ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଷ୍ଟାର ବୋଲର ଭେଙ୍କଟେଶ ପ୍ରସାଦ ଯୁବ ବ୍ୟାଟର ଶୁଭମନ ଗିଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ଟେଷ୍ଟ ଟିମରେ ଶୁଭମନ ଗିଲଙ୍କ ଚୟନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । କ୍ରିକେଟର ଏହି ଲମ୍ବା ଫର୍ମାଟ୍ରେ ଗିଲ୍ଙ୍କୁ ବାରମ୍ବାର ସୁଯୋଗ ଦିଆଯିବାକୁ ପକ୍ଷପାତିତା ବୋଲି କହିଛନ୍ତି ଭେଙ୍କଟେଶ । କ୍ରମାଗତ ଭାବେ ଟେଷ୍ଟ୍ କ୍ରିକେଟ୍ରେ ଗିଲଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲେ ମଧ୍ୟ ତାଙ୍କୁ ବାରମ୍ବାର ସୁଯୋଗ ମିଳିବା ପକ୍ଷପାତିତା । ଏନେଇ ପୂର୍ବତନ କ୍ରିକେଟର୍ ମାନେ କଣ ପାଇଁ ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
-
I have a lot of regard for Shubhman Gill's talent and ability, but sadly his performances have been well below par. A test average of 30 after 30 Innings in international cricket is ordinary. Can’t think of many who have been given so many chances. https://t.co/WtHrBUm4Wq
— Venkatesh Prasad (@venkateshprasod) July 16, 2023 " class="align-text-top noRightClick twitterSection" data="
">I have a lot of regard for Shubhman Gill's talent and ability, but sadly his performances have been well below par. A test average of 30 after 30 Innings in international cricket is ordinary. Can’t think of many who have been given so many chances. https://t.co/WtHrBUm4Wq
— Venkatesh Prasad (@venkateshprasod) July 16, 2023I have a lot of regard for Shubhman Gill's talent and ability, but sadly his performances have been well below par. A test average of 30 after 30 Innings in international cricket is ordinary. Can’t think of many who have been given so many chances. https://t.co/WtHrBUm4Wq
— Venkatesh Prasad (@venkateshprasod) July 16, 2023
ଯୁବ ବ୍ୟାଟର ଶୁଭମନ ଗିଲ ୨୦୧୯ରେ ଭାରତୀୟ ଟେଷ୍ଟ୍ ଟିମ୍ ପାଇଁ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ବର୍ତ୍ତମାନ ସୁଦ୍ଧା ୧୭ଟି ମ୍ୟାଚ୍ରେ ୩୧ଟି ଖେଳିଥିବା ବେଳେ ମାତ୍ର ୩୧.୯୬ ହାରରେ ୯୨୭ ରନ କରିଛନ୍ତି । ଏଥିରେ ଦୁଇଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପଟେ ବର୍ତ୍ତମାନ ୱେଷ୍ଟ୍ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଶେଷ ତିନି ଇନିଂସରେ ଗିଲ୍ ମାତ୍ର ୩୭ ରନ କରିଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭେଙ୍କଟେଶ । ଭାରତ ପାଇଁ ୩୩ ଟେଷ୍ଟ ମ୍ୟାଚ୍ ଏବଂ ୧୬୧ ଦିନିକିଆ ଖେଳିଥିବା ଏହି ପୂର୍ବତନ କ୍ରିକେଟର୍ ରବିବାର ଗିଲ୍ଙ୍କ ପାଇଁ ବିସିସିଆଇ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ପୂର୍ବତନ କ୍ରିକେଟରମାନେ କାହିଁକି ଚୁପ୍ ଅଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଭେଙ୍କଟେଶ ।
ଏହା ମଧ୍ୟ ପଢ଼ନ୍ତୁ...ବୁମରାଙ୍କୁ ମିସ୍ କରୁଛି ଟିମ୍ ଇଣ୍ଡିଆ, ଏମିତି କହିଲେ ବୋଲିଂ କୋଚ୍
ସେ ଏକ ଟ୍ବିଟ୍ରେ ଲେଖିଛନ୍ତି, "ମୁଁ ଶୁଭମନ ଗିଲ୍ଙ୍କ ଦକ୍ଷତା ଏବଂ କ୍ଷମତାକୁ ସମ୍ମାନ କରୁଛି । କିନ୍ତୁ ଦୁଃଖର ବିଷୟ ଯେ, ତାଙ୍କ ପ୍ରଦର୍ଶନ ଆଶାନୁରୂପ ନାହିଁ । ଅନ୍ତର୍ଜାତୀୟ କ୍ରିକେଟରେ ୩୦ ପାଳି ଖେଳିବା ପରେ ମଧ୍ୟ ଗିଲ୍ଙ୍କ ଟେଷ୍ଟ ଆଭ୍ରେଜ୍ ୩୦ ରହିଛି । ମୋର ମନେ ନାହିଁ, ଅନ୍ୟ କେଉଁ ଖେଳାଳୀଙ୍କୁ ଏତେ ସୁଯୋଗ ଦିଆଯାଇଛି । ଅନେକ ଖେଳାଳୀ ଟପ୍ ଫର୍ମରେ ରହି ସୁଯୋଗ ପାଇଁ ଅପେକ୍ଷା କରିଛନ୍ତି । ପୃଥ୍ବୀ ଶ' ଫର୍ମରେ ଅଛନ୍ତି, ସରଫରାଜ ଖାନ ଫାଷ୍ଟ୍ କ୍ଲାସ୍ କ୍ରିକେଟରେ ଶତକ କରୁଛନ୍ତି । ଅନେକ ଖେଳାଳୀ ଗିଲ୍ଙ୍କ ଆଗରୁ ସୁଯୋଗ ପାଇବା ପାଇଁ ଯୋଗ୍ୟ । ହେଲେ କିଛି ଭାଗ୍ୟବାନ ଥାଆନ୍ତି, ଯାହାଙ୍କୁ ସଫଳ ହେବା ପାଇଁ ଅନେକ ସୁଯୋଗ ଦିଆଯାଥାଏ ।"
କେବଳ ସେତିକି ନୁହେଁ, ବିସିସିଆଇ, ଚୟନକର୍ତ୍ତା ଓ ପୂର୍ବତନ ଖେଳାଳୀଙ୍କୁ ମଧ୍ୟ କାଠଗଡ଼ାରେ ଛିଡ଼ା କରିଛନ୍ତି ଭେଙ୍କଟେଶ ପ୍ରସାଦ । ସେ କହିଛନ୍ତି, "ଗିଲଙ୍କ ଚୟନ ପ୍ରଦର୍ଶନ ଆଧାରରେ ନୁହେଁ, ବରଂ ପକ୍ଷପାତିତା ଆଧାରରେ ହେଉଛି । ନିଜ ଖେଳରେ ସେ ଲଗାତାର ବିଫଳ ରହିଛନ୍ତି । ଅନେକ ପୂର୍ବତନ ଖେଳାଳୀ ଏହି ପକ୍ଷପାତିତାକୁ ଦେଖି ମଧ୍ୟ କୌଣସି ବୟାନ ଦେଉନାହାନ୍ତି ।" ତେବେ କିଛି ମାସ ପୂର୍ବରୁ କେଏଲ ରାହୁଲଙ୍କ ଖରାପ ଫର୍ମ ସତ୍ତ୍ବେ ବାରମ୍ବାର ଚୟନକୁ ମଧ୍ୟ ପକ୍ଷପାତିତା ଅଧାରରେ ବୋଲି ପ୍ରସାଦ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ