିନାହିଁ । ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭେଟେରାନ ସ୍ପିନର । ଅଧିକ ପଢନ୍ତୁ...

I think I deserve a little more respect: Tahir
ଟି୨୦ ବିଶ୍ବକପ ସ୍କ୍ବାଡ୍‌ରେ ସ୍ଥାନ ନମିଳିବା ପରେ ନାଖୁସ୍‌ ତାହିର

ହାଇଦ୍ରାବାଦ: ଟି୨୦ ବିଶ୍ବକପ ପାଇଁ ଘୋଷିଣ ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରେ ଭେଟେରାନ ଲେଗ ସ୍ପିନର ଇମ୍ରାନ ତାହିରଙ୍କୁ ସ୍ଥାନ ମିଳିନାହିଁ । ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭେଟେରାନ ସ୍ପିନର । ଟିମ ମ୍ୟାନେଜେଣ୍ଟଙ୍କ ଠାରୁ ଟିକେ ଅଧିକ ସମ୍ମାନ ଆଶା କରନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମାର୍କ ବାଉଚର କୋଚ୍‌ ହେବା ପରଠାରୁ ଟି୨୦ ବିଶ୍ବକପ ନେଇ ତାଙ୍କ ସହ କୌଣସି ଯୋଗାଯୋଗ କରାଯାଇନାହିଁ ।

ଫାଫ ଡୁପ୍ଲେସିସ ଓ କ୍ରିସ ମୋରିସଙ୍କ ସହିତ ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରୁ ବାଦ ପଡିଥିବା ୩ଟି ବଡ ନାମ ମଧ୍ୟରେ ତାହିରଙ୍କ ନାମ ରହିଛି । ଟି୨୦ ବିଶ୍ବକପ ଓମାନ ୟୁଏଇରେ ଅକ୍ଟୋବର ୧୭ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ଏହି ମେଗା ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୪ ପର୍ଯ୍ୟନ୍ତ ଖେଳାଯିବ । ୨୦୧୯ ବିଶ୍ବକପ ପରେ ଅନ୍ତର୍ଜାତୀୟ ଦିନିକିଆରୁ ସନ୍ୟାସ ଘୋଷଣା କରିଥିଲେ ତାହିର ମାତ୍ର ଟି୨୦ ଖେଳିବାକୁ ପ୍ରସ୍ତୁତ ଥିଲେ ।

ଅନ୍ତର୍ଜାତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି ତାହିର । ୬.୫୬ ଇକୋନୋମି ରେଟ୍‌ ରେଟ ସହ ୬୧ ୱିକେଟ ତାଙ୍କ ନାମରେ ରହିଛି । ତେବେ ମାର୍ଚ୍ଚ ୨୦୧୯ରେ ଦକ୍ଷିଣ ଆଫ୍ରିକା ପାଇଁ ସେ ଶେଷ ଟି୨୦ ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.