ETV Bharat / sports

EXCLUSIVE: ଗାବ୍ରିଙ୍କ ପ୍ରତିକ୍ରିୟା, ପନ୍ତ 'ସବୁଠୁ ଦାୟିତ୍ବହୀନ ବ୍ୟାଟ୍ସମ୍ୟାନ' - ଭାରତୀୟ ଦ୍ରୁତବୋଲର କର୍ଷନ ଗାବ୍ରି

ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଦାୟିତ୍ବହୀନ ବ୍ୟାଟ୍ସମ୍ୟାନ କହିଲେ ପୂର୍ବତନ ଭାରତୀୟ ଦ୍ରୁତବୋଲର କର୍ଷନ ଗାବ୍ରି । ଅଧିକ ପଢନ୍ତୁ...

EXCLUSIVE: 'Pant is the most irresponsible batsman,' says Karsan Ghavri
EXCLUSIVE: ଗାବ୍ରିଙ୍କ ପ୍ରତିକ୍ରିୟା, ପନ୍ତ 'ସବୁଠୁ ଦାୟିତ୍ବହୀନ ବ୍ୟାଟ୍ସମ୍ୟାନ'
author img

By

Published : Jun 26, 2021, 9:01 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଜଣେ ଦାୟିତ୍ବହୀନ ବ୍ୟାଟ୍ସମ୍ୟାନ । ଏହା କହିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତବୋଲର କର୍ଷନ ଗାବ୍ରି । ସାଉଥାମ୍ପଟନରେ ନ୍ୟୁଜିଲାଣ୍ଡ ଠାରୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତ ହାରିବା ନେଇ ଖେଳାଳିଙ୍କ ଖରାପ ପ୍ରଦର୍ଶନକୁ ଦାୟୀ କରିଛନ୍ତି ଗାବ୍ରି ।

ପନ୍ତଙ୍କ ସହିତ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେଙ୍କ ଖରାପ ପ୍ରଦର୍ଶନ ମଧ୍ୟ ପରାଜୟର କାରଣ ଦର୍ଶାଇଛନ୍ତି ଗାବ୍ରି ।

ନ୍ୟୁଜିଲାଣ୍ଡ ଅସଲରେ ଚମ୍ପିଆନସିପ ବିଜୟର ହକଦାର ଥିଲା । ଭାରତୀୟ ଟିମ ସାମାନ୍ୟ ଅତିଆତ୍ମବିଶ୍ବାସୀ ହୋଇଗଲା । ସେମାନେ କିଛି ସ୍ବପ୍ନରେ ଥିଲାପରି ଲାଗୁଥିଲେ । ମ୍ୟାଚ ଡ୍ର କରିପାରିଥାନ୍ତା ଭାରତ, ମାତ୍ର ଋଷଭ ପନ୍ତ ଏକ ଅନାବଶ୍ୟକ ସଟ୍‌ ଖେଳିବାକୁ ଯଆଇ ୱିକେଟ ହରାଇଲେ ।

ପୂର୍ବରୁ ସେ ଦୁଇଟି ଜୀବନଦାନ ହାସଲ କରିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ । ଗତ 20 ବର୍ଷରେ ସେ ସବୁଠୁ ଅଧିକ ଦାୟିତ୍ବହୀନ ଖେଳାଳି । ଫୋନ ମାଧ୍ୟମରେ ଟିମ ଇଣ୍ଡିଆର ପରାଜୟରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଇଟିଭି ଭାରତକୁ କହିଛନ୍ତି ଗାବ୍ରି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.