ETV Bharat / sports

'ମୋ ଝଗଡ଼ା କେବଳ ପଡ଼ିଆରେ'; ବିରାଟଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ମଜାଳିଆ ଉତ୍ତର ଦେଲେ ଗମ୍ଭୀର - ପଡ଼ିଆ ବାହାରେ କିଛି ନଥାଏ ବୋଲି କହିଛନ୍ତି ଗମ୍ଭୀର

Gautam Gambhir: କୋହଲିଙ୍କ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ସଠିକ ଉତ୍ତର ଦେଇ ମଜାଳିଆ କଥା କହିଲେ ଗମ୍ଭୀର । କହିଲେ ମୋ ଝଗଡ଼ା କେବଳ ପଡ଼ିଆରେ । ଅଧିକ ପଢ଼ନ୍ତୁ

ବିରାଟଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଏମିତି ଉତ୍ତର ଦେଲେ ଗମ୍ଭୀର

author img

By ETV Bharat Odisha Team

Published : Dec 23, 2023, 8:43 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍‌ର ଦୁଇ ବଡ଼଼ ଷ୍ଟାର ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିବା ଆପଣ ଜାଣିଥିବେ । ଅନେକ ସମୟରେ ମ୍ୟାଚ୍‌ ମଝିରେ ବା ମ୍ୟାଚ୍‌ ପରେ ଦୁହେଁ ପ୍ରବଳ ଝଗଡ଼ା ଲାଗନ୍ତି । ଏପରିକି ସେମାନଙ୍କୁ ଅଲଗା କରିବା ପାଇଁ ସାଥି ଖେଳାଳିଙ୍କୁ ନାକେଦମ ହେବାକୁ ପଡ଼ିଥାଏ । ହେଲେ ଏକ କାର୍ଯ୍ୟକ୍ରମରେ କୋହଲିଙ୍କୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ସଠିକ ଉତ୍ତର ଦେଇ ସେ ଏକ ମଜାଳିଆ କଥା କହିଛନ୍ତି । ଝଗଡ଼ା ମୋର କେବଳ ପଡ଼ିଆ ଭିତରେ, ପଡ଼ିଆ ବାହାରେ କିଛି ନଥାଏ ବୋଲି କହିଛନ୍ତି ଗମ୍ଭୀର ।

  • Gautam Gambhir cheekily tells rivalry with Virat is on the field only, not off the field. Here he answers a tough question on one of the most memorable moments of Kohli.pic.twitter.com/afDoFGPQ0O

    — Knight Vibe (@KKRiderx) December 22, 2023 " class="align-text-top noRightClick twitterSection" data=" ">

ଗତମାସରେ ଶଏଷ ହୋଇଥିବା ଦିନିକିଆ ବିଶ୍ବକପ୍‌ ୨୦୨୩ ସେମିଫାଇନାଲ ମ୍ୟାଚ୍‌ରେ ବିରାଟ କୋହଲି ଇତିହାସ ସୃଷ୍ଟି କରିଥିଲେ । ମହାନ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ୫୦ତମ ଦିନିକିଆ ଶତକ ହାସଲ କରିଥିଲେ କୋହଲି । ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ହୋଇଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ପୂର୍ବରୁ ଗମ୍ଭୀରଙ୍କୁ ଷ୍ଟାର ସ୍ପୋର୍ଟ୍ସର ଏକ ‌ଶୋ’ରେ କୋହଲିଙ୍କୁ ନେଇ ଏକ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନ ଥିଲା, 'କୋହଲି କେଉଁ ବୋଲରଙ୍କ ଓଭରରେ ନିଜର ୫୦ତମ ଦିନିକିଆ ଶତକ ହାସଲ କରିଥିଲେ ?' ଏହାର ସଠିକ ଉତ୍ତର ଦେଇଥିଲେ ଗମ୍ଭୀର । ଲକି ଫର୍ଗୁସନ୍ ବୋଲି ଉତ୍ତର ଦେବାପରେ ଗମ୍ଭୀର ହସି ହସି କହିଥିଲେ, "ଏହି କଥାକୁ ଆପଣ ବାରମ୍ବାର ଦେଖାଇବେ । ଯେ ମୋର ସବୁ କିଛି ମନେ ରହେ । ମୁଁ କେବଳ ପଡ଼ିଆରେ ହିଁ ଝଗଡ଼ା କରେ।" ତେବେ ଗମ୍ଭୀରଙ୍କର ଏଭଳି ମଜାଳିଆ ଉତ୍ତରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଗମ୍ଭୀରଙ୍କୁ ମିଷ୍ଟର ଫାଇଟର କହିଲେ ଶ୍ରୀସାନ୍ତ, ଏମିତି ଜବାବ ଦେଲେ କ୍ରିକେଟର

ପ୍ରକାଶଯୋଗ୍ୟ, ଆଇପିଏଲ୍‌ ୨୦୨୩ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମେଣ୍ଟର ଥିଲେ ଗମ୍ଭୀର । କୋହଲିଙ୍କ ବାଙ୍ଗାଲୋର ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ପରେ କ‌ୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ଏହି ମ୍ୟାଚ ପରେ ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା । ‌ତେବେ ଘଟଣାସ୍ଥଳରେ ଥିବା ଲକ୍ଷ୍ନୌ ବୋଲର ଅମିତ ମିଶ୍ରା, ଅଧିନାୟକ କେଏଲ୍‌ ରାହୁଲ, କୋଚ୍‌ ବିଜୟ ଦାହିୟା ଓ ବାଙ୍ଗାଲୋର କ୍ୟାପଟେନ୍‌ ଫାଫ୍‌ ଡୁପ୍ଲେସିସ୍‌ ଦୁହିଁଙ୍କୁ ଅଲଗା କରିଥିଲେ । ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । ଏହାପରେ ଗମ୍ଭୀର ଓ କୋହଲିଙ୍କ ଫ୍ୟାନ୍‌ ମାନଙ୍କ ମଧ୍ୟରେ ମଧ୍ୟ ସୋସିଆଲ୍‌ ମିଡିଆରେ ଆରମ୍ଭ ହୋଇଥିଲା ଟ୍ରୋଲ ଯୁଦ୍ଧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.