ETV Bharat / sports

COVID-19: ଦ୍ବିତୀୟ ଡୋଜ ଟିକା ନେଲେ କ୍ରିକେଟର ରିଦ୍ଧିମାନ ଶାହା - ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା

ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୧ ଟୁର୍ଣ୍ଣାମେଣ୍ଟ ସମୟରେ ଶାହା ପଜିଟିଭ ଚିହ୍ନଟ ହୋଇଥିଲେ । ଅଧିକ ପଢନ୍ତୁ...

Eng vs Ind: Wriddhiman Saha receives second dose of COVID-19 vaccine
COVID-19: ଦ୍ବିତୀୟ ଡୋଜ୍‌ ଟିକାନେଲେ କ୍ରିକେଟର ରିଦ୍ଧିମାନ ଶାହା
author img

By

Published : Aug 20, 2021, 5:03 PM IST

ଲଣ୍ଡନ: ଭାରତୀୟ ୱିକେଟ-କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଗୁରୁବାର ଲଣ୍ଡନରେ COVID-19 ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଟ୍ବିଟ ଯୋଗେଁ ଟିକା ନେବା ସମୟର ଫଟୋ ସେୟାର କରିଛନ୍ତି ଶାହା । ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୧ ଟୁର୍ଣ୍ଣାମେଣ୍ଟ ସମୟରେ ଶାହା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଏକାଧିକ ଖେଳାଳି ସଂକ୍ରମିତ ଚିହ୍ନଟ ହେବା ପରେ ଆଇପିଏଲ ସ୍ଥଗିତ ହୋଇଥିଲା ।

ତେବେ ମେ ୧୮ରେ COVID-୧୯ରୁ ସୁସ୍ଥ ହୋଇଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଶାହା । ଏହାପରେ ସେ ଭାରତୀୟ ଟିମ ସହ ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ଫାଇନାଲ ମ୍ୟାଚ୍‌ ପାଇଁ ୟୁକେ ଗସ୍ତ କରିଥିଲେ ।

ଗତମାସରେ ସପୋର୍ଟ ଷ୍ଟାଫ୍‌ ଦୟାନନ୍ଦ ଗରନି COVID-19 ସଂକ୍ରମିତ ହୋଇଥିଲେ । ଗରନିଙ୍କ ସଂସ୍ପର୍ଶରେ ଆସିଥିବାରୁ ଶାହାଙ୍କୁ ପୁନର୍ବାର ଆଇସୋଲେସନରେ ରହିବାକୁ ପଡିଥିଲା ।

ଅଗଷ୍ଟ ୨୫ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଆରମ୍ଭ ହେବ । ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । ୟର୍କସାୟର ବ୍ୟାଟ୍ସମ୍ୟାନ ଡେୱିଡ ମଲାନ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଟେଷ୍ଟ ସ୍କ୍ବାଡକୁ ଫେରିଛନ୍ତି । ଅଗଷ୍ଟ ୨୦୧୮ରେ ସେ ଶେଷଥର ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.