ETV Bharat / sports

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ, ଅହମ୍ମଦାବାଦରେ ପହଞ୍ଚିଲେ ଦୁଇ ଦଳ - india vs england 2021

ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଞ୍ଚିଲେ ଭାରତ ଓ ଇଲଂଣ୍ଡ କ୍ରିକେଟ ଦଳ। ମୋଟେରା ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ପିଙ୍କ୍ ବଲ ଟେଷ୍ଟ ବା ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଅଧିକ ପଢ଼ନ୍ତୁ...

both india and england team reached ahmedabad for remaining two test match
ଭାରତ- ଇଲଂଣ୍ଡ ଟେଷ୍ଟ ସିରିଜ, ଅହମ୍ମଦାବାଦରେ ପହଞ୍ଚିଲେ ଦୁଇ ଦଳ
author img

By

Published : Feb 18, 2021, 7:52 PM IST

ଗାନ୍ଧୀନଗର: ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଦଳ। ମୋଟେରା ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ପିଙ୍କ୍ ବଲ ଟେଷ୍ଟ ବା ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଫେବ୍ରୁଆରୀ 24 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ପାଇଁ ଦୁଇ ଦଳୀୟ ଖେଳାଳିଙ୍କ ନାମ ଘୋଷଣା ହୋଇ ସାରିଛି।

ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦଳ ହୋଟେଲରେ ପହଞ୍ଚିଛନ୍ତି। ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଦୁଇ ଦଳର ଖେଳାଳି ବସରୁ ଓହ୍ଲାଇ ହୋଟେଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି(ଶୁକ୍ରବାର)ଠାରୁ ଦୁଇ ଦଳ ଅଭ୍ୟାସ ଆରମ୍ଭ କରିବେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା 4 ଟିକିଆ ଟେଷ୍ଟ ସିରିଜ ବର୍ତ୍ତମାନ 1-1ରେ ବରାବର ରହିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ଭାରତ ବାଜିମାତ କରିଛି। ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମ୍ୟାଚରେ ସ୍ଥାନ ପକ୍କା କରିବା ପାଇଁ ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତକୁ ଟେଷ୍ଟ ଚାମ୍ପିୟନସିପରେ ପହଞ୍ଚିବାକୁ ହେଲେ 2-1 କିମ୍ବା 3-1ରେ ସିରିଜ କବଜା କରିବାକୁ ହେବ। ଇଂଲଣ୍ଡ ମଧ୍ୟ ବାକି ଥିବା ଦୁଇଟି ମ୍ୟାଚ ଜିତି ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ।

ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରେ ଫାଷ୍ଟ ବୋଲର ଉମେଶ ଯାଦବଙ୍କୁ ସ୍ଥାନ ଦିଆଯାଇଛି। ଶାର୍ଦ୍ଦୁଳ ଠାକୁରଙ୍କ ବଦଳରେ ତାଙ୍କୁ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫି ପାଇଁ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରୁ ରିଲିଜ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.