ETV Bharat / sports

କ୍ରିସ ଗେଲ୍@42; ମୈଦାନକୁ ଓହ୍ଲାଇଲେ ବର୍ଷା ହୁଏ ଛକା-ଚୌକା

author img

By

Published : Sep 21, 2021, 12:38 PM IST

ଆଜି T-20 ଫର୍ମାଟ ରପାୱାରହିଟର ଖେଳାଳି କ୍ରିସ୍ ଗେଲଙ୍କ ଜନ୍ମଦିନ । ଫ୍ୟାନ୍ସ ଓ ସାଥୀ ଖେଳାଳିଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

୪୨ ବର୍ଷରେ ପାଦ ଥାପିଲେ T-20 ଫର୍ମାଟର ପାୱାରହିଟର କ୍ରିସ ଗେଲ୍

ହାଇଦ୍ରାବାଦ: ଫଟାଫଟ୍ କ୍ରିକେଟର ଚଟାପଟ୍ ହିରୋ । T-20 ଫର୍ମାଟର ଏ ଚଟାପଟ୍ ହିରୋ ହେଉଛନ୍ତି ୱେଷ୍ଟଇଣ୍ଡିଜ କାରବିଆନ ପାୱାରହିଟର ଖେଳାଳି କ୍ରିସ୍ ଗେଲ୍ । ଆଜି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲଙ୍କ ଜନ୍ମଦିନ । ୧୯୭୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଗେଲ୍ ।

ମଇଦାନକୁ ଗେଲ୍ ଆସିଲେ କେବଳ ଛକା-ଚୌକାର ବର୍ଷା ହୁଏ । ତାଙ୍କ ବ୍ୟାଟିଂ ଷ୍ଟାଇଲ ଏବଂ ମଜାଳିଆ ଅନ୍ଦାଜକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥାନ୍ତି । IPL ପରେ ଲୋକଲୋଚନକୁ ଆସିଥିଲେ ଗେଲ୍ । T-20 ଫର୍ମାଟରେ 14261 ରନ୍ ସ୍କୋର କରିଛନ୍ତି ଗେଲ୍, ଯାହା ବର୍ତ୍ତମାନ ସୁଦ୍ଧା କୌଣସି କ୍ରିକେଟର କରିପାରି ନାହାନ୍ତି । କ୍ରିସ ସର୍ବାଧିକ 36.94 ଏବଂ ଷ୍ଟ୍ରାଇକ୍ ହାର 145.87 ରେ ଅଛନ୍ତି । ତାଙ୍କ କ୍ରିକେଟ ଇତିହାସରେ 22 ଟି ଶତକ ଏବଂ 87 ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ।

ସେହିପରି ଗେଲ୍ କ୍ରିକେଟ ଫର୍ମାଟରେ ୧ ହଜାର ଛକା ମାରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ । ଆଇପିଏଲ 2020 ର 50 ନମ୍ବର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏହି ବିରଳ ରେକର୍ଡ କରିଥିଲେ ଗେଲ୍ । ଏହି ମ୍ୟାଚରେ 63 ବଲରୁ 99 ରନର ଇଂନିସ ଖେଳିଛନ୍ତି ଗେଲ୍ । ଏହି ଇଂନିସରେ 6ଟି ଚୌକା ଓ 8ଟି ବିଶାଳ ଛକା ସାମିଲ ରହିଛି । ଗେଲଙ୍କ ଏହି ମାରାଥନ ଇଂନିସ ସହାୟତାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ 20 ଓଭରରେ 185/4 ରନ ସଂଗ୍ରହ କରିପାରିଥିଲା । ଗେଲ୍ଙ୍କ ନାମରେ ଆଇପିଏଲରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ରହିଛି । ଆଇପିଏଲର 13ଟି ସଂସ୍କରଣରେ ଭିନ୍ନଭିନ୍ନ ଟିମ ପାଇଁ ଖେଳି ଶକ୍ତିଶାଳୀ ଗେଲ୍ ମୋଟ 349 ଟି ଛକା ମାରିଛନ୍ତି ।

ଜାଣନ୍ତୁ ଟି -20 କ୍ରିକେଟ୍ ରେ ୟୁନିଭର୍ସ ବସ୍ ଗେଲଙ୍କ କେତୋଟି ଶ୍ରେଷ୍ଠ ନକ୍...

ରୟାଲ୍ ଚ୍ୟାଲେଞ୍ଜର୍ସ ବନାମ ପୁଣେ ୱାରିୟର୍ସ, ୨୦୧୩

2013 IPL ସଂସ୍କରଣରେ ପୁଣେ ୱାରିୟର୍ସ ବିପକ୍ଷ ମ୍ୟାଚ୍ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳୁଥିବାବେଳେ ଗେଲ୍ ସମଗ୍ର କ୍ରିକେଟ୍ ଜଗତକୁ ଚକିତ କରିଦେଇଥିଲେ । ୟୁନିଭର୍ସ ବସ୍ ବିପକ୍ଷ ବୋଲରମାନଙ୍କୁ ଏକ ପ୍ରକାର ଧୂଳି ଚଟାଇ ଦେଇଥିଲେ କାରଣ ସେ ମାତ୍ର 66 ଟି ବଲରେ 175 ରନ୍ ରେକର୍ଡ କରିଥିଲେ ।

117 (57) ୱେଷ୍ଟଇଣ୍ଡିଜ୍ ବନାମ ଦକ୍ଷିଣ ଆଫ୍ରିକା, 2007

2007 ରେ ଟି -20 ବିଶ୍ୱକପ୍‌ର ଉଦ୍‌ଘାଟନୀ ସଂସ୍କରଣରେ ଗେଲ୍‌ ତାଙ୍କ ଅଭିଯାନର ଏକ ସ୍ମରଣୀୟ ଅଧ୍ୟାୟ ଆରମ୍ଭ କରିଥିଲେ । ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିଲା । ପ୍ରଥମେ ବ୍ୟାଟିଂ କରି ଗେଲ 57 ଟି ବଲରେ 117 ରନ୍ କରିଥିଲେ । ଏଥିରେ ୧୦ ଟି ଛକା ଏବଂ ୭ ଟି ଚୌକା ମିରିଥିଲେ । ଆଜି ଏହି କାରବିୟନ ପାୱାରହିଟରଙ୍କ ଜନ୍ମଦିନରେ ଫ୍ୟାନ୍ସ ଏବଂ ସାଥୀ ଖେଳାଳିଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.