ETV Bharat / sports

ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ପିଟର ଫିଲପଟ୍‌ଙ୍କ ପରଲୋକ - ପିଟର ଫିଲପଟ୍‌ଙ୍କ ପରଲୋକ

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ପିଟର ଫିଲପଟ୍‌ଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

Former Australia cricketer Peter Philpott dies
ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ପିଟର ଫିଲପଟ୍‌ଙ୍କ ପରଲୋକ
author img

By

Published : Oct 31, 2021, 10:12 PM IST

ସିଡନୀ: ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ପିଟର ଫିଲପଟ୍‌ଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଫିଲପଟ୍‌ ଶେଷରେ ରବିବାର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

ପୂର୍ବତନ ନ୍ୟୁ ସାଉଥ୍‌ ୱେଲ୍ସ କ୍ୟାପଟେନ ଫିଲପଟ୍‌, ଅଷ୍ଟ୍ରେଲିଆ ପାଇଁ ୮ଟି ଟେଷ୍ଟ ମ୍ୟାଚ୍‌ ଖେଳିବା ସହ ୩୮.୪୬ ଆଭରେଜରେ ୨୮ ୱିକେଟ ଅକ୍ତିଆର କରିଥିଲେ । ଏଥିସହ ୭୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୨୪୫ ୱିକେଟ ଓ ୩୧.୩୬ ଆଭରେଜରେ ୨୮୮୯ ରନ୍‌ ତାଙ୍କ ନାମରେ ରହିଛି ।

ବର୍ଷ ୧୯୬୪-୬୫ରେ ଫିଲପଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହି ସିରିଜରେ ସେ ୧୮ ୱିକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ୧୯୬୫ରେ ପ୍ରଥମ ଆସେସ ଟେଷ୍ଟର ପ୍ରଥମ ଇଂନିସରେ ୫ ୱିକେଟ ହାସଲ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.