ETV Bharat / sports

୮୬ ବର୍ଷ ବୟସରେ ଇଂଲଣ୍ଡର ଏହି ପୂର୍ବତନ କ୍ରିକେଟରଙ୍କ ପରଲୋକ

author img

By

Published : Aug 26, 2021, 9:15 PM IST

ଇଂଲଣ୍ଡର ପୂର୍ବତନ କ୍ରିକେଟ ଅଧିନାୟକ ଟେଡ୍ ଡେକ୍ସଟରଙ୍କ ପରଲୋକ ହୋଇଛି । ୮୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଅଧିକ ପଢ଼ନ୍ତୁ...

8୬ ବର୍ଷ ବୟସରେ ଇଂଲଣ୍ଡର ଏହି ପୂର୍ବତନ କ୍ରିକେଟରଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟ ଅଧିନାୟକ ଟେଡ୍ ଡେକ୍ସଟରଙ୍କ ପରଲୋକ ହୋଇଛି । ୮୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସେ ନିଜ କ୍ୟାରିଅରରେ ଜଣେ ଆକ୍ରାମକ ବ୍ୟାଟସମ୍ୟାନ ଭାବରେ ପରିଚିତ ଥିଲେ । ଏହାସହ ଜଣେ ଦକ୍ଷ ଫାଷ୍ଟ ବୋଲର ଥିଲେ । କ୍ୟାରିଅରରେ ସେ ୬୨ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୩୦ଟି ମ୍ୟାଚରେ ଇଂଲଣ୍ଡର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି ।

ଗତ କିଛି ଦିନ ହେଲା ସେ ରୋଗାଗ୍ରସ୍ତ ରହି ଆସୁଥିଲେ । ଏଥିପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ଟେଡ୍ ଡେକ୍ସଟରଙ୍କ ମୃତ୍ୟୁ ନେଇ ମୈରୀଲେବୋନ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଟେଡ ଏମସିସିର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ ।

କ୍ରିକେଟ ଜୀବନରେ ଅତି ବିଳାସପୂର୍ଣ୍ଣ ଜୀବନ ବିତାଇଛନ୍ତି ଟେଡ । ସ୍ବଭାବରେ ସେ ସବୁବେଳେ ମଜାଳିଆ ଢଙ୍ଗରେ ସଭିଁଙ୍କ ସହ କଥା ହେଉଥିଲେ । ଚଳିତ ବର୍ଷ ଜୁନ ମାସରେ ତାଙ୍କୁ ଆଇସିସି ହଲ ଅଫ ଫେମରେ ମଧ୍ୟ ସାମିଲ କରାଯାଇଥିଲା । ୧୯୫୮ ମସିହାରେ ଟେଡ୍ ଡେକ୍ସଟର ଇଂଲଣ୍ଡର ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।

ସେ ସେହି ସମୟରେ ସର୍ବାଧିକ ୪୭.୮୯ ହାରରେ ୪୫୦୨ ରନ ସଂଗ୍ରହ କରିଛନ୍ତି । ଏଥିରେ ୯ଟି ଶତକ ସହ ୨୭ଟି ଅର୍ଦ୍ଧଶତକ ସାମିଲ ରହିଛି । କ୍ୟାରିଅରରେ ସେ ୬୬ଟି ୱିକେଟ ମଧ୍ୟ ନେଇଛନ୍ତି । ସେ ୩୨୭ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୪୧୯ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.