ମେଲବର୍ଣ୍ଣ: "ଟି-୨୦ ବିଶ୍ବକପ୍ରେ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ଓପନ କରିବେ ଡେଭିଡ ୱାର୍ଣ୍ଣର । ୱାର୍ଣ୍ଣରଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଭରଷା ରହିଛି । ବିଶ୍ବକପ୍ରେ ସେ ନିଜ ଫର୍ମ ଫେରି ପାଇବେ । ଯାହାଫଳରେ ଚଳିତ ବିଶ୍ବକପ ଅଷ୍ଟ୍ରେଲିଆ ଜିତି ପାରିବ ।" ୱାର୍ଣ୍ଣରଙ୍କୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ସୀମିତ ଓଭର ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ୍ ଫିଞ୍ଚ୍ । IPL ୨୦୨୧ରେ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓପେନିଂ କରି ସେତେଟା ସଫଳ ହୋଇ ପାରି ନାହାନ୍ତି ୱାର୍ଣ୍ଣର । ଯାହାଫଳରେ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।
ଏଭଳି ସ୍ଥିତିରେ ୱାର୍ଣ୍ଣରଙ୍କୁ ସମର୍ଥନ ଦେଇଛନ୍ତି ଅଧିନାୟକ ଆରୋନ ଫିଞ୍ଚ୍ । ଅକ୍ଟୋବର ୧୭ ତାରିଖରୁ ବିଶ୍ବକପ୍ ଟି-୨୦ ଆରମ୍ଭ ହେବ । ତେବା ୱାର୍ଣ୍ଣରଙ୍କ ଖରାପ ଫର୍ମକୁ ଯୋଗୁଁ ତାଙ୍କୁ ଚୂଡ଼ାନ୍ତ ଏକାଦଶର ବାଦ ଦେଇଥିଲା ସନ୍ରାଇଜର୍ସ ହାଇଦ୍ରାବାଦ । ଏଭଳି ସ୍ଥିତିରେ ସେ କିଭଳି ଟି-୨୦ ବିଶ୍ବକପ୍ରେ ପ୍ରଦର୍ଶନ କରିବା ତାହାକୁ ନେଇ ଆଲୋଚନା ହେବାକୁ ଲାଗିଥିଲା ।
ତେବେ ୱାର୍ଣ୍ଣରଙ୍କ ଖରାପ ଫର୍ମ ସତ୍ତ୍ବେ ତାଙ୍କୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ । ସେ କହିଛନ୍ତି ଯେ, "ଅଷ୍ଟ୍ରେଲିଆର ସେ ଜଣେ ନମ୍ବର ୱାନ୍ କ୍ରିକେଟର । ବିଶ୍ବକପ୍କୁ ନେଇ ତାଙ୍କ ପ୍ରସ୍ତୁତି ଉପରେ ମୋର କୌଣସି ସନ୍ଦେହ ନାହିଁ । ବିଶ୍ବକପ୍ରେ ସେ ନିଶ୍ଚିତ ଭାବରେ ନିଜର ଜଲୱା ଦେଖାଇବେ । ବର୍ତ୍ତମାନ ସେ SRH କ୍ୟାମ୍ପରେ ରହି ଜବରଦସ୍ତ ଅଭ୍ୟାସ ଜାରି ରିଖିଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ