ETV Bharat / sports

Ramiz Targets BCCI: ସାଂଘାତିକ ଅଭିଯୋଗ ଆଣିଲେ ରମିଜ ରାଜା, କହିଲେ BJP ଦ୍ବାରା BCCI ନିୟନ୍ତ୍ରିତ

author img

By

Published : Jan 11, 2023, 10:12 PM IST

ରମିଜ ରାଜା BCCI ବିରୋଧରେ ସବୁବେଳେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି । ସେ କହିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ହେଉଛି BJP ପାର୍ଟି । ଅଧିକ ପଢନ୍ତୁ

PCBର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା
PCBର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା

ହାଇଦ୍ରାବାଦ: PCBର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା BCCI ନାମରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ରମିଜ ରାଜା କହିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ହେଉଛି BJP ପାର୍ଟି । ଲାହୋରର ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସେ BCCI ନାମରେ ଏଭଳି ବୟାନ ଦେଇଛନ୍ତି । ରମିଜ ରାଜା BCCI ବିରୋଧରେ ସବୁବେଳେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାଆନ୍ତି । BCCI ନାମରେ ବିବାଦୀୟ ବୟାନ ଦେଇ କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ BJP ମାନସିକତା ଦ୍ବାରା ପ୍ରଭାବିତ ହୋଇଛି । ଭାରତୀୟ ଜନତା ପାର୍ଟି BCCIକୁ ନିଜ ନିୟନ୍ତ୍ରଣରେ ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ BCCI ଦ୍ବାରା ପ୍ରଭାବିତ ହୋଇଛି । ସେଥିପାଇଁ ICCର ପ୍ରାୟ ଇଭେଣ୍ଟ ଭାରତରେ ଆୟୋଜନ କରାଯାଇଥାଏ । କାରଣ ICCର ଅଧିକ ଫଣ୍ଡିଂ ଭାରତଠାରୁ ହିଁ ଆସିଥାଏ ।

ପାକିସ୍ତାନ କ୍ରିକେଟ ବୋର୍ଡର ଏହି ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ଭାରତୀୟ ମାନସିକତା ପାକିସ୍ତାନ କ୍ରିକେଟ ପ୍ରଗତି ପଥକୁ ଅଟକାଇବା । "ଦୁର୍ଭାଗ୍ୟବଶତଃ ଭାରତ ସହିତ ଯାହା ହେଉଛି ତାହା ଭାରତୀୟ ଜନତା ପାର୍ଟିର ମାନସିକତା । ପୂର୍ବରୁ ଯେଉଁ ଟୁର୍ଣ୍ଣାମେଣ୍ଟ ବାବଦରେ ମୁଁ ଘୋଷଣା କରିଥିଲି ସେଥିପାଇଁ ମୋର କିଛି ଉଦ୍ଦେଶ୍ୟ ରହିଥିଲା । ସେ PSL ହେଉ କି ପାକିସ୍ତାନ ମହିଳା ଲିଗ ହେଉ । ଏହା ଏଥିପାଇଁ ଘୋଷଣା କରିଥିଲି କି ଆମେ ନିଜ ପଇସାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିପାରିବୁ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଫଣ୍ଡିଂ କରିବ । ଯାହାଦ୍ବାରା ଆମକୁ ICC ଫଣ୍ଡିଂ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଆମକୁ ଆମ ସ୍ବାଧୀନତା ଅଧିକାରରୁ ବଞ୍ଚିତ କରାଯାଉଛି । କାରଣ ICCର ଅଧିକାଂଶ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରାଯାଉଛି । ଯଦି ଭାରତର ମାନସିକତା ପାକିସ୍ତାନର ଭାବମୂର୍ତ୍ତିର କ୍ଷୁର୍ଣ୍ଣ କରିବାର ଲକ୍ଷ୍ୟ ରହିଥାଏ ତାହେଲେ ଆମେ କେଉଁ କୂଳରେ ରହିବୁ ନାହିଁ ।"

ଆଗାମୀ ଏସିଆ କପର ଆୟୋଜକ ପାକିସ୍ତାନ ରହିଥିଲା । BCCI ସଚିବ ଜୟ ଶାହା କହିଥିଲେ ଯେ ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ । ଏନେଇ ରମିଜ ରାଜା କହିଥିଲେ ଯେ ଯଦି ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଆସିବ ନାହିଁ ତାହେଲେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ । ଏବେ PCB ଅଧ୍ୟକ୍ଷ ନଜମ ସେଠୀ ରହିଛନ୍ତି । ସେ କହିଥିଲେ ACC ସହିତ ଏହି ଘଟଣା ବାବଦରେ ଆଲୋଚନା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.