ETV Bharat / sports

Happy Birth Day Yuvraj: 40 ବର୍ଷରେ ସିକ୍ସର କିଙ୍ଗ ଯୁବରାଜ ସିଂ - ଯୁବରାଜ ସିଂଙ୍କ ଜନ୍ମଦିନ ନ୍ୟୁଜ

'ସିକ୍ସର କିଙ୍ଗ' ନାଁରେ ସେ ପରିଚିତ । ଆକ୍ରମକ ବ୍ୟାଟିଂ ଓ ସାନଦାର ଫିଲ୍ଡିଂ ପାଇଁ କ୍ରିକେଟରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ହେଲେ ଯୁବରାଜ ସିଂ । ଆଜି ୪୦ ବର୍ଷ ବୟସରେ ପାଦ ଥାପିଛନ୍ତି ଯୁବରାଜ(Happy Birthday Yuvraj Singh) । ଅଧିକ ପଢନ୍ତୁ

40ବର୍ଷରେ ସିକ୍ସର କିଙ୍ଗ ଯୁବରାଜ ସିଂ
40ବର୍ଷରେ ସିକ୍ସର କିଙ୍ଗ ଯୁବରାଜ ସିଂ
author img

By

Published : Dec 12, 2021, 10:02 AM IST

ହାଇଦ୍ରାବାଦ: ୧୨ ନମ୍ବର ଜର୍ସି ପିନ୍ଧି ପଡିଆକୁ ଆସିବା ମାତ୍ରେ ମନେ ପଡିଯାଏ ତାଙ୍କ ୬ ବଲ ୬ ଛକା କଥା । 'ସିକ୍ସର କିଙ୍ଗ' ନାଁରେ ସେ ପରିଚିତ । ଆକ୍ରମକ ବ୍ୟାଟିଂ ଓ ସାନଦାର ଫିଲ୍ଡିଂ କରି କ୍ରିକେଟରେ ସେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ । ସେ ହେଲେ ଯୁବରାଜ ସିଂ । ଆଜି ୪୦ ବର୍ଷ ବୟସରେ ପାଦ ଥାପିଛନ୍ତି ଯୁବରାଜ(Happy Birthday Yuvraj Singh) ।

ଚଣ୍ଡିଗଡରେ ଜନ୍ମ ହୋଇଥିଲା ଏହି ଖେଳାଳି । 17ବର୍ଷ ବୟସରେ ଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ । ଦିନ ଆସିଲା ଅଲରଉାଣ୍ଡର ଖେଳାଳି ଭାବେ ଦେଶକୁ ବିଶ୍ବକପ୍‌ ମଧ୍ୟ ଜିତାଇଥିଲେ । 10ଜୁନ୍‌ 2019ରେ ନିଜର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅଲବିଦା କହିଥିଲେ ଯୁବରାଜ ସିଂ ।

ଯୁବରାଜ ସିଂ ମୃତ୍ୟୁକୁ ମାତ୍‌ ଦେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ତାଙ୍କର ଟି-20 ବିଶ୍ବକପର 6 ଟି ଛକାକୁ ଆଜି ବି ଫ୍ୟାନ୍ସ ମନେ ପକାନ୍ତି । ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ୟାରିଅର ଏତେଟା ସହଜ ନଥିଲା । ଅନେକ ସଫଳତା-ଅସଫଳତା ମଧ୍ୟରେ ତାଙ୍କର କ୍ୟାରିୟର ଗତି କରିଛି । ସେ ଦେଶ ପାଇଁ 304ଟି ଦିନିକିଆ, 40ଟି ଟେଷ୍ଟ ଓ 58ଟି-20 ମ୍ୟାଚ ଖେଳିଛନ୍ତି ଓ 3ଟି ଫର୍ମାଟର ରନ୍‌କୁ ମିଶାଇଲେ 11000ରନ୍‌ ସଂଗ୍ରହ କରିଛନ୍ତି । ଯୁବି 2007 ଟି-20 ବଶ୍ବକପ୍‌ ଓ 2011 ବିଶ୍ବକପରେ ଭାରତକୁ ବିଶ୍ବ ବିଜେତା ବନେଇବାରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । କେନିୟା ବିପକ୍ଷରେ 2000 ମସିହାରେ ଦିନିକିଆ ଡେବ୍ୟୁ କରିଥିଲେ ଯୁବରାଜ ସିଂ ଓ 2003ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ।

ସିକ୍ସର କିଙ୍ଗ୍‌ କଥା କହିଲେ ମନକୁ କ୍ରିକେଟର୍‌ ଯୁବରାଜ ସିଂହଙ୍କ କଥା ଆପେ ଆପେ ଆସିଯାଏ । ଟିମ୍‌ ଇଣ୍ଡିଆ ସଫଳତାର ଆଉ ଜଣେ ଯୋଦ୍ଧା ହେଲେ ଯୁବରାଜ ସିଂ । ୨୦୧୧ ୱାର୍ଲ୍ଡ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବରାଜ ଫେବୃଆରୀ ୨୦୨୨ରେ ପୁଣି କ୍ରିଜକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି ।

ଭାରତର ଏହି ଧୁରନ୍ଧର ଅଲରାଉଣ୍ଡରଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା...

  • ଯୁବରାଜ ସିଂ ପୂର୍ବ ଭାରତୀୟ କ୍ରିକେଟର ଯୋଗରାଜ ସିଂଙ୍କ ପୁତ୍ର । ଯୋଗରାଜ ଦେଶ ପାଇଁ ଗୋଟିଏ ଟେଷ୍ଟ ଓ 6ଟି ଦିନିକିଆ ଖେଳିଛନ୍ତି । ସେ ଜଣେ ପେସ ବୋଲର ଥିଲେ ।
  • 2000 ଅଣ୍ଡର-19 ବିଶ୍ବକପରେ ଯୁବରାଜ ପ୍ଲେୟାର ଅଫ୍‌ ଦି ମ୍ୟାଚ ହୋଇଥିଲେ ।
  • 2007 ଟି-20 ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ 12ବଲ୍‌ରେ 50ରନ୍‌ ହାସଲ କରିଥିଲେ ।
  • ଯୁବରାଜ 2011 ବିଶ୍ବକପ୍‌ରେ 4ଥର ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଥିଲେ ।
  • 2011ରେ ଭାରତ ବିଶ୍ବକପ ଜିତିଥିଲା ଓ ସେ ପାଲଟି ଥିଲେ ମ୍ୟାନ ଅଫ୍‌ ଦି ସିରିଜ ।
  • 2012ରେ ସେ ଅର୍ଜୁନ ପୁରସ୍କାର ଓ 2014ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
  • ସେ ପିଲା ଦିନେ ରୋଲର ସ୍କେଟିଙ୍ଗ ପସନ୍ଦ କରୁଥିଲେ । ଅଣ୍ଡର-19 ରୋଲର ସ୍କେଟିଙ୍ଗ ଚମ୍ପିଆନସିପ୍‌ରେ ବିଜୟ ହାସଲ କରିଥିଲେ ।
  • ସେ ଚାଇଲ୍ଡ ଆଟିଷ୍ଟ ଭାବେ ପଞ୍ଜାବୀ ଫିଲ୍ମରେ ସେ ଆକ୍ଟିଙ୍ଗ ମଧ୍ୟ କରିଛନ୍ତି । ସେ ମେହନ୍ଦୀ ସଜଦା ଦି ଓ ପୁତ୍ତ ସରଦାରାରେ କାମ କରିଛନ୍ତି ।
  • ଟି-20ର ଗୋଟିଏ ଓଭରରେ 6ଟି ଛକା ମାରିଥିବା ଯୁବରାଜ ପ୍ରଥମ ଖେଳାଳି ପାଲଟିଥିଲେ । ସେ 2007ଟି-20 ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ ହାସନ କରିଥିଲେ ।
  • ଆଇପିଏଲରେ ଆରସିବି, କିଙ୍ଗ୍ସ ଇଲେଭେନ ପଞ୍ଜାବ, ଦିଲ୍ଲୀ ଡେୟରଡେଭିଲ୍ସ, ପୁନେ ଓ୍ବରିୟର୍ସ ଇଣ୍ଡିଆ, ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି ।
  • ସେ ବଲିଉଡ ଅଭିନେତ୍ରୀ ହାଜେଲ କିଚ‌ଙ୍କୁ 30 ନଭେମ୍ବରରେ 2016 ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.