ETV Bharat / sports

100 ତମ ଟେଷ୍ଟ ଖେଳିବେ ଇଶାନ୍ତ ଶର୍ମା - କ୍ରିକେଟ ଖବର

ମୋଟେରେରା କ୍ୟାରିୟର 100 ତମ ଟେଷ୍ଟ ଖେଳିବେ ଇଶାନ୍ତ ଶର୍ମା। ଏହାପୂର୍ବରୁ ଭାରତୀୟ ଫାଷ୍ଟ ବୋଲର ଭାବରେ କେବଳ କପିଲ ଦେବ ଏହି ଉପଲବ୍ଧି ହାସଲ କରି ପାରିଛନ୍ତି। ଅଧିକ ପଢ଼ନ୍ତୁ...

ishant sharma will play his 100th test against england in motera
100 ତମ ଟେଷ୍ଟ ଖେଳିବେ ଇଶାନ୍ତ ଶର୍ମା
author img

By

Published : Feb 23, 2021, 5:18 PM IST

ଗାନ୍ଧୀନଗର: ମୋଟେରାର ସର୍ଦ୍ଦାର ପଟେଲ ଷ୍ଟାଡିମୟରେ ଭାରତ ଓ ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚ ସହ ଏକ ରେକର୍ଡ ହାତେଇବାକୁ ଯାଉଛନ୍ତି ଭାରତୀୟ ଫାଷ୍ଟ ବୋଲର ଇଶାନ୍ତ ଶର୍ମା। ମୋଟେରେରା କ୍ୟାରିୟର 100 ତମ ଟେଷ୍ଟ ଖେଳିବେ ଇଶାନ୍ତ ଶର୍ମା। ଏହାପୂର୍ବରୁ ଭାରତୀୟ ଫାଷ୍ଟ ବୋଲର ଭାବରେ କେବଳ କପିଲ ଦେବ ଏହି ଉପଲବ୍ଧି ହାସଲ କରି ପାରିଛନ୍ତି।

2007 ମସିହାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଇଶାନ୍ତ ଶର୍ମା। ବର୍ତ୍ତମାନ ସୁଦ୍ଧା ସେ 99ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ସେଥିମଧ୍ୟରେ 32.22 ହାରରେ 302ଟି ୱିକେଟ ନେଇଛନ୍ତି । ଘରୋଇ ପଡ଼ିଆରେ ଇଶାନ୍ତ ଶର୍ମା 39ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ବାହାର ଦେଶରେ 60 ଟେଷ୍ଟ ଖେଳିଛନ୍ତି। ଘରୋଇ ପଡି଼ଆରେ ସେ 103ଟି ୱିକେଟ ନେଇଥିବା ବେଳେ ବାହାର ଦେଶରେ 199ଟି ୱିକେଟ ନେଇଛନ୍ତି।

108 ରନ ଦେଇ 10ଟି ୱିକେଟ ହାସଲ କରିବା ଇଶାନ୍ତଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି କିର୍ତ୍ତୀମାନ ମଧ୍ୟ ସେ ବାହାର ଦେଶ ପଡ଼ିଆରେ ହାସଲ କରିଛନ୍ତି। ଘରୋଇ ପଡ଼ିଆରେ 78ରନ ଦେଇ 9ଟି ୱିକେଟ ନେଇ ସେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ। 6ଜଣ ଭାରତୀୟ ଅଧିନାୟକଙ୍କ ନେତୃତ୍ବରେ ଇଶାନ୍ତ ଶର୍ମା କ୍ରିକେଟ ଖେଳିଛନ୍ତି। ସେମାନେ ହେଲେ ମହେନ୍ଦ୍ର ସିଂହ ଧୋନୀ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ବିରେନ୍ଦ୍ର ସେହେୱାଗ, ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ।

ଗୋଟିଏ ଫର୍ମାଟରେ କ୍ରିକେଟ ଖେଳୁଥିବାରୁ ଏହି ଉପଲବ୍ଧି ହାସଲ କରିବା ସହଜ ହୋଇ ପାରିଛି ବୋଲି କହିଛନ୍ତି ଇଶାନ୍ତ ଶର୍ମା। ମୋଟେରା ଷ୍ଟାଡିୟମରେ ଭାରତ ଓ ଇଲଂଣ୍ଡ ମଧ୍ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ଷ୍ଟାଡିୟମରେ ଆଉ ଜଣେ ମହାନତମ ସ୍ପିନର ଅନିଲ କୁମ୍ବଲେ ନିଜର 100ତମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଫାଷ୍ଟ ବୋଲର ଭାବରେ ଭାରତ ପକ୍ଷରୁ କପିଲ ଦେବ ସର୍ବାଧିକ 131ଟି ଟେଷ୍ଟ ମ୍ୟାଚ ଖେଳି 434 ୱିକେଟ ନେଇଛନ୍ତି। ତାଙ୍କ ପଛକୁ ଇଶାନ୍ତ ଶର୍ମା ରହିଛନ୍ତି।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.