ETV Bharat / sports

Eng vs Ind, 2nd Test: ଦର୍ଶକ ଗ୍ୟାଲେରୀରେ ବିସିସିଆଇ ବସ୍‌

ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡର ଦର୍ଶକ ଗ୍ୟାଲେରୀରେ BCCI ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା । ଅଧିକ ପଢନ୍ତୁ...

author img

By

Published : Aug 12, 2021, 5:52 PM IST

Eng vs Ind, 2nd Test: BCCI chief Sourav Ganguly, secretary Jay Shah in attendance
Eng vs Ind, 2nd Test: ଦର୍ଶକ ଗ୍ୟାଲେରୀରେ ବିସିସିଆଇ ବସ୍‌

ଲଣ୍ଡନ: ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଜାରି ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କୁ ଦର୍ଶକ ଗ୍ୟାଲେରୀରେ ଦେଖିବାକୁ ମିଳିଛି ।

ଷ୍ଟାଣ୍ଡ୍‌ରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ମୁଖ୍ୟ କାର୍ଯ୍ୟନିବାହୀ ଟମ ହରିସନଙ୍କ ପାଖ ସିଟ୍‌ରେ ଶାହାଙ୍କୁ ବସିଥିବାର ଦେଖାଯାଇଛି । ସେହିପରି ଗାଙ୍ଗୁଲିଙ୍କୁ, ଇଂଲଣ୍ଡ କିମ୍ବଦନ୍ତୀ ଗିଓଫ୍ରେ ବୟକଟଙ୍କ ସହ କଥା ହେଉଥିବାର ଦେଖାଯାଇଛି ।

ଗୁରୁବାର ଜୋ ରୁଟ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ଟିମ ଟସ ଜିତିବା ସହ ଭାରତ ବିପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଦ୍ବିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ବିନା ଫଳଫଳରେ ଶେଷ ହେଇଥିଲା ଓ ଧୀମା ବୋଲିଂ ପାଇଁ ଉଭୟ ଟିମ ୨ ପଏଣ୍ଟ ଲେଖାଏଁ WTC ପଏଣ୍ଟ ହରାଇଥିଲେ ।

ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି । କ୍ରାୱଲେଙ୍କ ସ୍ଥାନରେ ହାମିଦ, ଷ୍ଟୁଆର୍ଟ ବ୍ରଡଙ୍କ ସ୍ଥାନରେ ମାର୍କ ଉଡ୍‌ ଓ ଡାନ ଲରେନ୍ସଙ୍କ ବଦଳରେ ମୋଇଲ ଅଲୀଙ୍କୁ ସାମିଲ କରିଛି ।

ଅନ୍ୟପଟେ ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି । ଆହତ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଇଶାନ୍ତ ଶର୍ମାଙ୍କୁ ସାମିଲ ହୋଇଛନ୍ତି ।

ଚୂଡାନ୍ତ ଏକାଦଶ:

ଭାରତ: ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଇଶାନ୍ତ ଶର୍ମା, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ମହମ୍ମଦ ସାମି, ଜଶପ୍ରୀତ ବୁମରା ।

ଇଂଲଣ୍ଡ: ଡୋମିନିକ ସିବଲେ, ରରି ବର୍ଣ୍ଣସ, ହାସିବ ହମିଦ, ଜୋଏ ରୁଟ୍‌(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ, ଜସ ବଟଲର, ମୋଇନ ଅଲୀ, ସାମ କରନ, ଜେମ୍ସ ଆଣ୍ଡରସନ, ଓଲି ରବିନସନ, ମାର୍କ ଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.