ETV Bharat / sports

କମେଣ୍ଟ୍ରି କ୍ୟାରିୟରରୁ ଇଆନ ଚାପେଲଙ୍କ ଅବସର ଘୋଷଣା - କମେଣ୍ଟେଟର ଇୟାନ ଚୌପେଲ

ଅଷ୍ଟ୍ରେଲିଆ କ୍ରିକେଟ କମେଣ୍ଟେଟର ଇଆନ ଚାପେଲ ତାଙ୍କ ୪୫ ବର୍ଷର ଲମ୍ବା କମେଣ୍ଟ୍ରି କ୍ୟାରିୟରରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ୧୯୭୧ରୁ ୧୯୭୫ ମସିହା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ରହିଥିଲେ । ଅଧିକ ପଢନ୍ତୁ

କମେଣ୍ଟ୍ରି କ୍ୟାରିୟରରୁ ଅବସର ନେଇପାରନ୍ତି ଇୟାନ ଚୌପେଲ

author img

By

Published : Aug 16, 2022, 11:26 AM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆ କ୍ରିକେଟ କମେଣ୍ଟେଟର ଇଆନ ଚାପେଲ ତାଙ୍କ ୪୫ ବର୍ଷର ଲମ୍ବା କମେଣ୍ଟ୍ରି କ୍ୟାରିୟରରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ୭୮ ବର୍ଷୀୟ କମେଣ୍ଟେଟର ଏକ ବିଶିଷ୍ଟ କମେଣ୍ଟ୍ରି ଟିମର ଅଭିନ୍ନ ଅଙ୍ଗ ଭାବରେ ଜଡିତ ରହିଆସିଛନ୍ତି । ଇଆନ ଚାପେଲ କମେଣ୍ଟେଟର ରିଚି ବେନାଉଡ, ବିଲ ଲୋରି ଏବଂ ଟୋନି ଗ୍ରେଗଙ୍କ ସହିତ ତିନି ଦଶକରୁ ଉର୍ଦ୍ଧ ସମୟ ଧରି ଅଷ୍ଟ୍ରେଲିଆ କ୍ରିକେଟ ପ୍ରସାରଣ ପୃଷ୍ଠଭୂମିକୁ ମଜବୁତ କରିଥିଲେ ।

ଏ ବାବଦରେ ସେ କହିଛନ୍ତି "ମୋର ଆଜି ବି ସେ ଦିନ ମନେ ରହିଛି ଯେବେ ମୁଁ ଭାବୁଥିଲି ମୋତେ କ୍ରିକେଟରେ ହିଁ ଅଧିକ ସମୟ ଦେବାର ଅଛି । ଯେତେବେଳେ କମେଣ୍ଟ୍ରି ପାଇଁ ମୋ ପାଖକୁ ସୁଯୋଗ ଆସିଥିଲା ସେତେବେଳେ ମୁଁ ଏନେଇ ବହୁତ ଭାବିଥିଲି । ଏହି ସୁଯୋଗକୁ ହାତ ଛଡା କରିବାକୁ ଚାହୁଁ ନ ଥିଲି । ଏନେଇ ମୁଁ ମହାନ ରଗବି ଲିଗ କମେଣ୍ଟେଟରରେ ବାରେନଙ୍କ ରେବିଟସ ପଢି କମେଣ୍ଟ୍ରି ବିଷୟରେ ସମ୍ୟକ ଧାରଣା ପାଇଥିଲି ।"

ଅଷ୍ଟ୍ରେଲିଆର ଏହି ପୂର୍ବତନ କ୍ରିକେଟର କମେଣ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ୧୯୭୧ରୁ ୧୯୭୫ ମସିହା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳର ଅଧିନାୟକ ରହିଥିଲେ । ଅଷ୍ଟ୍ରେଲିଆର ତରଫରୁ ଖେଳାଯାଇଥିବା ୭୫ ଟେଷ୍ଟ ମ୍ୟାଚରେ ସେ ପ୍ରତିନିଧିତ୍ବ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.