ଗାନ୍ଧୀନଗର: ଭାରତ ଓ ଇଲଂଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-20 । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ବର୍ତ୍ତମାନ ସୁଦ୍ଧା ସିରିଜରେ ଯେଉଁ ଦଳ ଟସ ଜିତିଛି ସେହି ଦଳ ବିଜୟୀ ହୋଇଛି । ଚତୁର୍ଥ ଟି-20 ମ୍ୟାଚ ପାଇଁ ଇଂଲଣ୍ଡ ଦଳ ଖେଳାଳି ଅପରିବର୍ତ୍ତିତ ରହିଛନ୍ତି। ସେପଟେ ଭାରତ ପକ୍ଷରୁ ଦୁଇଜଣ ଖେଳାଳି ଦଳରେ ସାମିଲ ହୋଇଛନ୍ତି । ଇଶାନ କିଷନଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏବଂ ୟୁଜିବେନ୍ଦ୍ର ଚହଲ ସ୍ଥାନରେ ରାହୁଲ ଚହରଙ୍କୁ ସ୍ଥାନ ମିଳିଛି ।
ଏହି ମ୍ୟାଚ ଭାରତ ପାଇଁ କର ବା ମର ମ୍ୟାଚ ଭଳି ହେବ । ଭାରତ ଏହି ମ୍ୟାଚ ହାରିଲେ ସିରିଜ କବଜା କରିବ ଇଂଲଣ୍ଡ ଦଳ । ଏଥିପାଇଁ ମ୍ୟାଚରେ ପୂରା ଦମ ଦେଖାଇବାକୁ ଚେଷ୍ଟା କରିବେ ଭାରତୀୟ ଖେଳାଳି । ସେପଟେ ଇଂଲଣ୍ଡ ପାଖରେ ବିଜୟ ମୋମେଣ୍ଟମ ରହିଛି । ଭାରତ ପାଇଁ ଓପେନିଂ ଯୋଡ଼ି ଚିନ୍ତାର କାରଣ ରହିଛି । ଏହି ମ୍ୟାଚରେ ବିଶେଷ କରି କେ.ଏଲ ରାହୁଲଙ୍କ ଉପରେ ସଭିଙ୍କ ନଜର ରହିବ। କାରଣ ବାରମ୍ବାର ସେ ମାର୍କ ଉଡର ଶିକାର ହୋଇଛନ୍ତି । ସିରିଜରେ ଇଂଲଣ୍ଡ 2-1ରେ ଆଗୁଆ ରହିଛି।
ଭାରତ ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା, କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ବର କୁମାର ଓ ରାହୁଲ ଚହର।
ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ
ଜେଶନ ରଏ, ଜୋଶ ବଟଲର, ଡାୱିଡ ମଲନ, ଜନି ବେୟାରଷ୍ଟୋ, ଇଅନ ମୋର୍ଗାନ, ବେନ ଷ୍ଟୋକ୍ସ, ସାମ କୁରାନ, କ୍ରୀଶ ଜୋର୍ଡାନ, ଜୋଫ୍ରା ଆର୍ଚର, ଆଦିଲ ରାଶିଦ ଓ ମାର୍କ ଉଡ।