ETV Bharat / sports

ରୋଜର ବିନ୍ନି ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

author img

By

Published : Oct 18, 2022, 1:22 PM IST

Updated : Oct 18, 2022, 1:53 PM IST

ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ରୋଜର ବିନ୍ନି ବିସିସିଆଇ ନୂଆ ଅଧ୍ୟକ୍ଷ
ରୋଜର ବିନ୍ନି ବିସିସିଆଇ ନୂଆ ଅଧ୍ୟକ୍ଷ

ମୁମ୍ବାଇ: ବିସିସିଆଇକୁ ମିଳିଲେ ନୂଆ ବସ୍ । ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ବିସିସିଆଇ ସଭାପତି(Roger Binny appointed as BCCI President) ଭାବେ ନିଯୁକ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିଛନ୍ତି । ନିର୍ଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନ୍ନି ।

ମୁମ୍ବାଇର ତାଜ ହୋଟେଲରେ ଆଜି ବିସିସିଆଇ ବାର୍ଷିକ ସାଧାରଣ ବୈଠକ ବସିଥିଲା । ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ । 67 ବର୍ଷୀୟ ବିନ୍ନି ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି । ବିନ୍ନି ବିସିସିଆଇ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଥିଲେ ।

He (Roger Binny) is a nice man. I have played a lot of cricket with him and we have fond memories. No discussions took place on the ICC chairman post today, the board will decide later: Former Cricketer Mohammad Azharuddin pic.twitter.com/OQSIX1DYgP

— ANI (@ANI) October 18, 2022 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ବିନ୍ନି କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ । ବର୍ତ୍ତମାନ ସେ ବିସିସିଆଇ ସଭାପତି ହେବା ପରେ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ । 36 ତମ ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ରୋଜର ବନ୍ନି । ପୂର୍ବତନ ପେସ୍ ବୋଲର 1883 ବିଶ୍ବ ବିଜୟୀ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଥିଲେ ରୋଜର୍ ବିନ୍ନି । ବିନ୍ନି ସେତେବେଳର ଧୂଆଁଧାର ପେସ୍ ବୋଲର ସହ ଅଲରାଉଣ୍ଡର ଭାବେ ପରିଚିତ ଥିଲେ ।

1983 ବିଶ୍ବକପ୍‌ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବିନ୍ନିଙ୍କ ନାଁରେ ରହିଛି । 2019ରେ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ଆଗାମୀ 3 ବର୍ଷ ପାଇଁ ସେ ବିସିସିଆଇ ପଦ ସମ୍ଭାଳି ପାରିଥାନ୍ତେ । ହେଲେ ବିସିସିଆଇର ଅନ୍ୟ ସଦସ୍ୟ ତାଙ୍କୁ ପୁନର୍ବାର ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁନଥିବା ଜଣାପଡିଥିଲା । ତାଙ୍କୁ ଆଇପିଏଲ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏଥିରେ ସେ ରାଜି ହୋଇନଥିଲେ ।

ବିସିସିଆଇ ନିର୍ବାଚନ ଫଳ ପ୍ରକାଶ ପରେ ଭାରତୀୟ ପୂର୍ବତନ କ୍ରିକେଟର ମହମ୍ମଦ ଅଝାରୁଦ୍ଦିନ କହିଛନ୍ତି, ''ରୋଜର ବିନ୍ନି ଜଣେ ଭଲ ମଣିଷ । ମୁଁ ତାଙ୍କ ସହ ବହୁତ କ୍ରିକେଟ ମ୍ୟାଚ ଖେଳିଛି ଏବଂ ତାଙ୍କ ସହ ଅନେକ ସ୍ମୃତି ଅଛି । ଆଇସିସି ଅଧ୍ୟକ୍ଷ ପଦ ପାଇଁ କୌଣସି ଆଲୋଚନା ହୋଇନାହିଁ ବୋର୍ଡ ପରେ ନିଷ୍ପତ୍ତି ନେବ ।''

ମୁମ୍ବାଇ: ବିସିସିଆଇକୁ ମିଳିଲେ ନୂଆ ବସ୍ । ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ବିସିସିଆଇ ସଭାପତି(Roger Binny appointed as BCCI President) ଭାବେ ନିଯୁକ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିଛନ୍ତି । ନିର୍ଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନ୍ନି ।

ମୁମ୍ବାଇର ତାଜ ହୋଟେଲରେ ଆଜି ବିସିସିଆଇ ବାର୍ଷିକ ସାଧାରଣ ବୈଠକ ବସିଥିଲା । ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ । 67 ବର୍ଷୀୟ ବିନ୍ନି ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି । ବିନ୍ନି ବିସିସିଆଇ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଥିଲେ ।

  • He (Roger Binny) is a nice man. I have played a lot of cricket with him and we have fond memories. No discussions took place on the ICC chairman post today, the board will decide later: Former Cricketer Mohammad Azharuddin pic.twitter.com/OQSIX1DYgP

    — ANI (@ANI) October 18, 2022 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ବିନ୍ନି କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ । ବର୍ତ୍ତମାନ ସେ ବିସିସିଆଇ ସଭାପତି ହେବା ପରେ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ । 36 ତମ ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ରୋଜର ବନ୍ନି । ପୂର୍ବତନ ପେସ୍ ବୋଲର 1883 ବିଶ୍ବ ବିଜୟୀ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଥିଲେ ରୋଜର୍ ବିନ୍ନି । ବିନ୍ନି ସେତେବେଳର ଧୂଆଁଧାର ପେସ୍ ବୋଲର ସହ ଅଲରାଉଣ୍ଡର ଭାବେ ପରିଚିତ ଥିଲେ ।

1983 ବିଶ୍ବକପ୍‌ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବିନ୍ନିଙ୍କ ନାଁରେ ରହିଛି । 2019ରେ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ଆଗାମୀ 3 ବର୍ଷ ପାଇଁ ସେ ବିସିସିଆଇ ପଦ ସମ୍ଭାଳି ପାରିଥାନ୍ତେ । ହେଲେ ବିସିସିଆଇର ଅନ୍ୟ ସଦସ୍ୟ ତାଙ୍କୁ ପୁନର୍ବାର ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁନଥିବା ଜଣାପଡିଥିଲା । ତାଙ୍କୁ ଆଇପିଏଲ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏଥିରେ ସେ ରାଜି ହୋଇନଥିଲେ ।

ବିସିସିଆଇ ନିର୍ବାଚନ ଫଳ ପ୍ରକାଶ ପରେ ଭାରତୀୟ ପୂର୍ବତନ କ୍ରିକେଟର ମହମ୍ମଦ ଅଝାରୁଦ୍ଦିନ କହିଛନ୍ତି, ''ରୋଜର ବିନ୍ନି ଜଣେ ଭଲ ମଣିଷ । ମୁଁ ତାଙ୍କ ସହ ବହୁତ କ୍ରିକେଟ ମ୍ୟାଚ ଖେଳିଛି ଏବଂ ତାଙ୍କ ସହ ଅନେକ ସ୍ମୃତି ଅଛି । ଆଇସିସି ଅଧ୍ୟକ୍ଷ ପଦ ପାଇଁ କୌଣସି ଆଲୋଚନା ହୋଇନାହିଁ ବୋର୍ଡ ପରେ ନିଷ୍ପତ୍ତି ନେବ ।''

Last Updated : Oct 18, 2022, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.