ETV Bharat / sports

ICC Cricket World Cup: ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି

author img

By ETV Bharat Odisha Team

Published : Nov 9, 2023, 1:07 PM IST

ନକଆଉଟ ମ୍ୟାଚ ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି । ବିସିସିଆଇର ଅଫିସିଆଲ ଓ୍ବେବସାଇଡରେ ଟିକେଟ ଉପଲବ୍ଧ ହେବ । ଅଧିକ ପଢ଼ନ୍ତୁ

ICC Cricket World Cup
ICC Cricket World Cup

ହାଇଦ୍ରାବାଦ: ଅନ୍ତିମ ପର୍ଯ୍ୟାୟରେ ବିଶ୍ବକପ ଲିଗ୍‌ ମ୍ୟାଚ୍‌ । ନଭେମ୍ବର 15 ତାରିଖରୁ ଆରମ୍ଭ ହେବ ନକଆଉଟ୍‌ ପର୍ଯ୍ୟାୟ । ଦୁଇଟି ସେମିଫାଇନାଲ ମ୍ୟାଚ୍‌ ଓ ଫାଇନାଲ ମ୍ୟାଚ୍‌ ପାଇଁ ଆଜି ଟିକେଟ ବିକ୍ରି ଆରମ୍ଭ ହେବ । ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକ୍‌ କରିପାରିବେ କ୍ରୀଡ଼ା ପ୍ରେମୀ ବା ପ୍ରଶଂସକ । ବିସିସିଆଇର ଅଫିସିଆଲ ଓ୍ବେବସାଇଟ୍‌ରେ ଟିକେଟ ଉପଲବ୍ଧ ରହିବ । ଫ୍ୟାନ୍ସ tickets.cricketworldcup.com ସାଇଟକୁ ଯାଇ ଟିକେଟ କ୍ରୟ କରିପାରିବେ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ନକ୍ଆଉଟ୍ ପର୍ଯ୍ୟାୟ ନଭେମ୍ବର 15 ରୁ ଆରମ୍ଭ ହେବ । ବିସିସିଆଇ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ 2023 ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଟିକେଟ ବିକ୍ରିର ଅନ୍ତିମ ପର୍ଯ୍ୟାୟ । ଆଜି ରାତି 8ଟାରୁ ବିସିସିଆଇର ଅଫିସିଆଲ ଓ୍ବେବସାଇଟ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ-World Cup 2023: ଆଜି ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମୁକାବିଲା, ସେମି ଲକ୍ଷ୍ୟରେ କିୱି ଦଳ

ତିନୋଟି ମ୍ୟାଚ୍‌ ପାଇଁ ଟିକେଟ ବିକ୍ରି: ବିଶ୍ବକପର ପ୍ରଥମ ସେମିଫାଇନାଲ ନଭେମ୍ବର 15 ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହାପରେ ନଭେମ୍ବର 16 ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ଦ୍ବିତୀୟ ସେମି ଖେଳାଯିବ ଓ ନଭେମ୍ବର 19 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ଯେଉଁ ମାନେ ଏହି ତିନୋଟି ମ୍ୟାଚ୍‌ର ମଜା ଉଠାଇବାକୁ ଚାହୁଁଛନ୍ତି ସେମାନେ ଟିକେଟ୍‌ ବୁକ କରିପାରିବେ ବୋଲି ବିସିସିଆଇର ବିବୃତ୍ତିରେ କୁହାଯାଉଛି ।

ନକଆଉଟ ପର୍ଯ୍ୟାୟ ପାଇଁ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଉ ଗୋଟିଏ ଦଳ ସେମିରେ ପ୍ରବେଶ କରିବ । ଆଜି 41ତମ ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ଶ୍ରୀଲଙ୍କାକୁ ହରାଇ ସେମିରେ ପ୍ରବେଶ କରିବାକୁ ନ୍ୟୁଜିଲାଣ୍ଡ ପାଖରେ ଶେଷ ସୁଯୋଗ ରହିଛି । ନ୍ୟୁଜିଲାଣ୍ଡ 8ଟି ମ୍ୟାଚ ଖେଳି 4ଟି ଜିତିଛି । ବାକି 4ଟି ପରାଜୟକୁ ଭୁଲି ଦଳ ଆଜି ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରି ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ । ଆଜିର ମ୍ୟାଚ୍‌ ନ୍ୟୁଜିଲାଣ୍ଡର ଭାଗ୍ୟ ନିର୍ଦ୍ଧାରଣ କରିବ । ସେମି ଖେଳିବାକୁ ଭାରତ ପ୍ରଥମେ ଯୋଗ୍ୟତା ଅର୍ଜନ କରିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ 8ଟି ମ୍ୟାଚ୍‌ ଖେଳି ଅପରାଜୟ ରହିଛି ଭାରତ । ନଭେମ୍ବର 12 ତାରିଖରେ ନେଦରଲାଣ୍ଡ୍ସକୁ ଭେଟିବ ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.