ETV Bharat / sports

ଇଂଲଣ୍ଡର ଆସେସ ଆତ୍ମସମର୍ପଣରେ ପୂର୍ବତନ କ୍ୟାପଟେନ ଲଜ୍ଜିତ

author img

By

Published : Dec 28, 2021, 4:51 PM IST

ଜୋ ରୁଟ୍‌ଙ୍କ ନେତୃାଧୀନ ଟିମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନର ଦ୍ବିତୀୟ ଇଂନିସରେ ମାତ୍ର ୬୮ ରନ୍‌ରେ ଅଲଆଉଟ୍‌ ହେବାଫଳରେ ତୃତୀୟ ଟେଷ୍ଟକୁ ଇଂନିସ ଓ ୧୪ ରନ୍‌ରେ ଜିତିବା ସହ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ ଟେଷ୍ଟ ସିରିଜକୁ ୩-୦ରେ ଆଗୁଆ କବ୍ଜା କରିଛି । ଅଧିକ ପଢନ୍ତୁ

Former captains 'embarrassed' at England's Ashes surrender
ଇଂଲଣ୍ଡର ଆସେସ ଆତ୍ମସମର୍ପଣରେ ପୂର୍ବତନ କ୍ୟାପଟେନ ଲଜ୍ଜିତ

ମେଲବର୍ଣ୍ଣ: ଚଳିତ ଆସେସ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ସାମ୍ନାରେ ଇଂଲଣ୍ଡର ଆତ୍ମସମର୍ପଣ ପରେ ପୂର୍ବତନ କ୍ୟାପଟେନ ମାଇକେଲ ଭନ୍‌ ଓ ଇଆନ ବୋଥାମ ଲଜ୍ଜିତ ଅନୁଭବ କରିଛନ୍ତି । ମଙ୍ଗଳବାର ଜୋ ରୁଟ୍‌ଙ୍କ ନେତୃାଧୀନ ଟିମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନର ଦ୍ବିତୀୟ ଇଂନିସରେ ମାତ୍ର ୬୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଫଳରେ ତୃତୀୟ ଟେଷ୍ଟକୁ ଇଂନିସ ଓ ୧୪ ରନ୍‌ରେ ଜିତିବା ସହ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ ଟେଷ୍ଟ ସିରିଜକୁ ୩-୦ରେ ଆଗୁଆ କବ୍ଜା କରିଛି ।

  • England nowhere near good enough .. they will know that .. but seeing a 32 yr old on debut on his home turf with the Crowd going berserk is what makes Sport so special .. Well done Australia .. Far too good for England .. #Ashes @FoxCricket

    — Michael Vaughan (@MichaelVaughan) December 28, 2021 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ଆସେସ ଇତିହାସରେ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ପାଇଁ ସିରିଜ ହାତେଇବା ଘଟଣାରେ ଏହା ଦ୍ରୁତତମ । ଏହି ଲଜ୍ଜାଜନକ ପରାଜୟ ପରେ ପୂର୍ବତନ କ୍ୟାପଟେନ ମାଇକେଲ ଭନ୍‌ ବଡ ବୟାନ ରଖିଛନ୍ତି । ଭନ୍‌ କହିଛନ୍ତି ଏହା ଆଶ୍ଚର୍ଯ୍ୟ କରିବ ନାହିଁ ଯେବେ ଜୋ ରୁଟ୍‌ଙ୍କ ନେତୃତାଧୀନ ଟିମ ୨୦୨୩ ସଂସ୍କରଣର ସିରିଜ, ଘରୋଇ ମାଟିରେ ପରାସ୍ତ ହେବ । ଭନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, "ଏକଦିବସୀୟ ଟିମ ଉପରେ ଅଧିକ ଧ୍ୟାନ ଦେଉଛି ଇଂଲଣ୍ଡ, ଫଳସ୍ବରୂପ ୨୦୧୯ ସଂସ୍କରଣର ୫୦ ଓଭର ବିଶ୍ବକପ ବିଜୟ ହୋଇପାରିଛି । ମାତ୍ର ଅଷ୍ଟ୍ରେଲିଆ ପରିବେଶରେ ଖେଳିବା ଓ ଟେଷ୍ଟ ଟିମ ଉପରେ ଧ୍ୟାନ କମ୍‌ ହୋଇଛି । ଯାହାର ପରିଣାମ ଏହି ସିରିଜର ଫଳାଫଳ ।"

ଏହାମଧ୍ୟ ପଢନ୍ତୁ: ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ BJPରେ ସାମିଲ

୫୧ଟି ଟେଷ୍ଟରେ ଇଂଲଣ୍ଡର ନେତୃତ୍ବ ନେବାସହ ୨୬ଟି ମ୍ୟାଚ୍‌ରେ ବିଜୟୀ କ୍ୟାପଟେନ ରହିଥିବା ୪୭ ବର୍ଷୀୟ ଭନ୍‌ ଇଂଲିସ କ୍ରିକେଟ ସିଷ୍ଟମକୁ ଦାୟୀ କରିଛନ୍ତି । "ଯୁବ ଖେଳାଳିଙ୍କ ଉନ୍ନତି ଓ ପ୍ରୋତ୍ସାହନ ପାଇଁ ଏହି ସିଷ୍ଟମ ସହାୟକ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ନିକଟ ଭବିଷ୍ୟତରେ ଷ୍ଟୁଆର୍ଟ ବ୍ରଡ୍‌ ଓ ଜିମ୍ମି ଆଣ୍ଡରସନ ଅବସର ନେବାକୁ ଯାଉଛନ୍ତି । ଏହାପୂର୍ବରୁ ସେମାନଙ୍କ ସ୍ଥାନରେ ବିକଳ୍ପ ପ୍ରଭାବୀ ବୋଲରଙ୍କୁ ପ୍ରାପ୍ତ କରିବା ଲକ୍ଷ୍ୟ ରହିବା ଉଚିତ୍‌ ।"

ଅନ୍ୟପଟେ ବିଶ୍ବ କ୍ରିକେଟର ଅନ୍ୟତମ ମହାନତମ ଅଲ୍‌-ରାଉଣ୍ଡର ଇଆନ ବୋଥାମ ଇଂଲଣ୍ଡର ଏପରି ପରାଜୟରେ ଲଜ୍ଜିତ ବୋଲି କହିଛନ୍ତି । ମାତ୍ର ୧୨ ଦିନ ମଧ୍ୟରେ ଆସେସ ହାରିଯିବା ଅବିଶ୍ବନୀୟ ବୋଲି ବୋଥାମ କହିଛନ୍ତି ।

ବକ୍ସିଂ ଡେ ଟେଷ୍ଟରେ ଇଂନିସ ପରାଜୟ ପୂର୍ବରୁ ଇଂଲଣ୍ଡ ବ୍ରିସବେନ ଟେଷ୍ଟକୁ ୯ ୱିକେଟରେ ଓ ଆଡିଲେଡ୍‌ରେ ୨୭୫ ରନ୍‌ରେ ପରାସ୍ତ ହୋଇଥିଲା ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.