ETV Bharat / sports

ବିରାଟଙ୍କ ବିଶ୍ବାସଭରା ବାର୍ତ୍ତା, ବିଶ୍ବକପ ବିଜୟ ଏକମାତ୍ର ଲକ୍ଷ୍ୟ

author img

By

Published : Oct 16, 2021, 8:10 PM IST

ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲିଙ୍କ ବୟାନ । ବିଶ୍ବକପ ବିଜୟ ଆମର ଏକମାତ୍ର ଲକ୍ଷ୍ୟ । ଅଧିକ ପଢନ୍ତୁ...

Have no idea regarding coach front, our goal is to win T20 World Cup: Kohli
ବିରାଟଙ୍କ ବିଶ୍ବାସଭରା ବାର୍ତ୍ତା, ବିଶ୍ବକପ ବିଜୟ ଏକମାତ୍ର ଲକ୍ଷ୍ୟ

ଦୁବାଇ: ଟି-୨୦ ବିଶ୍ବକପ ଆରମ୍ଭର ଦିନକ ପୂର୍ବରୁ ସାମ୍ନାକୁ ଆସିଲା ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲିଙ୍କ ବିଶ୍ବାସଭରା ବାର୍ତ୍ତା । ବିଶ୍ବକପ ବିଜୟ ଆମର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି କ୍ୟାପଟେନ କୋହଲି । କୋଚ୍‌ ରବି ଶାସ୍ତ୍ରୀଙ୍କ ସହିତ ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିବା ସହ ଭାରତୀୟ ଟିମରେ ଶ୍ରେଷ୍ଠ ପ୍ରଦର୍ଶନର ପରମ୍ପରା ସୃଷ୍ଟି ହୋଇଥିବାରୁ ଗର୍ବିତ ବୋଲି କହିଛନ୍ତି ।

ରବି ଶାସ୍ତ୍ରୀଙ୍କ ପରେ ପୂର୍ବତନ ଭାରତୀୟ କ୍ୟାପଟେନ ରାହୁଲ ଦ୍ରାବିଡ ଜାତୀୟ ଟିମର ମୁଖ୍ୟ କୋଚ୍‌ ଦାୟିତ୍ବ ସମ୍ଭାଳିବାକୁ ରାଜି ହୋଇଛନ୍ତି । ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରାତିରେ ଏହି ନିଷ୍ପତ୍ତି ହୋଇଛି । ଔପଚାରିକ ଘୋଷଣା ନ ହୋଇନଥିଲେ ମଧ୍ୟ NCA ମୁଖ୍ୟ ଦ୍ରାବିଡ, ଜାତୀୟ ଟିମର କୋଚ୍‌ ଭାର ସମ୍ଭାଳିବାକୁ ରାଜି ହୋଇଥିବା ଜଣାପଡିଛି ।

"ବର୍ତ୍ତମାନ ସ୍ଥିତିରେ ଆମର ଲକ୍ଷ୍ୟ କେବଳ ବିଶ୍ବକପ ଜିତିବା ରହିଛି । କୋଚ୍‌ ନିଯୁକ୍ତି ନେଇ କାହାରି ସଙ୍ଗେ କୌଣସି ଆଲୋଚନା ହୋଇନାହିଁ ।" ଟି-୨୦ ବିଶ୍ବକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଆୟୋଜିତ କ୍ୟାପଟେନ୍‌ସ କଲ୍‌ ଅବସରରେ ଏହା କହିଛନ୍ତି କୋହଲି ।

ଅକ୍ଟୋବର ୨୪ରୁ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଏହାପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.