ETV Bharat / sports

ଦ୍ବିତୀୟ ଥର ପାଇଁ ବାପା ହୋଇଛନ୍ତି ଯୁବରାଜ ସିଂହ, ସେୟାର କଲେ କୁନି ଝିଅର ଫଟୋ - Yuvraj Singh Wife Hazel Keech Welcomes Second Baby

ଯୁବରାଜ ସିଂ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି । ଦ୍ବିତୀୟ ଥର ପାଇଁ ବାପା ହୋଇଛନ୍ତି ଯୁବରାଜ । ଏନେଇ ସେ ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ଖବର ଦେବାପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ ....

ଦ୍ବିତୀୟ ଥର ପାଇଁ ବାପା ହୋଇଛନ୍ତି ଯୁବରାଜ
ଦ୍ବିତୀୟ ଥର ପାଇଁ ବାପା ହୋଇଛନ୍ତି ଯୁବରାଜ
author img

By ETV Bharat Odisha Team

Published : Aug 25, 2023, 10:00 PM IST

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଯୁବରାଜ ସିଂଙ୍କୁ କିଏ ବା ନ ଜାଣେ । ୬ଟି ବଲରେ ୬ଟି ଛକା ମାରି ସେ ଘରେ ଘରେ ପରିଚିତ ହୋଇଛନ୍ତି । ବର୍ତ୍ତମାନ ଯୁବରାଜ ସିଂ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି । ଦ୍ବିତୀୟ ଥର ପାଇଁ ବାପା ହୋଇଛନ୍ତି ଯୁବରାଜ । ଏନେଇ ସେ ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ଖବର ଦେବାପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଏନେଇ ଯୁବରାଜ ସିଂ ହସ୍ପିଟାଲରେ ଥାଇ ଏକ ଫ୍ୟାମିଲି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଛାଡ଼ି ସୂଚନା ଦେଇଛନ୍ତି । ସେ ଏହି କ୍ୟାପ୍‌ସନରେ ଲେଖିଛନ୍ତି "ନିଦ୍ରାହୀନ ରାତି ବେଶ ଆନନ୍ଦଦାୟକ ହୋଇଛି ଏବଂ ଆମେ ଆମର ଛୋଟ ରାଜକୁମାରୀ ଅୟୁରାଙ୍କୁ ପରିବାରକୁ ସ୍ବାଗତ କରୁଛୁ ।" ଏହି ଫଟୋରେ ଯୁବରାଜ ସିଂ ନବଜାତ କନ୍ୟାଙ୍କୁ ଧରିଥିବାବେଳେ ତାଙ୍କ ସ୍ତ୍ରୀ ହେଜେଲ ଏବଂ ପୁଅ ଓରିନକୁ ଦେଖିବାକୁ ମିଳିଛି । ବର୍ତ୍ତମାନ ଯୁବରାଜଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରକାଶଯୋଗ୍ୟ, ଗତ ୨୦୧୬ ମସିହା ନଭେମ୍ବର ୩୦ ତାରିଖରେ ଯୁବରାଜ ସିଂ ଏବଂ ହେଜେଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦମ୍ପତିଙ୍କର ପଞ୍ଜାବୀ ରୀତିନୀତିରେ ପଞ୍ଜାବର ଫତେହଗଡ଼ ସାହିବ ଗୁରୁଦ୍ବାରରେ ବିବାହ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ...ହାତକୁ ଦୁଇ ହାତ ହେଲେ ଋତୁରାଜ, ଉତ୍କର୍ଷାଙ୍କୁ କଲେ ଜୀବନସାଥୀ

ଯୁବରାଜ ସିଂ କ୍ରିକେଟ୍ କ୍ୟାରିୟର ଦେଖିଲେ, ସେ ପ୍ରଥମେ ୨୦୦୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଭାରତୀୟ କ୍ରିକେଟ୍ ଜଗତରେ ଲମ୍ବା ସମୟ ଧରି ରାଜ୍‌ ଚଳାଇଥିଲେ ଯୁବରାଜ । ଗତ ୨୦୧୯ ମସିହାରେ ସେ କ୍ରିକେଟ୍ରୁ ଅବସର ଗ୍ରହଣ କରିଥିଲେ । ଯୁବରାଜ ସିଂ ଭାରତୀୟ ଦଳ ପାଇଁ ୩୯୮ଟି ମ୍ୟାଚ୍‌ ଖେଳିଥିବାବେଳେ ୧୧୦୦୦ ରନ୍ ସଂଗ୍ରହ କରିଛନ୍ତି । ଟି୨୦ରେ ୬ଟି ବଲରେ ୬ଟି ଛକା ମାରି ମାତ୍ର ୧୨ଟି ବଲରେ ଧୂଆଁଧାର ଅର୍ଦ୍ଧଶତକ ହାସଲ କରି ବିଶ୍ବ ରେକର୍ଡ୍‌ ମଧ୍ୟ ଯୁବରାଜଙ୍କ ନାମରେ ରହିଛି । ସେ ୩୬ ବର୍ଷ ବୟସରେ ଅସୁସ୍ଥ ଥାଇ ମଧ୍ୟ ୨୦୧୧ ବିଶ୍ବକପ୍‌ ଖେଳି ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଥିସହ ବିଶ୍ବକପ୍‌ରେ ପ୍ରଥମ ଅଲରାଉଣ୍ଡର ଭାବେ ୩୦୦ ରନ୍ କରିବା ସହ ୧୫ଟି ୱିକେଟ ହାସଲ କରିଥିଲେ ଯୁବରାଜ । ଯୁବରାଜ ସିଂ ୩୦୪ଟି ଦିନିକିଆ ମ୍ୟାଚ୍‌, ୫୮ ଟି୨୦ ଏବଂ ୪୦ ଟେଷ୍ଟ ଖେଳିଛନ୍ତି । ତେବେ ସେ ୨୦୧୯ ମସିହାରେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.