ETV Bharat / sports

ଟି20 ବିଶ୍ବକପ୍‌ ଟିକେଟ୍‌ ହାତେଇଲା ନେପାଳ, ଦର୍ଶକଙ୍କ ଜନସମୁଦ୍ରର ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଭାଇରାଲ

author img

By ETV Bharat Odisha Team

Published : Nov 3, 2023, 10:57 PM IST

ୟୁଏଇକୁ ହରାଇ ଟି20 ବିଶ୍ବକପ୍‌ 2024 ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନେପାଳ । ଶୁକ୍ରବାର ନେପାଳର କାଠମାଣ୍ଡୁସ୍ଥିତ ମୁଲପାନି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଦେଖିବାକୁ ଆଜି କାଠମାଣ୍ଡୁରେ ହଜାର ହଜାର ଦର୍ଶକ ଏକାଠି ହୋଇଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ଜନସମୁଦ୍ରର ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଭାଇରାଲ
ଟି20 ବିଶ୍ବକପ୍‌ ଟିକେଟ୍‌ ହାତେଇଲା ନେପାଳ

କାଠମାଣ୍ଡୁ: ଟି20 ବିଶ୍ବକପ୍‌ 2024 ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନେପାଳ । ଶୁକ୍ରବାର ନେପାଳର କାଠମାଣ୍ଡୁସ୍ଥିତ ମୁଲପାନି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୟୁଏଇକୁ ପରାସ୍ତ କରି ଟି20 ବିଶ୍ବକପ୍‌ ଟିକେଟ୍‌ ହାତେଇଛି ଘରୋଇ ଦଳ । ତେବେ ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲ ମ୍ୟାଚ୍‌ ଦେଖିବାକୁ ଆଜି କାଠମାଣ୍ଡୁରେ ହଜାର ହଜାର ଦର୍ଶକ ଏକାଠି ହୋଇଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ମ୍ୟାଚ୍‌ରେ ୟୁଏଇକୁ 8 ୱିକେଟରେ ପରାସ୍ତ କରି ଦର୍ଶକଙ୍କ ଖୁସିକୁ ଦୁଇ ଗୁଣିତ କରିଛି ନେପାଳ ।

ଏହି ମ୍ୟାଚ୍‌ ନେପାଳର କାଠମାଣ୍ଡୁସ୍ଥିତ ମୁଲପାନି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ଷ୍ଟାଡିୟମର କ୍ଷମତା କେବଳ 13 ହଜାର ଦର୍ଶକ ବିଶିଷ୍ଟ । ତେଣୁ ଷ୍ଟାଡିୟମ ପୂର୍ଣ୍ଣ ହୋଇଯିବାରୁ ହଜାର ହଜାର ଲୋକ ସ୍ଥାନୀୟ ପାହାଡ଼ ଓ ଛାତ ଉପରେ ବସି ମ୍ୟାଚ୍‌ର ମଜା ଉଠାଇଥିବା ଦେଖିବାକୁ ମିଳିଛି । ଘରୋଇ ଦଳ ଜିତି ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିବା ପରେ ବିଶାଳ ଜନସମୁଦ୍ର ଏକାଠି ହୋଇ ସେଲିବ୍ରେସନ କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ନେପାଳରେ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଏତେ ସଂଖ୍ୟକ ଦର୍ଶକ ଆସିବା ଦେଖିବାକୁ ମିଳିନଥିଲା । ହେଲେ ଆଜି ମୁଲପାନି କ୍ରିକେଟ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ଦର୍ଶକଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇଯାଇଥିଲା । ସମସ୍ତେ ଏକାଠି ହୋଇ ଖୁସି ମନାଉଥିବା ବେଳର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ...T20 World Cup 2024: ଇତିହାସ ରଚିଲା କାନାଡା, ବରମୁଡାକୁ ହରାଇ ହାତେଇଲା ଟି20 ବିଶ୍ବକପ ଟିକେଟ୍‌

ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ୟୁଏଇ । ଅଧିନାୟକ ବୀର୍ତ୍ତିୟ ଅରବିନ୍ଦ (64)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନିର୍ଦ୍ଧାରିତ ଓଭରରେ 9 ୱିକେଟ ହରାଇ 134 ରନ କରିଥିଲା ୟୁଏଇ । ନେପାଳ ପକ୍ଷରୁ କୁଶଲ ମଲ୍ଲା 3ଟି ଓ ସନ୍ଦୀପ ଲାମିଚାନେ 2ଟି ୱିକେଟ ନେଇଥିଲେ । 135 ରନର ଟାର୍ଗେଟକୁ ପିଛା କରୁଥିବା ନେପାଳ ପାଇଁ ଶେଖ୍‌ ଓ ଅଧିନାୟକ ରୋହିତ ପୌଡେଲ ଦମଦାର ବ୍ୟାଟିଂ କରି ୟୁଏଇକୁ 8 ୱିକେଟରେ ହରାଇଥିଲେ । ଶେଖ୍‌ 52 ବଲରେ 64 ରନ ଓ ପୌଡେଲ 20 ବଲରେ ଅପରାଜିତ 34 ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚ୍‌ ଜିତି ଟି20 ବିଶ୍ବକପ୍‌ 2024 ପାଇଁ ଯୋଗ୍ୟତା ଅର୍ଜନ କରିଛି ନେପାଳ । ତେବେ ଆସନ୍ତା 5 ତାରିଖରେ ଓମାନ ସହ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ ମ୍ୟାଚ୍‌ ଖେଳିବ ନେପାଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.