ETV Bharat / sports

IPL 2023: ଏଯାଏଁ ଚମ୍ପିଆନ୍‌ ହୋଇ ପାରିନାହାନ୍ତି ଏହି 4 ଦଳ, ଏଥର ଚମକିବ କି ଭାଗ୍ୟ ? - IPL win list

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ 4ଟି ଦଳ ପାଇଁ ଚମ୍ପିଆନ ହେବା ସ୍ବପ୍ନ ହୋଇ ରହିଛି । କଣ ଏଥର ତାଙ୍କ ଭାଗ୍ୟ ଚମକିବ ? ଅଧିକ ପଢନ୍ତୁ

IPL 2023
ବିଜେତା ହେବାରେ ବିଫଳ ଏହି 4 ଦଳ
author img

By

Published : Mar 17, 2023, 4:56 PM IST

ନୂଆଦିଲ୍ଲୀ: ମାର୍ଚ୍ଚ 31 ତାରିଖରୁ ଆରମ୍ଭ ହେବ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଆଉ ମାତ୍ର 15 ଦିନ ବାକି ରହିଛି । ଏହା 16ତମ ସଂସ୍କରଣ । ଜାଣନ୍ତି କି 15ବର୍ଷ ଯାତ୍ରାରେ 4ଦଳଙ୍କ ପାଇଁ ଚମ୍ପିଆନ୍‌ ହେବା ସ୍ବପ୍ନ ହୋଇ ରହିଛି । ଲଗାତାର ପ୍ରୟାସ ପରେ ମଧ୍ୟ ଚମ୍ପିଆନ୍‌ ମୁକୁଟ ପିନ୍ଧି ପାରିନାହାନ୍ତି ଏହି ଟିମ୍‌ । କଣ ଏଥର ଚମକିବ ସେମାନଙ୍କ ଭାଗ୍ୟ ? ପଢନ୍ତୁ ଏହି ରିପୋର୍ଟ ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ 15ତମ ସଂସ୍କରଣରେ ନବାଗତ ଦଳ ଗୁଜରାଟ ବାଜି ମାରି ନେଇଥିଲା । ଗତ 15ତମ ସଂସ୍କରଣରେ 4ଟି ଦଳ ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପାଇଁ ଟ୍ରଫି ହାତେଇବା ସ୍ବପ୍ନ ହୋଇଛି । ଏହି 4 ଦଳ ଆଇପିଏଲରେ ଅସଫଳ ରହିଛନ୍ତି । ଆଜି ଯାଏଁ ବିଜେତା ହେବାକ ସୌଭାଗ୍ୟ ଅର୍ଜନ କରିପାରି ନାହାନ୍ତି । ଆଇପିଏଲରେ ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏହାପରେ ଚେନ୍ନାଇ ସୁପରକିଙ୍ଗ୍ସ । ମୁମ୍ବାଇ 5ଥର ଚାମ୍ପିଆନ ହୋଇଥିବା ବେଳେ ଚେନ୍ନାଇ 4ଥର ଚମ୍ପିଆନ ହୋଇଛି । କୋଲକାତା ଦୁଇଥର, ରାଜସ୍ଥାନ, ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି । ତେବେ କାହିଁକି ବାଙ୍ଗାଲୋର, ପଞ୍ଜାବ, ଦିଲ୍ଲୀ ଓ ଲକ୍ଷ୍ନୌ ବିଜେତା ହେବାରେ ବିଫଳ ? କଣ ସେମାନଙ୍କ ରଣନୀତି କାମ ଦେଇନାହିଁ ? ନା ପ୍ରଦର୍ଶନରେ କେଉଁଠି କମି ରହିଯାଉଛି ? କଣ ଏଥରେ ଏହି ଦଳ ମଧ୍ୟରୁ ଜଣେ ବାଜିମାରି ଇତିହାସ ରଚିବ ନା ଚମ୍ପିଆନ ରିପିଟ ହେବ ?

ପ୍ରକାଶଥାଉ କି, ମାର୍ଚ୍ଚ 31ରୁ ଇଣ୍ଡିଆନ ପ୍ରିମିୟର ଲିଗର 16ତମ ସଂସ୍କରଣ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଗୁଜରାଟ ଓ ଚେନ୍ନାଇ ପରସ୍ପରକୁ ଭେଟିବେ । ମୋଟ 52 ଦିନରେ 70ଟି ମ୍ୟାଚ ଖେଳାଯିବ । 10 ଦଳ ମଧ୍ୟରେ 70ଟି ମ୍ୟାଚ ହେବ । ମଇ 28 ତାରିଖରେ ଫାଇନାଲ ଖେଳାଯିବ । 12ଟି ସହରରେ ସମସ୍ତ ମ୍ୟାଚ ଖେଳାଯିବ । ଘରୋଇ ଓ ବାହାର ଫର୍ମାଟରେ ସମସ୍ତ ମ୍ୟାଚ ହେବ । ପ୍ରତି ଦଳ 14ଟି ଲେଖାଏଁ ଲିଗ୍‌ ମ୍ୟାଚ ଖେଳିବେ । ଏପ୍ରିଲ 28 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସନରାଇଜର୍ସ ହାଇଦ୍ରାବାଦ କେନ୍‌ ୱିଲିୟମସନଙ୍କ ବଦଳରେ ଦକ୍ଷିଣ ଆଫ୍ରିକା ଖେଳାଳି ଏଡେନ ମାର୍କରାମଙ୍କୁ ଅଧିନାୟକ ନିଯୁକ୍ତ କରିଥିବା ବେଳେ ଦିଲ୍ଲୀ ୱାର୍ଣ୍ଣରଙ୍କୁ ଅଧିନାୟକ ଭାର ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.