ଭୁବନେଶ୍ବର: ଏଫଆଇଏଚ ପୁରୁଷ ହକି ବିଶ୍ବକପ ପାଇଁ ଦିନ ନିକଟତର ହେଉଛି । ଏହାରି ଭିତରେ ବିଭିନ୍ନ ଦେଶର ଖେଳାଳି ଓଡିଶାରେ ପହଞ୍ଚୁଛନ୍ତି । ଦ୍ବିତୀୟ ବିଦେଶୀ ତଥା ତୃତୀୟ ଦଳ ଭାବେ ଆଜି (ଗୁରୁବାର) ଭୁବନେଶ୍ବରରେ ପହଞ୍ଚିଛି ଚିଲି । ଗତକାଲି (ବୁଧବାର) ନେଦରଲାଣ୍ଡସ ଦଳ ରାଜଧାନୀରେ ପହଞ୍ଚିଥିଲା । ଡିସେମ୍ବର 27 ତାରିଖରେ ଭାରତୀୟ ହକି ଦଳ ଭୁବନେଶ୍ବରରେ ପହଞ୍ଚିଥିଲା । ଆସନ୍ତାକାଲି (ଶୁକ୍ରବାର) ଡିଭେଣ୍ଡିଂ ଚାମ୍ପିଅନ ବେଲଜିୟମ ଓ ଅଷ୍ଟ୍ରେଲିଆ ଭୁବନେଶ୍ବରରେ ପହଞ୍ଚିବେ । ହୋଟେଲ HHI ରହିବେ ଏହି ଚିଲି ଦଳ । ବିଶ୍ୱକପ ହକିରେ ପ୍ରଥମ କରି ପଦାର୍ପଣ କରିବ ଚିଲି ।
ଗ୍ରୁପ୍ ସିରେ ସ୍ଥାନ ପାଇଥିବା ଚିଲି ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ମାଲେସିଆ ବିପକ୍ଷରେ ଖେଳିବ । ଗତକାଲି ନେଦରଲାଣ୍ଡ ଟିମ୍ ଭୁବନେଶ୍ଵରରେ ପହଞ୍ଚିଛି । ଭୁବନେଶ୍ବରରେ ଚିଲି ଦଳକୁ ସ୍ବାଗତ କରାଯାଇଥିଲା । ରାଉରକେଲା ସହର ମଧ୍ୟ ବିଦେଶୀ ଖେଳାଳିଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିଛି । ନେଦରଲାଣ୍ଡସ ଟିମ୍ ମଧ୍ୟ ଗ୍ରୁପ ସିରେ ରହିଛି । ଏପର୍ଯ୍ୟନ୍ତ ୩ ଥର ବିଶ୍ଵ ବିଜେତା ହୋଇଥିବା ବେଳେ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଛି ନେଦରଲାଣ୍ଡସ ଟିମ୍ । ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ଚିଲି 28 ତମ ଦଳ ଭାବେ ବିଶ୍ବକପରେ ପଦାର୍ପଣ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ବିଶ୍ବକର ଖେଳୁଥିବାରୁ ଦଳ ପାଇଁ ବେଶ ସ୍ମରଣୀୟ ରହିବ ଯାତ୍ରା ।
ଏହା ବି ପଢନ୍ତୁ...India vs Sri Lanka: ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ଆସନ୍ତା 13 ତାରିଖରୁ ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ବିଶ୍ବକପ୍ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍ D'ରେ ସ୍ଥାନ ପାଇଛି । ପୁଲ୍ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି । 13 ତାରିଖରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଆଜି (ଗୁରୁବାର) ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୋ ବସ୍ ସେବାର ମଧ୍ୟ ଶୁଭାରମ୍ଭ କରିବେ । 1109 କୋଟି ଟଙ୍କାର 359ଟି ପ୍ରକଳ୍ପର ଉଦଘାଟନ କରିବେ ।
ଇଟିଭି ଭାରତ, ଭୁବନେଶ୍ବର