ETV Bharat / sports

କ୍ରିକେଟରୁ ବେନ୍‌ ଷ୍ଟୋକ୍ସଙ୍କ ବ୍ରେକ...

author img

By

Published : Jul 30, 2021, 10:58 PM IST

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି । ଅଧିକ ପଢ଼ନ୍ତୁ...

England's star all-rounder Ben Stokes, ben stokes has taken an indefinite break cricket, କ୍ରିକେଟରୁ ବେନ୍‌ ଷ୍ଟୋକ୍ସଙ୍କ ବ୍ରେକ, ବେନ୍‌ ଷ୍ଟୋକ୍ସ, କ୍ରିକେଟର ସମସ୍ତ ଫର୍ମାଟରୁ ବିରତି
କ୍ରିକେଟରୁ ବେନ୍‌ ଷ୍ଟୋକ୍ସଙ୍କ ବ୍ରେକ...

ହାଇଦ୍ରାବାଦ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି । ଏନେଇ ଶୁକ୍ରବାର ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଘୋଷଣା କରିଛି ।

ଫଳରେ ସେ ଆସନ୍ତା ସପ୍ତାହରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପାଞ୍ଚଟି ଟେଷ୍ଟ ସିରିଜରେ ଖେଳିବେ ନାହିଁ । ‘‘ତାଙ୍କ ମାନସିକ ସୁସ୍ଥତାକୁ ପ୍ରାଥମିକତା ଦେବା ଏବଂ ତାଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତକୁ ବିଶ୍ରାମ ଦେବା ପାଇଁ ଷ୍ଟୋକ୍ସ ଏହି ବିରତି ନେଇଛନ୍ତି,’’ ବୋଲି ଇସିବି ପକ୍ଷରୁ ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଟେଷ୍ଟ ଦଳରେ ତାଙ୍କ ବଳରେ କ୍ରେଗ ଓଭରଟନ୍ ଖେଳିବେ ।

‘‘ନିଜ ଭାବନା ଏବଂ ଭଲ ପାଇଁ ବେନ୍ ଅହେତୁକ ସାହସ ପ୍ରଦର୍ଶନ କରିଛନ୍ତି । ଆମର ପ୍ରାଥମିକ ଧ୍ୟାନ ଆମର ସମସ୍ତ ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ରହିଆସିଛି ଏବଂ ରହିବ ମଧ୍ୟ । ପରିବାରଠାରୁ ବହୁ ପରିମାଣର ସମୟ ଅତିବାହିତ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଙ୍ଗ ଅଟେ । ଗତ 16 ମାସ ମଧ୍ୟରେ ଏହି ପରିବେଶରେ ପ୍ରାୟ କ୍ରମାଗତ ଭାବରେ କାର୍ଯ୍ୟ କରିବାର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି ।’’

ଇଂଲଣ୍ଡ କ୍ରିକେଟର ପରିଚାଳନା ନିର୍ଦ୍ଦେଶକ ଆସଲେ ଗିଲ୍ସ କହିଛନ୍ତି, “ବେନ୍‌ଙ୍କୁ ଯେତେ ଦରକାର ସେତେ ଦିନ ଦିଆଯିବ ଏବଂ ଭବିଷ୍ୟତରେ ସେ ଇଂଲଣ୍ଡ ପାଇଁ କ୍ରିକେଟ୍ ଖେଳୁଥିବା ଦେଖିବା ପାଇଁ ଆମେ ଆଗ୍ରହୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.