ମୁମ୍ବାଇ: ନିଜର ପୁରୁଣା ଅନ୍ଦାଜ ସହ ଆଇପିଏଲ ୨୦୨୨ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) । ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଏହି ଟିମ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୫ ରନ୍ ସଂଗ୍ରହ କରିଛି । ଫଳରେ ପଞ୍ଜାବ ସାମ୍ନାରେ ୨୦୬ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।
RCB ପକ୍ଷରୁ ଏହି ସଂସ୍କରଣରେ ନୂଆ ନେତୃତ୍ବଭାର ସମ୍ଭାଳିଥିବା ଫାଫ ଡୁପ୍ଲେସିସ ଟିମର ବ୍ୟାଟିଂ ଷ୍ଟାର୍ ରହିଛନ୍ତି । ୫୭ ବଲ୍ରୁ ୩ଟି ଚୌକା ଓ ୭ଟି ବିଶାଳ ଛକା ସହାୟତାରେ ୮୮ ରନ୍ର ମାରାଥନ ଇଂନିସ ଖେଳିଛନ୍ତି ଡୁପ୍ଲେସିସ । ବିରାଟ କୋହଲି ଧୈର୍ଯ୍ୟପୂର୍ଣ୍ଣ ୪୧ ଓ ଦିନେଶ କାର୍ତ୍ତିକ ଦ୍ରୁତ ୩୨ ରନ୍ର ଇଂନିସ ଖେଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ