ETV Bharat / sports

ଭାରତ କ୍ରିକେଟର ପାୱାରହାଉସ, ICCଠୁ କୌଣସି ଫାଇଦା ମିଳୁନି କହିଲେ BCCI ବସ

ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଅଭିଯୋଗରେ ଜବାବ ରଖିଲେ ବିସିସିଆଇର ନୂଆ ଅଧ୍ୟକ୍ଷ ରୋଜର ବିନ୍ନି । ଅଧିକ ପଢନ୍ତୁ

author img

By

Published : Nov 4, 2022, 11:05 PM IST

ସାହିଦ ଆଫ୍ରିଦିଙ୍କ ଅଭିଯୋଗ ଖଣ୍ଡନ କଲେ ବିସିସିଆଇ ଅଧ୍ୟକ୍ଷ

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଅଭିଯୋଗ ଖଣ୍ଡନ କରିଛନ୍ତି ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି । ଏନେଇ ବିସିସିଆଇ ଅଧ୍ୟକ୍ଷ କହିଛନ୍ତି ଏହା ଯୁକ୍ତିଯୁକ୍ତ ନୁହଁ । ଆମେ ଆଇସିସି ପକ୍ଷରୁ ସେଭଳି କୌଣସି ସମର୍ଥନ ପାଇନୁ । ଏକ ଟୁର୍ଣ୍ଣାମେଣ୍ଟରେ ସମସ୍ତଙ୍କୁ ସମାନ ଭାବରେ ସମସ୍ତ ସୁବିଧା ମିଳିଛି । ଏଭଳି ସ୍ଥିତିରେ କେହି କାହା ବିରୋଧରେ ଅଭିଯୋଗ ଆଣି ପାରିବେ ନାହିଁ । ଭାରତ କ୍ରିକେଟର ପାୱାରହାଉସ । କିନ୍ତୁ ଆମେ ପ୍ରତ୍ୟେକଙ୍କୁ ସମାନ ଭାବରେ ଦେଖିଆସିଛୁ । ଆଇସିସି ନାମରେ ସାଂଘାତିକ ଅଭିଯୋଗ ଆଣିଥିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି । ଭାରତ ସେମିଫାଇନାଲ ଟିକଟ ହାତେଇବାରେ ସକ୍ଷମ ହେଉ ଏନେଇ ଆଇସିସି ଭାରତକୁ ସପୋର୍ଟ କରୁଛି ବୋଲି କହିଛନ୍ତି ପାକିସ୍ତାନର ଏହି ପୂର୍ବତନ କ୍ରିକେଟର । ତେବେ ଏହାର ପାଲଟା ଜବାବ ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ।

  • Not fair. I don't think we're favoured by ICC.Everyone gets same treatment. No way in which you can say that. What do we get different from other teams? India is a big powerhouse in cricket but we're all treated the same: BCCI chief on allegations that ICC favours BCCI&Team India pic.twitter.com/fF77f2kiK3

    — ANI (@ANI) November 4, 2022 " class="align-text-top noRightClick twitterSection" data=" ">

ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ସାହିଦ ପାକିସ୍ତାନର ପୂର୍ବତନ କ୍ରିକେଟର ନିଜର ବିଷ ଓଗାଳିଛନ୍ତି । ସେ କହିଛନ୍ତି, "ଆପଣ ଦେଖିଥିବେ କି ମଇଦାନ ବର୍ଷା କାରଣରୁ ମଇଦାନ ଓଦା ରହିଥିଲା । ହେଲେ ଆଇସିସିର ସମର୍ଥନ ଭାରତ ସହିତ ରହିଛି । ଆଇସିସି ଏହା ସୁନିଶ୍ଚିତ କରିବାକୁ ଚାହୁଁଛି କି ଭାରତ ସହଜରେ ସେମିଫାଇନାଲରେ ପ୍ରବେଶ କରୁ । ସେଥିପାଇଁ କ୍ରିକେଟ ମଇଦାନରେ ଭାରତୀୟ ଖେଳାଳି କୌଣସି ଭୁଲ କଲେ ତାହା ଆଇସିସି ନଜରରେ ପଡୁନାହିଁ । ଆପଣ ଏହା ନଜର ପକାଇଥିବେ ଯେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ଯେଉଁ ଅମ୍ପୟାର ରହିଥିଲେ । ସେହି ଅମ୍ପୟାର ଭାରତ ବାଂଲାଦେଶ ବିପକ୍ଷ ମ୍ୟାଚରେ ଅମ୍ପାୟାରିଙ୍ଗ କରୁଥିଲେ । ଏହା ପରେ ସେମାନଙ୍କୁ ସର୍ବଶ୍ରେଷ୍ଠ ଅମ୍ପୟାର ପୁରସ୍କାର ମିଳିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.