ETV Bharat / sports

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପାକିସ୍ତାନରୁ ପ୍ରଂଶସା - Cricket News

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପାକିସ୍ତାନରୁ ପ୍ରଂଶସା । ଅଧିକ ପଢନ୍ତୁ...

Sana Mir praises Virat Kohli
ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପାକିସ୍ତାନରୁ ପ୍ରଂଶସା
author img

By

Published : Oct 26, 2021, 5:00 PM IST

ଦୁବାଇ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପାକିସ୍ତାନରୁ ପ୍ରଂଶସା । ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସନା ମୀର କୋହଲିଙ୍କ ପ୍ରଶଂସା କରିଛନ୍ତି । ସନାଙ୍କ ଅନୁଯାୟୀ, ପାକିସ୍ତାନ ଠାରୁ ମିଳିଥିବା ୧୦ ୱିକେଟର ପରାଜୟକୁ ଅତି ସହଜରେ ଗ୍ରହଣ କରିଥିଲେ କୋହଲି ।

ଅକ୍ଟୋବର ୨୪ରେ ଦୁବାଇରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ମ୍ୟାଚ୍‌ରେ ପାରିସ୍ତାନ ୧୦ ୱିକେଟରେ ଭାରତକୁ ହରାଇଥିଲା । ବିଶ୍ବକପ ମୁକାବିଲାରେ ପାକିସ୍ତାନ ଟିମ ୨୯ ବର୍ଷ ପରେ ପ୍ରଥମ ଥର ଭାରତ ବିପକ୍ଷରେ ବିଜୟୀ ହୋଇଥିଲା । ଏହାପରେ ଟିମ ଇଣ୍ଡିଆ ବର୍ଷ ୧୯୯୨ ଠାରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନକୁ ବିଶ୍ବକପରେ ମାତ୍‌ ଦେଇଥିଲା । ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ ୧୨ଟି ବିଶ୍ବକପ ମ୍ୟାଚ୍‌ ଜିତିଥିଲା ।

ବିରାଟଙ୍କୁ ପ୍ରଶଂସା କରିବା ସହ ସନା କହିଛନ୍ତି, "କୋହିଲି ଅତ୍ୟନ୍ତ ସମ୍ମାନର ସହ ପାକିସ୍ତାନ ଠାରୁ ମିଳିଥିବା ପରାଜୟକୁ ଗ୍ରହଣ କରିଛନ୍ତି । ଏପରି ଖେଳୁଆଡ ମନୋଭାବକୁ ପ୍ରଶଂସା କରୁଛି । ଶୀର୍ଷ କ୍ରିକେଟରଙ୍କ ଠାରୁ ଏପରି ଆଶା କରାଯାଏ । ଆଦର୍ଶ ଖେଳାଳି ଯେବେ ଏପରି କରନ୍ତି, ସୁନ୍ଦର ଅନୁଭବ ହୁଏ । ସେ ଆହୁରି କହିଛନ୍ତି ଯେ, କୋହଲି ଏହା ଦେଖାଇଛନ୍ତି ଯେ, ସଂପୂର୍ଣ୍ଣ ବିଶ୍ବାସ ରହିଛି, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଭାରତ ଟୁର୍ଣ୍ଣାମେଣ୍ଟରେ ବଡ ବିଜୟ ସହ କମବ୍ୟାକ୍‌ କରିବ ।"

ପାକିସ୍ତାନ କ୍ରିକେଟ ଟିମକୁ ମଧ୍ୟ ଦମଦାର ପ୍ରଦର୍ଶନ ପାଇଁ ସାନା ପ୍ରଶଂସା କରିଛନ୍ତି । ଟିମ ପ୍ରମାଣିତ କରିଛି ଯେ ଟି-୨୦ ବିଶ୍ବକପ ଜିତିବାକୁ କେତେ ବଡ ଦାବିଦାର ରହିଛି ବୋଲି କହିଛନ୍ତି ସନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.