ହାଇଦ୍ରାବାଦ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀସାନ୍ତ ପୁଣିଥରେ IPL ଖେଳିବାକୁ ମନବଳାଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ମେଗା ଖେଳାଳି ନିଲାମରେ ପଞ୍ଜୀକରଣ କରିଛନ୍ତି ଶ୍ରୀସାନ୍ତ । ସେ ନିଜର ବେସ୍ ପ୍ରାଇସ୍ ମାତ୍ର ୫୦ ଲକ୍ଷ ରଖିଛନ୍ତି । ଗତବର୍ଷ IPL ୨୦୨୧ ନିଲାମରେ ମଧ୍ୟ ଶ୍ରୀସାନ୍ତ ପଞ୍ଜୀକରଣ କରିଥିଲେ, ମାତ୍ର ତାଙ୍କୁ ଚୁଡାନ୍ତ ତାଲିକାରେ ସ୍ଥାନ ମିଳିନଥିଲା । ଶେଷ ଥର ପାଇଁ ୨୦୧୩ ସଂସ୍କରଣର ଆଇପିଏଲରେ ଶ୍ରୀସାନ୍ତ, ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ ।
ଏହାମଧ୍ୟ ପଢନ୍ତୁ: ବିନା ଦର୍ଶକରେ ଭାରତରେ ଖେଳାଯିବ IPL 2022
୩୮ ବର୍ଷୀୟ ଦ୍ରୁତ ବୋଲର ପ୍ରତିଯୋଗୀତାମୂଳକ କ୍ରିକେଟକୁ ଫେରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତି ସାରିଥିଲେ । କେରଳ ଟିମ ପାଇଁ ୨୦୨୧/21 ରଣଜୀ ଟ୍ରଫି ଟୁର୍ନାମେଣ୍ଟରେ ନଜର ଆସିଥାନ୍ତେ ଶ୍ରୀସାନ୍ତ । ମାତ୍ର ବର୍ତ୍ତମା ପାଇଁ ଏହି ଟୁର୍ନାମେଣ୍ଟ ସ୍ଥଗିତ ହୋଇଛି । BCCI ଏହି ଟୁର୍ନାମେଣ୍ଟକୁ ବାତିଲ କରିନାହିଁ, ଫଳରେ ଦେଶରେ COVID-19 ସ୍ଥିତିରେ ସୁଧାର ଆସିଲେ ଦେଶର ପ୍ରମୁଖ ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରିପାରେ ବୋର୍ଡ । ସଞ୍ଜୁ ସାମସନଙ୍କ ନେତୃତାଧୀନ ଟିମରେ ହ୍ବାଇଟ୍-ବଲ୍ ମ୍ୟାଚ୍ ଖେଳିପାରିନଥିଲେ କେରଳ ଏକ୍ସପ୍ରେସ୍ । କେରଳ ପାଇଁ ସେ ୨୦୨୦/୨୧ ସିଜିନରେ ଶେଷଖର ପାଁ ଖେଳିଥିଲେ ।
ଏହାମଧ୍ୟ ପଢନ୍ତୁ: IPL 2022: ନିଲାମ ପାଇଁ ପଞ୍ଜୀକରଣ କରିଥିବା ୧୨୧୪ ଖେଳାଳିଙ୍କ ମଧ୍ୟରେ ୮୯୬ ଭାରତୀୟ
୨୦୦୭ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଟିମର ସଦସ୍ୟ ରହିଥିବା ଶ୍ରୀସାନ୍ତ, ୧୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରୁ ୭ଟି ୱିକେଟ ନିଜ ନାମରେ କରିଛନ୍ତି । ଶ୍ରୀସାନଙ୍କ ବ୍ୟତୀତ ୧,୨୧୩ ଖେଳାଳି ଆଇପିଏଲ ୨୦୨୨ ନିଲାମ ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଏହାମଧ୍ୟରେ ୪୯ ଜଣ ଖେଳାଳି ନିଜର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖିଛନ୍ତି । ଏହି ତାଲିକାରେ ରହିଥିବା ୧୭ ଜଣ ଭାରତୀୟ ଖେଳାଳି ହେଉଛନ୍ତି- ୟୁଜଭେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ, ଇଶାନ କିଶନ, ଦୀପକ ଚହର, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହମ୍ମଦ ସାମି, ଭୁବନେଶ୍ବ କୁମାର, ଦେବଦତ୍ତ ପାଦିକ୍କଲ, କ୍ରୁଣାଳ ପାଣ୍ଡ୍ୟା, ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ରବିନ ଉଥାପ୍ପା ଓ ଉମେଶ ଯାଦବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ