ETV Bharat / sports

ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିତୃ ବିୟୋଗ

author img

By

Published : Feb 6, 2022, 8:38 PM IST

କ୍ରିକେଟର ସୁରେଶ ରାଇନାଙ୍କ ଘରେ ଦୁଃଖ ଖବର । ରବିବାର ସୁରେଶ ରାଇନାଙ୍କ ପିତା ତ୍ରୈଲୋକ ଚନ୍ଦ୍ର ଶର୍ମାଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅଧିକ ପଢନ୍ତୁ

former india cricketer suresh raina father dies after losing battle with cancer in ghaziabad
ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିତୃ ବିୟୋଗ

ଗାଜିଆବାଦ: କ୍ରିକେଟର ସୁରେଶ ରାଇନାଙ୍କ ଘରେ ଦୁଃଖ ଖବର । ରବିବାର ସୁରେଶ ରାଇନାଙ୍କ ପିତା ତ୍ରୈଲୋକ ଚନ୍ଦ୍ର ଶର୍ମାଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । କ୍ୟାନସର୍‌ ସହ ଲମ୍ବା ଲଢେଇ ପରେ ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗାଜିଆବାଦର ରାଜ ନଜର ସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଛି । ରାଇନା ମଧ୍ୟ ରାଜ ନଗର ସ୍ଥିତ ଘରେ ପହଞ୍ଚିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଖିଥିଲେ ଲତା ମଙ୍ଗେସକର

ସୁରେଶ ରାଇନାଙ୍କ ପିତାଙ୍କ ନାମ ତ୍ରୈଲୋକ ଚନ୍ଦ୍ର । ପୂର୍ବାହ୍ନ ୧୧.୩୦ ମିନିଟ୍‌ରେ ଖବର ଆସିଲା ଯେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ତାଙ୍କର ମୃତ୍ୟୁ ହୋଇଯାଇଥିଲା । କ୍ୟାନସର ଚିକିତ୍ସା ତାଙ୍କର ଦୀର୍ଘଦିନ ଧରି ଚାଲିଥିଲା ।

ସୂଚନା ଯୋଗ୍ୟ ଯେ, କ୍ରିକେଟର ସୁରେଶ ରାଇନାଙ୍କ ପିତା ସେନାରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଯେବେ ସୁରେଶ ଛୋଟ ଥିଲେ, ତାଙ୍କର ପିତା ମୁରାଦନଗରର ଏକ ଫ୍ୟାକ୍ଟ୍ରୀରେ ତାଙ୍କର ପିତା କାମ କରୁଥିଲେ । ପୁରା ପରିବାର ଫ୍ୟାକ୍ଟ୍ରୀ କଂପାଉଣ୍ଡରେ ରହୁଥିଲେ । ରାଇନାଙ୍କ ପରିବାର କାଶ୍ମୀରୀ ପଣ୍ଡିତ ପରିବାର ଅଟନ୍ତି । ଯେଉଁ ସମୟରେ କାଶ୍ମୀରରେ ପଣ୍ଡିତଙ୍କ ଉପରେ ନିର୍ଯ୍ୟାତନା ହୋଇଥିଲା, ସେହି ସମୟରେ ରାଇନାଙ୍କ ପରିବାର ଗାଁ ଛାଡିଦେଇଥିଲେ ଓ ଏହାପରେ ଗାଜିଆବାଦ ଆସିଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.