ETV Bharat / sports

କୋରୋନାକୁ ହରାଇଲେ ହରମନପ୍ରୀତ

author img

By

Published : Apr 16, 2021, 5:05 PM IST

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତୀୟ ମହିଳା ଟି-20 କ୍ୟାପଟେନ ହରମନପ୍ରୀତ କୌର କୋରୋନାରୁ ସୁସ୍ଥ । ଅଧିକ ପଢନ୍ତୁ...

Happy to inform you all that I have tested COVID-19 negative and feeling better: Harmanpreet
କୋରୋନାକୁ ହରାଇଲେ ହରମନପ୍ରୀତ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତୀୟ ମହିଳା ଟି-20 କ୍ୟାପଟେନ ହରମନପ୍ରୀତ କୌର କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ହରମନପ୍ରୀତ । ଏଥିସହ ସମସ୍ତଙ୍କୁ ମହାମାରୀ କବଳରୁ ସୁରକ୍ଷିତ ରହିବାକୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।

  • Happy to inform you all that I have tested -ve & I'm feeling better. My only message to y'all is to take care & be extra careful. The virus is real & it's dangerous.Follow all the protocols set up by the authorities.Wishing strength to the ones who are in the middle of the fight.

    — Harmanpreet Kaur (@ImHarmanpreet) April 16, 2021 " class="align-text-top noRightClick twitterSection" data=" ">

ଗତ ମାସରେ ହରମନପ୍ରୀତ, କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଓ ଏହାପରେ ସେ କ୍ବାରେଣ୍ଟିନରେ ରହିଥିଲେ । ତେବେ ସଦ୍ୟତମ ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ହରମନପ୍ରୀତ ଟ୍ବିଟରେ ଲେଖିଛନ୍ତି, "ଏହି ଭାଇରସ ବାସ୍ତବ ଓ ଭୟଙ୍କର । ସମସ୍ତେ ସତର୍କ ହୁଅନ୍ତୁ ଓ ଯତ୍ନବାନ ହୁଅନ୍ତୁ । ଜାରି ହୋଇଥିବା ସମସ୍ତ ସ୍ବାସ୍ଥ୍ୟ ଭିତ୍ତିକ ସରକାରୀ ଗାଇଡଲାଇନକୁ ପାଳନ କରନ୍ତୁ ।"

ଦକ୍ଷିଣ ଆଫ୍ରିକା ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ହରମନପ୍ରୀତ ଶେଷ ଥର ପାଇଁ ଖେଳିଥିଲେ । ଏହି ସିରିଜରେ ଭାରତ 4-1ରେ ପରାସ୍ତ ହୋଇଥିଲା । ଶେଷ ଦିନିକିଆରେ ଆହତ ହେବାପରେ ଟି-20 ସିରିଜ ଖେଳିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.