ETV Bharat / sports

T20 World Cup : ଫାଇନାଲରେ ଭାରତ ପାକିସ୍ତନ ମୁହାଁମୁହିଁ ହୁଅନ୍ତୁ ବୋଲି କହିଲେ ପ୍ରଶଂସକ

author img

By

Published : Nov 7, 2022, 7:01 PM IST

ଭାରତ ପାକିସ୍ତନ ମୁହାଁମୁହିଁ ହୁଅନ୍ତୁ କହିଲେ ପ୍ରଶଂସକ । ସେମିଫାଇନାଲ ପାଇଁ ଚାରୋଟି ଦଳର ନାମ ସିଜ୍ ହୋଇସାରିବା ପରେ କ୍ରିକେଟ ପ୍ରଶଂସକ ଚାହିଁଛନ୍ତି ଯେ ପୁଣି ଥରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହୁଅନ୍ତୁ । ଅଧିକ ପଢନ୍ତୁ

T20 World Cup : ଫାଇନାଲରେ ଭାରତ ପାକିସ୍ତନ ମୁହାଁମୁହିଁ ହୁଅନ୍ତୁ ବୋଲି କହିଲେ ପ୍ରଶଂସକ
T20 World Cup : ଫାଇନାଲରେ ଭାରତ ପାକିସ୍ତନ ମୁହାଁମୁହିଁ ହୁଅନ୍ତୁ ବୋଲି କହିଲେ ପ୍ରଶଂସକ

ହାଇଦ୍ରାବାଦ: T20 ବିଶ୍ବକପରେ ସେମିଫାଇନାଲ ଖେଳିବା ପାଇଁ ଚାରୋଟି ଟିମ୍ ଟିକେଟ୍ ହାତେଇ ସାରିଛନ୍ତି । ସୁପର ୧୨ ପର୍ଯ୍ୟାୟର ମହାମୁକାବିଲା ପରେ ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗୃପ ୧ରୁ ନ୍ୟଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଗୃପ ୨ ରେ ଭାରତ ଓ ପାକିସ୍ତାନ ସେମିରେ ଏଣ୍ଟ୍ରି ମାରିଛନ୍ତି । ତେବେ ସେମିଫାଇନାଲ ପାଇଁ ଚାରୋଟି ଦଳର ନାମ ସିଜ୍ ହୋଇସାରିବା ପରେ କ୍ରିକେଟ ପ୍ରଶଂସକ ଚାହିଁଛନ୍ତି ଯେ ପୁଣି ଥରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହୁଅନ୍ତୁ ।

ଭାରତ ଓ ପାକିସ୍ତାନ ଉଭୟ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଅଟନ୍ତି । ଉଭୟ ଦଳ ବିପକ୍ଷରେ ସବୁବେଳେ ହାଇଭୋଲଟେଜ୍ ମୁକାବିଲା ହୋଇଥାଏ । ଏହି ପାରମ୍ପାରିକ ପ୍ରତିଦ୍ବନ୍ଦୀଙ୍କ କଡା ଟକ୍କର ଦେଖିବା ପାଇଁ ଦର୍ଶକ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି । କେବଳ ଭାରତ ପାକିସ୍ତାନ କ୍ରିକେଟ ପ୍ରେମୀ ନୁହଁନ୍ତି ବରଂ ବିଦେଶରେ ମଧ୍ୟ ଉଭୟ ଦଳ ମଧ୍ୟରେ ମ୍ୟାଚ ଦେଖିବାକୁ ଉତ୍ସାହିତ ରହିଥାନ୍ତି ପ୍ରଶଂସକ । ଚଳିତ T20 ବିଶ୍ବକପରେ ଭାରତ ଓ ପାକିସ୍ତାନ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେଣୁ କ୍ରିକେଟ ପ୍ରଶଂସକ ଫାଇନାଲରେ ପୁଣି ଥରେ ଭାରତ ପାକିସ୍ତାନ ମୁହାଁମୁହିଁ ହୁଅନ୍ତୁ ବୋଲି ଆଶା ରଖିଛନ୍ତି । ଏନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଦେଖିବାକୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ରହିଛି । ବର୍ଷ 2011 ଦିନିକିଆ ବିଶ୍ବକପରେ, ଯେତେବେଳେ ଉଭୟ ଚିର ପ୍ରତିଦ୍ବନ୍ଦୀ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ସେତେବେଳେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା 495 ନିୟୁତ ବୋଲି ଗଣନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: T20 World Cup : ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ

ନଭେମ୍ବର ୯ ତାରିଖ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ନଭେମ୍ବର ୧୦ ତାରିଖ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ । ଗୃପ ୨ ରୁ ଭାରତ ସେମିଫାଇନାଲରେ ପ୍ରବେଶ କରିବା ନେଇ ନିଶ୍ଚିତି ଥିବା ବେଳେ ପାକିସ୍ତାନ ଟିମ୍ ତରଫରୁ ଅନଶ୍ଚିତତା ଦେଖାଦେଇଥିଲା । ପ୍ରଥମ ଦୁଇଟି ମ୍ୟାଚ୍ ବାବର ଆଜମ ଦଳ ହାରିବା ପରେ ସେମିରେ ପ୍ରବେଶ କରିବା ନେଇ ପାକିସ୍ତାନର ଆଶା ମଉଳି ଯାଇଥିଲା । ସୁପର ୧୨ ପର୍ଯ୍ୟାୟର ଶେଷ ମ୍ୟାଚ ଭାଗ୍ୟ ନିର୍ଦ୍ଧାରଣ କରିଥିଲା କେଉଁ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡସ ପରାସ୍ତ କରିବା ନେଇ କେହି ଆଶା କରିନଥିଲେ । ଶେଷରେ ତାହା ଘଟିଥିଲା । ନେଦରଲାଣ୍ଡସ ଠାରୁ ପରାସ୍ତ ହେବାପରେ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଆଶା ମଉଳି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: T20 World Cup: ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡସ, ସେମିଫାଇନାଲରେ ଭାରତର ସ୍ଥାନ ପକ୍କା

ତେମ୍ବା ବାଭୁମା ଦଳକୁ ମାତ୍ ଦେଇ ଦୁର୍ବଳ ନେଦରଲାଣ୍ଡସ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଦକ୍ଷିଣ ଆଫ୍ରିକା ପରାସ୍ତ ହେବା କ୍ଷଣି ଭାରତ ପଏଣ୍ଟ ଅନୁସାରେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିଲା । ହେଲେ ଦକ୍ଷିଣ ଆଫ୍ରିକା ପରାସ୍ତ ହେବା ଯୋଗୁଁ ସବୁଠୁ ଅଧିକ ଲାଭରେ ରହିଥିଲା ପାକିସ୍ତାନ । କାରଣ ପାକିସ୍ତାନ ଟିମ୍ ସେମିଫାଇନାଲ ଖେଳିବା ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରୁଥିଲା । ଦକ୍ଷିଣ ଆଫ୍ରିକା ହାରିବା ପରେ ପାକିସ୍ତାନ ସେମିରେ ପ୍ରବେଶ କରିବା ନେଇ ଆଶା ଉଜ୍ଜିବୀତ ହୋଇଥିଲା । ଏହା ପରେ ପାକିସ୍ତାନ ବାଂଲାଦେଶକୁ ହରାଇ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ବାବର ଆଜମ୍ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.