ETV Bharat / sports

Suresh Raina Song Video: ଝିଅ ଗ୍ରାସିଆ ପାଇଁ ଗୀତ ଗାଇଲେ ରାଇନା

author img

By

Published : Mar 2, 2023, 2:14 PM IST

ଗୀତ ଗାଇ ଫ୍ୟାନ୍ସଙ୍କ ହୃଦୟ ଜିତିଲେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଝିଅ ଗ୍ରାସିଆ ପାଇଁ ଗାଇଲେ ବିଟିୟା ରାନୀ ଗୀତ । ଅଧିକ ପଢନ୍ତୁ

suresh raina sang a song for daughter
suresh raina sang a song for daughter

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଯାଦୁ ଦେଖାଇବା ପରେ ଏବେ ନିଜ କଣ୍ଠର ଯାଦୁରେ ଫ୍ୟାନ୍ସଙ୍କ ହୃଦୟ ଜିତିଲେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଝିଅ ଗ୍ରାସିଆ ପାଇଁ ଗୀତ ଗାଇଲେ ରାଇନା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଷ୍ଟୁଡିଓରେ ବସି ଗୀତ ଗାଉଥିବାର ଦେଖିବାକୁ ମିଳିଛି । ତେବେ ପୂର୍ବରୁ ମଧ୍ୟ ରାଇନା ଗୀତ ଗାଉଥିବାର ଅନେକ ଭିଡିଓ ସାମ୍ନାକୁ ଆସିଛି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓଟି ଗତ 2018ରେ ରେକର୍ଡ କରାଯାଇଥିଲା ।

କ୍ରିକେଟର ସୁରେଶ ରାଇନା ଏହି ଭିଡିଓଟିକୁ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ରାଇନା ଲେଖିଛନ୍ତି ଯେ 'ଏହି ଗୀତ ମୋତେ ସବୁବେଳେ ଖୁସି ଦେଇଥାଏ, ଏହା ମୋ ହୃଦୟରେ ସର୍ବଦା ସ୍ୱତନ୍ତ୍ର ହୋଇ ରହିବ'। 2018ରେ ରାଇନା 'ବିଟିୟା ରାନୀ' ଗୀତ ରେକର୍ଡ କରିଥିଲେ । ସେହି ସମୟରେ ରାଇନାଙ୍କ ଏହି ଗୀତଟି ଭାଇରାଲ ହୋଇଥିଲା । ସେ ତାଙ୍କ ଝିଅ ପାଇଁ ଏହି ଗୀତଟିକୁ ଗାଇଥିଲେ। ବହୁ କ୍ରିକେଟର ମଧ୍ୟ ସେହି ସମୟରେ ଏହି ଭିଡିଓରେ ରାଇନାଙ୍କୁ ଭଲ କମେଣ୍ଟ ମଧ୍ୟ କରିଥିଲେ । ଭିଡିଓଟି ରାଇନାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ଖବର ଲେଖା ହେବା ସୁଦ୍ଧା 7 ହଜାରରୁ ଊର୍ଦ୍ଧ୍ବ ୟୁଜର୍ସ ଭିଡିଓଟିକୁ ଲାଇକ କରିଥିବା ବେଳେ ଦେଢ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଏହାକୁ ଦେଖି ସାରିଲେଣି ।

ଏହା ମଧ୍ୟ ପଢନ୍ତୁ-IND vs AUS 3rd Test: 197 ରନରେ ଅଲଆଉଟ କଙ୍ଗାରୁ ଦଳ

ନିକଟରେ କ୍ରିକେଟର ଶ୍ରେୟାସ ଆୟାରଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ୟୁଜର୍ସଙ୍କୁ ଖୁବ ପସନ୍ଦ କରିଥିଲେ । ଶ୍ରେୟାସ ତାଙ୍କ ଭଉଣୀଙ୍କ ସହ ତାମିଲ ଗୀତ ଟମ୍ ଟମ୍‌ରେ ଡ୍ୟାନ୍ସ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଉଭଣୀ ଶ୍ରେଷ୍ଠା ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ସେୟାର କରି 'ଡ୍ୟାନସିଂ ଟୁ ଦ ବେଷ୍ଟ ଟ୍ରେଣ୍ଡ ଉଇଥ ଦ ବେଷ୍ଟ' କ୍ୟାପସନ ଲେଖି ସେୟାର କରିଥିଲେ ।

ତାମିଲ ଗୀତ ଟମ୍ ଟମ୍‌ର ତାଳେ ତାଳେ ଡ୍ୟାନ୍ସ କରିଥିଲେ ଶ୍ରେୟାସ ଓ ଶ୍ରେଷ୍ଠା । ଶ୍ରେୟାସ ଏକ କଳା ରଙ୍ଗର ଟି ସାର୍ଟ ପିନ୍ଧି ଥିବାବେଳେ ଭଉଣୀ ଏକ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ତାମିଲ ଗୀତ ଟମ୍ ଟମ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ମଧ୍ୟ ଏଥିରେ ରିଲ୍ସ ବନାଇ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.