ETV Bharat / sports

IPL2022: ଗୁଜୁରାଟର ଦ୍ବିତୀୟ ବିଜୟ, ୧୪ ରନରେ ହାରିଲା ଲକ୍ଷ୍ନୌ - ଦିଲ୍ଲୀ ବିପକ୍ଷରେ ଗୁଜୁରାଟର ଦ୍ବିତୀୟ ବିଜୟ

ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ଓ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ଓ ଲୋକି ଫର୍ଗୁସନଙ୍କ ଘାତକ ବୋଲିଂ ବଳରେ ଦଳ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

ଗୁଜୁରାଟର ଦ୍ବିତୀୟ ବିଜୟ
ଗୁଜୁରାଟର ଦ୍ବିତୀୟ ବିଜୟ
author img

By

Published : Apr 3, 2022, 7:44 AM IST

ପୁଣେ: ଚଳିତ ଆଇପିଏଲରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ଓ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନରେ ପରାସ୍ତ କରିଛି । ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ଓ ଲୋକି ଫର୍ଗୁସନଙ୍କ ଘାତକ ବୋଲିଂ ବଳରେ ଦଳ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ଶନିବାର ଖେଳାଯାଇଥିବା ମ୍ୟାଚରେ ଟାଇଟନ୍ସ ପ୍ରଥମେ ବ୍ୟାଟଂ କରି ୬ ୱିକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଦିଲ୍ଲୀ ୯ ୱିକେଟ ହରାଇ ମାତ୍ର ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ଫର୍ଗୁସନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ ଜିତି ଟାଇଟନ୍ସକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରଥମ ଓଭରରେ ମାଥ୍ୟୁ ୱେଡ ଆଉଟ ହୋଇଥିଲେ । ଏହାପରେ ବିଜୟ ଶଙ୍କର ଓ ଶୁଭମନ ଗିଲ ମିଶି ଦଳୀୟ ସ୍କୋରକୁ ୪୪ରେ ପହଞ୍ଚାଇଥିଲେ । କୁଳଦୀପ ଯାଦବ ସପ୍ତମ ଓଭରରେ ଶଙ୍କରଙ୍କୁ ପାଭିଲିୟନ ପଠାଇଥିଲେ । ଗିଲ ସ୍ଥିତି ସମ୍ଭାଳି ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ଯୋଗ ଦେବା ପରେ ସ୍କୋର ଦ୍ରୁତ ଗତିରେ ଗଡିଥିଲା । ଦଳୀୟ ସ୍କୋର ୧୦୯ ବେଳେ ପାଣ୍ଡ୍ୟା ୩୧ ରନ କରି ଆଉଟ ହୋଇଥିଲେ । ପରେ ପରେ ଗିଲ ୪୬ ବଲରେ ୮୪ ରନ କରି ଆଉଟ ହୋଇଥିଲେ । ଅନ୍ତିମ ଭାଗରେ ଡେଭିଡ ମିଲର ଅପରାଜିତ ୨୦ ରାହୁଲ ତେୱାତିଆ ୧୪ରନ କରି ଦଳୀୟ ସ୍କୋର ୧୭୧ରେ ପହଞ୍ଚାଇଥିଲେ ।

୧୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା ଦଳ । ଓପନର ସାଇଫର୍ଟ ୩ , ପୃଥୀ ଶ' ୧୦ ଓ ମନଦୀପ ସିଂହ ୧୮ ରନ କରି ସଅଳ ଫାଭିଲିୟନ ଫେରିଥିଲେ । ୩୪ ରନ ବେଳେ ଦଳ ୩ଟି ୱିକେଟ ହରାଇଥିଲା । ଋଷଭ ପନ୍ତ ଓ ଲଳିତ ଯାଦବ ସ୍ଥିତି ସମ୍ଭାଳି ଖେଳିଥିଲେ । ଦଳୀୟ ସ୍କୋର ୯୫ରେ ଲଳିତ ଆଉଟ ହୋଇଥିଲେ । ଏହା ପରେ ସବୁ ଓଲଟପାଲଟ ହୋଇଯାଇଥିଲା । ପରେ ପରେ ପନ୍ତ ୪୩ , ଅକ୍ଷର ପଟେଲ ୮, ସର୍ଦୁଳ ୨ ରନ କରି ଆଉଟ ହୋଇଥିଲେ । ଦିଲ୍ଲୀ ୧୩୪ ରନରେ ୪ ୱିକେଟ ହରାଇ ସାରିଥିଲା । ମ୍ୟାଚ ଏକପ୍ରକାର ହାତରୁ ଖସି ଯାଇଥିଲା ।

୧୮ ତମ ଓଭରରେ ରୋଭମାନ ଓ ଖଲିଲ ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ । କୁଳଦୀପ ୧୪ ଓ ମୁସ୍ତାଫିଜୁର ଅପରାଜିତ ରହି ଦଳୀୟ ସ୍କୋରକୁ ୧୫୭ରେ ପହଞ୍ଚାଇଥିଲେ । ଫଳରେ ମ୍ୟାଚଟିରୁ ଗୁଜୁରାଟ ୧୪ ରନରେ ଜିତି ନେଇଥିଲା । ଗୁଜୁରାଟ ପକ୍ଷରୁ ଫର୍ଗୁସନ ୪ ଓ ସାମି ୨ଟି ୱିକେଟ ନେଇଥିଲେ । ବିଜୟ ସହ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.