ETV Bharat / sports

ବଞ୍ଚିଛନ୍ତି ଜିମ୍ବାୱେ ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକ, ପ୍ରକାଶ ପାଇଥିଲା ମିଛ ମୃତ୍ୟୁ ଖବର - ହିଥ ଷ୍ଟ୍ରିକ

ଆଜି ସକାଳୁ ଜିମ୍ବାୱେ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକଙ୍କ ପରଲୋକ ହୋଇଥିବା ଖବର ପ୍ରକାଶ ପାଇଥିଲା । ମାତ୍ର ଏହା ପରବର୍ତ୍ତୀ ସମୟରେ ଏକ ମିଥ୍ୟା ଖବର ବୋଲି ସୂଚନା ମିଳିଛି ।

Heath Streak death news fake
Former Zimbabwe crickter fake death news
author img

By ETV Bharat Odisha Team

Published : Aug 23, 2023, 1:51 PM IST

ନୂଆଦିଲ୍ଲୀ: ମୃତ୍ୟୁକୁ ନେଇ ଗୁଜବ । କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ମିଛ ଖବର ପ୍ରକାଶିତ ହୋଇଛି । ଜିମ୍ବାୱେ କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକଙ୍କର ମୃତ୍ୟୁ ହୋଇଥିବା ନେଇ ମିଛ ପ୍ରକାଶ ହେବା ସମସ୍ତଙ୍କୁ ଚକିତ କରିଛି । ହିଥ ଷ୍ଟ୍ରିକଙ୍କର ଦେହାନ୍ତ ହୋଇନାହିଁ ସେ ବଞ୍ଚିଛନ୍ତି ସୂଚନା ମିଳିଛି ।

  • I can confirm that rumours of the demise of Heath Streak have been greatly exaggerated. I just heard from him. The third umpire has called him back. He is very much alive folks. pic.twitter.com/LQs6bcjWSB

    — Henry Olonga (@henryolonga) August 23, 2023 " class="align-text-top noRightClick twitterSection" data=" ">

ଜିମ୍ବାୱେ ଷ୍ଟାର କ୍ରିକେଟର ହିଥ ଷ୍ଟ୍ରିକ ବଞ୍ଚିଛନ୍ତି । ଆଜି ସକାଳ ପ୍ରାୟ 9ଟା ସମୟରେ କ୍ୟାନ୍ସରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା । ଜିମ୍ବାୱେ ଦଳର ସାଥୀ ଖେଳାଳି ହେନେରୀ ଓଲାଙ୍ଗ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ଏହାପରେ ସମସ୍ତ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଥିବା । ଅନେକ କ୍ରିକେଟ କିମ୍ବଦନ୍ତୀ ଶୋକ ପ୍ରକାଶ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏକ ମିଛି ଖବର ବୋଲି ଜଣାପଡିଛି । ହିଥ ଷ୍ଟ୍ରିକଙ୍କ କିଛି ହୋଇନାହିଁ ସେ ଜୀବିତ ଅଛନ୍ତି ବୋଲି ସୂଚନା ମିଳିଛି ।

  • Deeply saddened to hear the loss of Heathstreak. He was a beacon for Zimbabwe cricket. Gone too soon. Condolences to his family and friends.

    — Anil Kumble (@anilkumble1074) August 23, 2023 " class="align-text-top noRightClick twitterSection" data=" ">

ସାଥୀ ଖେଳାଳି ହେନେରୀ ଓଲାଙ୍ଗ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ହିଥ ଷ୍ଟ୍ରିକଙ୍କ ବିୟୋଗ ହୋଇଥିବା ଖବର ଜଣାଇଥିଲେ । ଏହି ଖବରକୁ ସମଗ୍ର ଜିମ୍ବାୱେ କ୍ରିକେଟ ଜଗତଠୁ ନେଇ ବହୁ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଯେପରି ଅନିଲ କୁମ୍ବେଲ ଗଭୀର ଶୋକ ପ୍ରକାଶ କରିଥିଲେ । ଏହାପରେ ହେନେରୀ ହିଥ ଷ୍ଟିକଙ୍କ ସହ ହ୍ବାର୍ଟ୍ସଅପରେ କଥାବାର୍ତ୍ତା ହେବା ପରେ ସେ ବଞ୍ଚିଥିବା ଜଣାପଡିଥିଲା । ହିଥ ଷ୍ଟିକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ନିଧନ ଖବର ମିଛ ବୋଲି ଜଣାପଡିଥିଲା ।

ଏହା ବି ପଢନ୍ତୁ...Asia Cup 2023: ଏମିତି ଡେବ୍ୟୁ କରିବି ବୋଲି ସ୍ବପ୍ନରେ ବି ଭାବିନଥିଲି କହିଲେ ତିଲକ

ଏହା ବି ପଢନ୍ତୁ...Chess World Cup 2023 Final: ପ୍ରଥମ ଗେମ୍‌ରେ ବାହାରି ପାରିଲାନି ଫଳାଫଳ, ବୁଧବାର ଦ୍ବିତୀୟ ମୁକାବିଲା

ଜିମ୍ବାୱେ ଷ୍ଟାର କ୍ରିକେଟର ହିଥ ଷ୍ଟ୍ରିକ 2000ରୁ 2004 ଯାଏ ଦଳର ନେତୃତ୍ବ ନେଇଥିଲେ । ସେ ଦେଶ ପାଇଁ 65ଟି ଟେଷ୍ଟ ଓ 189ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ପଦାର୍ପଣ କରିଥିଲେ । କ୍ରିକେଟରେ ତାଙ୍କର 12 ବର୍ଷର କ୍ୟାରିଅର ରହିଛି । ତାଙ୍କ ନେତୃତ୍ବରେ ଜିମ୍ବାୱେ ଅନେକ ସଫଳତା ହାସଲ କରିଛି । ସେ ଜଣେ ମହାନ ଅଲରାଉଣ୍ଡର ଭାବେ ଜଣାଶୁଣା । ସେ ଏକମାତ୍ର ଜିମ୍ବାୱେ ଦଳର କ୍ରିକେଟର ଯିଏକି ଟେଷ୍ଟରେ 100ଟି ୱିକେଟ ନେଇଛନ୍ତି । ତାଙ୍କ ନାମରେ ଏହି ବିରଳ ରେକର୍ଡ ରହିଛି । ଜଣେ କିମ୍ବଦନ୍ତୀ କ୍ରିକେଟରଙ୍କର ଏପରି ମିଛ ମୃତ୍ୟୁ ପ୍ରକାଶ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ଅନେକ କ୍ରିକେଟର ଓ ତାଙ୍କ ଫ୍ୟାନ୍ସ କ୍ଷୋଭ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.