ETV Bharat / sports

French Open badminton: ସାତ୍ତ୍ବିକ ଓ ଚିରାଗଙ୍କ କମାଲ, ଜିତିଲେ ଡବଲ୍ସ ଟାଇଟଲ - ସାତ୍ତ୍ବିକ ଓ ଚିରାଗଙ୍କ କମାଲ

ଫ୍ରେଞ୍ଚ୍ ଓପନ୍ ସୁପର ୨୦୨୨ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ଭାରତୀୟ ପୁରୁଷ ଯୋଡି ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ । ଅଧିକ ପଢନ୍ତୁ

ସାତ୍ତ୍ବିକ ଓ ଚିରାଗଙ୍କ କମାଲ, ହାତେଇଲେ ଫ୍ରେଞ୍ଚ୍ ଓପନ୍ ସୁପର ଟାଇଟଲ

author img

By

Published : Oct 31, 2022, 7:59 PM IST

ପ୍ୟାରିସ୍: ବ୍ୟାଡମିଣ୍ଟନରେ ଭାରତୀୟ ପୁରୁଷ ଯୁଗଳ ଯୋଡିଙ୍କୁ ଆଉ ଏକ ସଫଳତା । ଫ୍ରେଞ୍ଚ୍ ଓପନ୍ ସୁପର ୨୦୨୨ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ଭାରତୀୟ ପୁରୁଷ ଯୋଡି ସାତ୍ତ୍ବିକ ସାଇରାଜ ରଙ୍କିରେଡୀ ଓ ଚିରାଗ ସେଟ୍ଟୀ । ଚାଇନାର ପ୍ରତିଦ୍ବନ୍ଦୀ ତାଇପେ ଲୁ ଚିଙ୍ଗ ଓ ୟାଙ୍ଗ ପ୍ରୋ ହାନଙ୍କୁ ପରାସ୍ତ କରି ଏହି ଟାଇଟାଲ ହାତେଇବାରେ ସଫଳ ହୋଇଛନ୍ତି ଭାରତୀୟ ପୁରୁଷ ଯୋଡି । ରବିବାର ଫ୍ରେଞ୍ଚ୍ ଓପନ୍ ସୁପର ୨୦୨୨ ଫାଇନାଲ ମୁକାବିଲାରେ ୨୧-୧୩, ୨୧-୧୯ ପଏଣ୍ଟରେ ଚାଇନା ପ୍ରତିଦ୍ବନ୍ଦୀଙ୍କୁ ହରାଇଥିଲେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ । ଉଭୟଙ୍କ ଯୋଡି ଫ୍ରେଞ୍ଚ୍ ଓପନ୍ ଟାଇଟଲ ହାତେଇବା ସହିତ ଚଳିତ ବର୍ଷ ସୁପର ୭୫୦ ବ୍ୟାଡମିଣ୍ଟନ ଟାଇଟଲ ଓ BWF ୱଲ୍ଡ ଟୁର୍‌ ଟାଇଟଲ ମଧ୍ୟ ହାତେଇବାରେ ସଫଳ ହୋଇଛନ୍ତି ।

ଏହା ସେମାନଙ୍କର ଚତୁର୍ଥ BWF ୱଲ୍ଡ ଟୁର ଟାଇଟଲ ରହିଥିଲା । ଏହି ଯୁଗଳ ପୁରୁଷଙ୍କ ପ୍ରଦର୍ଶନ ପୂର୍ବରୁ ଅନେକ ଟାଇଟଲ ହାତେଇବାରେ ସଫଳ ରହିଛି । ହାଇଦ୍ରାବାଦ ଓପନ ୨୦୧୮, ଥାଇଲାଣ୍ଡ ଓପନ ୨୦୧୯ ଓ ଇଣ୍ଡିଆ ଓପନ ୨୦୨୨ ଟାଇଟଲ ମଧ୍ୟ ହାତେଇଛନ୍ତି । ଏହା ସହିତ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଯୋଡି ସାତ୍ତ୍ବିକ ସାଇରାଜ ରଙ୍କିରେଡୀ ଓ ଚିରାଗ ସେଟ୍ଟୀ BWF ସୁପର ୭୫୦ ଟାଇଟଲ ହାତେଇଥିବା ପ୍ରଥମ ଭାରତୀୟ ଯୁଗଳ ଯୋଡି ହୋଇପାରିଛନ୍ତି । ଏହି ଯୋଡି ୨୦୧୯ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିଲେ ସୁଦ୍ଧା ଇଣ୍ଡୋନେସିଆ ପ୍ରତିଦ୍ବନ୍ଦୀଙ୍କଠାରୁ ପରାସ୍ତ ହୋଇଥିଲେ ।

ବର୍ଷ ୧୯୮୩ରେ ଭାରତୀୟ ଯୋଡି ପାର୍ଥ ଗାଙ୍ଗୁଲି ଓ ବିକ୍ରମ ସିଂହ ଏହି ଟାଇଟଲ ଜିତିବା ପରେ ଦୀର୍ଘ ଦିନ ପରେ ପ୍ରଥମ ଥର ଭାରତୀୟ ପୁରୁଷ ଯୁଗଳ ଯୋଡି ଫ୍ରେଞ୍ଚ୍ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାତେଇଛନ୍ତି । ବିଶ୍ବର ଏହି ୮ ନମ୍ବର ଯୋଡି ସେମିଫାଇନାଲରେ ଦକ୍ଷିଣ କୋରିଆର ଚୋଇ ସୋଲ ଗ୍ୟୁ ଓ କିମ ୱନ ହୋଙ୍କୁ ୨୧-୧୮, ୨୧-୧୪ ପଏଣ୍ଟରେ ପରାସ୍ତ କରି ଫାଇନାଲ ପାଇଁ ଟିକଟ୍ ହାତେଇଥିଲେ । ଭାରତୀୟ ଯୋଡି ଫାଇନାଲ ମୁକାବିଲାରେ ଚାଇନାର ପ୍ରତିଦ୍ବନ୍ଦୀ ବିପକ୍ଷରେ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ଟାଇଟଲ ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.