ETV Bharat / sports

ଟେଷ୍ଟ କ୍ରିକେଟରୁ ଶ୍ରୀଲଙ୍କା ବ୍ୟାଟ୍‌ର ଧନୁସ୍କା ଗୁଣତିଲକାଙ୍କ ସନ୍ୟାସ

author img

By

Published : Jan 8, 2022, 3:58 PM IST

ଶ୍ରୀଲଙ୍କା ବ୍ୟାଟ୍‌ର ଧନୁସ୍କା ଗୁଣତିଲକା(Gunathilaka) ଶନିବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୦ ବର୍ଷୀୟ ଗୁଣତିଲକା ହ୍ବାଇଟ୍‌-ବଲ୍‌ କ୍ରିକେଟ ଉପରେ ଅଧିକ ଧ୍ୟାନ ଦେବାକୁ କ୍ରିକେଟର ଲମ୍ବା ଫର୍ମାଟକୁ ବିଦାୟ କହିଛନ୍ତି । ଅଧିକ ପଢନ୍ତୁ

Gunathilaka announces retirement from Tests to focus on white-ball cricket
ଟେଷ୍ଟ କ୍ରିକେଟରୁ ଶ୍ରୀଲଙ୍କା ବ୍ୟାଟ୍‌ର ଧନୁସ୍କା ଗୁଣତିଲକାଙ୍କ ସନ୍ୟାସ

କଲମ୍ବୋ: ଶ୍ରୀଲଙ୍କା ବ୍ୟାଟ୍‌ର ଧନୁସ୍କା ଗୁଣତିଲକା ଶନିବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୦ ବର୍ଷୀୟ ଗୁଣତିଲକା ହ୍ବାଇଟ୍‌-ବଲ୍‌ କ୍ରିକେଟ(white-ball cricket) ଉପରେ ଅଧିକ ଧ୍ୟାନ ଦେବାକୁ କ୍ରିକେଟର ଲମ୍ବା ଫର୍ମାଟକୁ ବିଦାୟ କହିଛନ୍ତି । ବର୍ଷ ୨୦୧୮ରେ ଶେଷ ଥର ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ଗୁଣତିଲକା । ମୋଟ ୮ଟି ମ୍ୟାଚ୍‌ରୁ ୨୯୯ ରନ୍‌ ସଂଗ୍ରହ କରିଛନ୍ତି ।

ଏହାମଧ୍ୟରେ ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ରହିଥିବାବେଳେ ସର୍ବଶ୍ରେଷ୍ଠ ସ୍କୋର ୬୧ ରହଛି ।

ଏହାମଧ୍ୟ ପଢନ୍ତୁ: ନୂଆବର୍ଷରୁ ICCର ନୂଆ ନିୟମ, ମନ୍ଥର ବୋଲିଂ ପାଇଁ ଏଣିକି ମ୍ୟାଚ୍‌ ମଝିରେ ଦଣ୍ଡ

ତେବେ ସୀମିତ ଓଭର କ୍ରିକେଟରେ ଗୁଣତିଲକାଙ୍କ କ୍ୟାରିୟର ଦମଦାର ରହିଛି । ୪୪ଟି ଦିନିକିଆ ମ୍ୟାଚ୍‌ରୁ ୩୬.୧୯ ଆଭରେଜରେ ୧୫୨୦ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି ଖେଳିଥିବା ୩୦ଟି ଟି-୨୦ ମ୍ୟାଚ୍‌ରୁ ୧୨୧.୬୨ ଷ୍ଟ୍ରାଇକ୍‌ ରେଟ୍‌ ସହ ୫୬୮ ରନ୍‌ ତାଙ୍କ ନାମରେ ରହିଛି ।

କୁଶଲ ମେଣ୍ଡିସ, ନିରୋସାନ ଡିକୱାଲାଙ୍କ ସହ ଗୁଣତିଲକାଙ୍କୁ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ସମସ୍ତ ୩ ପ୍ରକାର ଫର୍ମାଟରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରୁ ଗୋଟିଏ ବର୍ଷ ବାସନ୍ଦ କରାଯାଇଥିଲା ।

ବାୟୋବବଲ କଟକଣା ଉଂଲଘନ ପରେ ୩ ଖେଳାଳିଙ୍କୁ ବାସନ୍ଦାଦେଶ ଭୋଗିବାକୁ ପଡିଥିଲା । ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ୩ ଖେଳାଳିଙ୍କ ଉପରୁ ବାସନ୍ଦାଦେଶ ପ୍ରତ୍ୟାହାର କରିଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.