ETV Bharat / sports

ଭାରତ-ଇଂଲଣ୍ଡ 2ୟ ଦିନିକିଆ: ବେଟ୍‌ ଲଗାଇ 33 ଗିରଫ - ମ୍ୟାଚରେ ବେଟ ଲଗାଇବା ମାମଲା

ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା 2ୟ ଦିନିକିଆ ମ୍ୟାଚରେ ବେଟ ଲଗାଇ ମହାରାଷ୍ଟ୍ରରେ 33 ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଭାରତ-ଇଂଲଣ୍ଡ 2ୟ ଦିନିକିଆ: ବେଟ ଲଗାଇ 33 ଗିରଫ

author img

By

Published : Mar 27, 2021, 1:53 PM IST

ମୁମ୍ବାଇ: ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ 2ୟ ଦିନିକିଆ ମ୍ୟାଚ ମହାରାଷ୍ଟ୍ରର ଏମସିଏ ଷ୍ଟାଡିୟମ ଖେଳାଯାଇଥିଲା । ତେବେ ଏହି ମ୍ୟାଚ ପାଇଁ ବେଟ ଲଗାଇ ରାଜ୍ୟର ପିମ୍ପିରି ଛିଞ୍ଚୱାଡ ପୋଲିସ 33 ଜଣଙ୍କୁ ଗିରଫ କରିଛି । ଏହି ମ୍ୟାଚରେ ଇଂଲଣ୍ଡ 4 ୱିକେଟ ହରାଇ ବିଜୟୀ ହୋଇଥିଲା ।

ଅଭିଯୁକ୍ତମାନେ ବାଇନାକୁଲର ବ୍ୟବହାର କରି ଏମସିଏ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚକୁ ଦେଖୁଥିଲେ ଏବଂ ବେଟ ଲଗାଉଥିଲେ । ଏ ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ 3ଟି ସ୍ବତନ୍ତ୍ର ଦଳ ଗଠନ କରିଥିଲା । ଅଭିଯୁକ୍ତମାନେ ଷ୍ଟାଡିୟମରେ ଚାଲିଥିବା ଲାଇଭ ମ୍ୟାଚକୁ ଦେଖିବା ପାଇଁ 3ଟି ସ୍ଥାନରେ ଲୁଚି ରହିଥିଲେ । ଏହି କାର୍ଯ୍ୟ ପାଇଁ ସେମାନେ ବାଇନାକୁଲର ଓ ହାଇ ରିଜୋଲ୍ୟୁସନ କ୍ୟାମେରା ବ୍ୟବହାର କରିଥିଲେ ।

ତେବେ ଗିରଫ ହୋଇଥିବା 33 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 5 ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ 13 ଜଣ ହରିୟାଣାରୁ, 11 ଜଣ ମହାରାଷ୍ଟ୍ରରୁ, 2 ଜଣ ରାଜସ୍ଥାନରୁ ଓ ଗୋଆ ଏବଂ ଉତ୍ତରପ୍ରଦେଶର ଜଣେ ଲେଖାଏଁ ବୋଲି ପିମ୍ପିରି ଛିଞ୍ଚୱାଡ ପୋଲିସ କମିଶନର କ୍ରିଷ୍ଣା ପ୍ରକାଶ କହିଛନ୍ତି । ଗିରଫ ସମୟରେ ସେମାନଙ୍କ ନିକଟରୁ 45 ଲକ୍ଷ ଟଙ୍କା, 74ଟି ମୋବାଇଲ ଫୋନ, 3ଟି ଲାପଟପ୍‌, ଗୋଟିଏ ଟାବଲେଟ, 8ଟି ହାଇ ରିଜୋଲ୍ୟୁସନ କ୍ୟାମେରା, ବାଇନାକୁଲର ଓ କିଛି ବିଦେଶୀ ମୁଦ୍ରାକୁ ଜବତ କରାଯାଇଛି ।

ପୋଲିସର ଚଢାଉ ସମୟରେ ଅଭିଯୁକ୍ତମାନେ ମଧ୍ୟ ପୋଲିସ ଫୋର୍ସ ଉପରକୁ ଆକ୍ରମଣ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ସୂଚନା ଥାଉ କି ଶୁକ୍ରବାର 2 ଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା 2ୟ ଦିନିକିଆରେ ଭ୍ରମଣକାରୀ ଦଳର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ 52 ବଲରେ 99 ରନ କରିଥିବା ବେଳେ ଓପନର ଜନି ବେୟାରଷ୍ଟୋ 112 ବଲରେ 124 ରନ କରିଥିଲେ । ଏହି ଦିନିକିଆ ମ୍ୟାଚରେ 6 ୱିକେଟରେ ଇଂଲଣ୍ଡ ବିଜୟୀ ହୋଇଥିଲା । ସେପଟେ ଭାରତ 6 ୱିକେଟ ହରାଇ 336 ରନର ଟାର୍ଗେଟ ଦେଇଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ଶତକ କରିଥିବା ବେଳେ ରିଶଭ ପନ୍ତ 40 ବଲରେ 77 ରନ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.